Posted inଖେଳ

ଖେଳାଳିମାନେ ଜିତୁଥିବା ଅଲିମ୍ପିକ୍‌ ପଦକର ମୂଲ୍ୟ କେତେ? କ’ଣ ଥାଏ ତାର ସ୍ବତନ୍ତ୍ରତା ଜାଣନ୍ତୁ…

ଟୋକିଓରେ ଅଲିମ୍ପିକ୍ସ-୨୦୨୦ ଜାରି ରହିଛି। ଚଳିତ ବର୍ଷ ଜୁଲାଇ ୨୩ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଅଗଷ୍ଟ ୮ ଯାଏ ଚାଲିବ। ଏଥିରେ ଚାଇନା ପାଖାପାଖି ୭୫ ପଦକ ଜିତିଥିବା ବେଳେ ସେଥିରେ ୩୪ ସ୍ବର୍ଣ୍ଣ ରହିଛି। ସେହିଭଳି ଭାରତ ପଦକ ତାଲିକାରେ ୬୫ତମ ସ୍ଥାନରେ ରହିଛି। ଏଯାବତ ୫ ମେଡାଲ ନିଜ ନାମରେ କରିଛି ଭାରତ। ସେଥିରେ ୨ ରୋପ୍ୟ ଏବଂ ୩ ବ୍ରୋଞ୍ଚ ରହିଛି।

ପ୍ରତି ୪ ବର୍ଷରେ ଥରେ ଏହି ଅଲିମ୍ପିକ୍‌ ଅନୁଷ୍ଠିତ ହୋଇଥାଏ। ସାରା ବିଶ୍ୱରୁ ସର୍ବଶ୍ରେଷ୍ଠ ଖେଳାଳିମାନେ ଏହି ଅଲିମ୍ପିକ୍ସରେ ଭାଗ ନେବାକୁ ଆସିଥାନ୍ତି। ବିଜେତାମାନଙ୍କୁ ପୁରସ୍କାରସ୍ବରୂପ ସ୍ବର୍ଣ୍ଣ, ରୋପ୍ୟ, ବ୍ରୋଞ୍ଚ ପଦକ ମିଳିଥାଏ। ଆସନ୍ତୁ ଜାଣିବା ଏହି ପଦକ ବିଷୟରେ…

-ପ୍ରତିଥର ଡିଜାଇନ୍‌ ବଦଳିଥାଏ: ଟୋକିଓ ଗେମ୍ସ ପାଇଁ ପଦକଗୁଡ଼ିକୁ ଜାପାନର ଡିଜାଇନର ଜୁନିଚି କାଓ୍ବାନିସି ଡିଜାଇନ୍‌ କରିଥାନ୍ତି। ଏହି ପଦକରେ ଅଲିମ୍ପିକ୍‌ର ପ୍ରତୀକସହ ବିଜୟର ଗ୍ରିକ୍‌ ଦେବୀ ନାଇକିଙ୍କ ଚିତ୍ର ରହିଥାଏ। ଚଳିତ ଥର ଜାପାନର ପାଖାପାଖି ୬.୨୧ ମିଲିୟନ ଇଲେକ୍ଟ୍ରୋନିକ୍‌ ଉପକରଣକୁ ଏକତ୍ରିତ କରି ଧାତୁମାନଙ୍କର ରିସାଇକେଲ୍‌ କରାଯାଇ ପଦକ ଗୁଡ଼ିକୁ ନିର୍ମାଣ କରାଯାଇଛି।

-ପଦକର ବିଶେଷତା: ସ୍ବର୍ଣ୍ଣ, ରୋପ୍ୟ, ବ୍ରୋଞ୍ଚ ପଦକର ବ୍ୟାସ ପାଖାପାଖି ୮୫ ସେମି। ସେହିଭଳି ମେଡାଲଟି ୭.୭ ମିମିରୁ ୧୨.୧ ମିମି ମୋଟା ରହିଥାଏ।

-ସ୍ବର୍ଣ୍ଣ ପଦକରେ କେତେ ସୁନା ଥାଏ: ଅଲିମ୍ପିକ୍‌ ଖେଳର ପ୍ରତ୍ୟେକ ଫାଇନାଲ ମୁକାବିଲାରେ ବିଜେତା ଟିମ୍‌କୁ ସ୍ବର୍ଣ୍ଣ ପଦକ ମିଳିଥାଏ। ହେଲେ କ’ଣ ଆପଣ ଜାଣନ୍ତି ପଦକରେ ନାମମାତ୍ରକୁ ସୁନା ରହିଥାଏ। ବାସ୍ତବରେ ଶୁଦ୍ଧ ଚାନ୍ଦି ଉପରେ ସୁନାର ପ୍ରଲେପ ଦିଆଯାଇ ଏହାକୁ ପ୍ରସ୍ତୁତ କରାଯାଇଥାଏ। ମେଡାଲର ଓଜନ ୫୫୬ ଗ୍ରାମ ଥିଲେ ହେଁ ସେଥିରେ ୬ ଗ୍ରାମର ସୁନା ଥାଏ। ସେହିଭଳି ରୋପ୍ୟ ପଦକରେ ଓଜନ ପାଖାପାଖଇ ୫୫୦ ଗ୍ରାମ ଥାଏ। ଏଥିରେ ଶୁଦ୍ଧ ଚାନ୍ଦି ରହିଥାଏ। ବ୍ରୋଞ୍ଚ ପଦକରେ କପର୍‌ ଏବଂ ଜିଙ୍କ୍‌କୁ ମିଶାଯାଇଥାଏ। ଏଥିରେ ୯୫% କପର ଥିବା ବେଳେ ୫% ଜିଙ୍କ ଥାଏ।

-ପଦକର ମୂଲ୍ୟ କେତେ: ଏବେର ବଜାର ଦର ଅନୁଯାୟୀ ଯଦି ପଦକଗୁଡ଼ିକୁ ତରଳାଇ ଦିଆଯାଏ ତେବେ ସ୍ବର୍ଣ୍ଣ ପଦକର ମୂଲ୍ୟ ୮୦୦ ଡଲାର ଅର୍ଥାତ ୫୯୩୧୯ ଟଙ୍କା ହେବ। ସେହିଭଳି ରୌପ୍ୟ ଏବଂ ବ୍ରୋଞ୍ଚ ପଦକର ମୂଲ୍ୟ କ୍ରମଶଃ ୪୫୦ ଏବଂ ୫ ଡଲାର ହେବ। ହେଲେ ତରଳାଇବାଠାରୁ ସାମାନ୍ୟ ପଦକର ମୂଲ୍ୟ ଅଧିକ ଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri