ସଲମାନ ଖାନ୍‌ଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର ଭାଇଜାନ ସଲମାନ ଖାନ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ସଲ୍ଲୁ ଇଣ୍ଡଷ୍ଟ୍ରୀରେ ନୂଆ ଅଭିନେତ୍ରୀ ଲଞ୍ଚ କରିବା ପାଇଁ ପ୍ରସିଦ୍ଧ। ଏହା ବ୍ୟତୀତ ସଲମାନ ତାଙ୍କ ବିଙ୍ଗ୍‌ ହ୍ୟୁମାନ୍‌ ଜରିଆରେ ସମାଜ ତଥା ଅନାଥ ପିଲାମାନଙ୍କ ପାଇଁ କାମ କରନ୍ତି। ଇଣ୍ଡଷ୍ଟ୍ରିର ବଡ ସୁପରଷ୍ଟାର ହୋଇଥିବାରୁ ସଲମାନଙ୍କ ଜୀବନଶୈଳୀ ମଧ୍ୟ ବିଳାସପୂର୍ଣ୍ଣ। ସଲମାନ ନିଜର ସରଳତା ପାଇଁ ମଧ୍ୟ ଜଣାଶୁଣା। କିନ୍ତୁ ତାଙ୍କର ରୋଜଗାର, ଘର-ସମ୍ପତ୍ତି ଏବଂ ଯାନ ସଂଗ୍ରହ ସଲମାନଙ୍କ ସମୃଦ୍ଧତାକୁ ଦର୍ଶାଏ।
ଇଣ୍ଡଷ୍ଟ୍ରିରେ ଚଳଚ୍ଚିତ୍ର ପାଇଁ ସଲମାନ ଖାନ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା। ସଲମାନଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୩୬୦ ମିଲିୟନ ଡଲାର ଅଟେ। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୨୩୦୪ କୋଟି ଟଙ୍କା।
ସଲମାନ ଖାନଙ୍କ ରୋଜଗାରର ମୁଖ୍ୟ ଉତ୍ସ ହେଉଛି ଫିଲ୍ମ। ସଲମାନ ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୬୦ କୋଟି ଟଙ୍କା ନିଅନ୍ତି। ଫିଲ୍ମ ବ୍ୟତୀତ ସଲମାନ ଖାନ ବିଜ୍ଞାପନ, ବ୍ରାଣ୍ଡ ପ୍ରମୋଶନ, ନିବେଶ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ଭଲ ରୋଜଗାର କରନ୍ତି । ସଲମାନ ବିଗ ବସ’ରେ ମଧ୍ୟ ଅଭିନୟ କରନ୍ତି। ସଲମାନ ବିଗ ବସ ୧୫ ପାଇଁ ୩୫୦ କୋଟି ଟଙ୍କା ନିଅନ୍ତି। ସଲମାନଙ୍କର ନିଜର ବ୍ରାଣ୍ଡ ଅଛି। ସେ ଅନ୍ୟାନ୍ୟ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡର ଏବଂ ଏଥିପାଇଁ ତାଙ୍କ ଦେୟ ୮-୧୦ କୋଟିରୁ ଅଧିକ ଅଟେ।
ସଲମାନ ଖାନ ମୁମ୍ବାଇର ଏକ ବିଳାସପୂର୍ଣ୍ଣ ବଙ୍ଗଳାରେ ରୁହନ୍ତି । ସଲମାନଙ୍କ ଘରର ନାମ ହେଉଛି ଗାଲାକ୍ସି ଆପାର୍ଟମେଣ୍ଟ। ସଲମାନ ତାଙ୍କ ପରିବାର ସହିତ ଗାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି, ଯାହା ଏକ ପ୍ରାସାଦଠାରୁ କମ ନୁହେଁ।ଏହା ବ୍ୟତୀତ ସଲମାନଙ୍କ ପାଖରେ ୫ ବିଏଚ୍‌କେ ବଙ୍ଗଳା ଅଛି। ପାନଭେଲରେ ଏକ ଫାର୍ମ ହାଉସ ମଧ୍ୟ ଅଛି। ଦିଲ୍ଲୀ, ନୋଏଡା ଏବଂ ଚଣ୍ଡିଗଡ଼ ଭଳି ସ୍ଥାନରେ ସଲମାନଙ୍କର ମଧ୍ୟ ଅନେକ ସମ୍ପତ୍ତି ରହିଛି।
ସଲମାନ ବିଳାସପୂର୍ଣ୍ଣ କାରକୁ ଭଲ ପାଆନ୍ତି। ତାଙ୍କର ଅନେକ ଦାମୀ କାର୍‌ ଅଛି। ସଲମାନଙ୍କ ପାଖରେ ଅଡି, ବେଣ୍ଟଲି, ରୋଲ୍ସ ରୟାଲ ଏବଂ ମର୍ସିଡିଜ ଭଳି ଅନେକ କାର ଅଛି, ଯାହାର ମୋଟ ମୂଲ୍ୟ ୧୪ କୋଟିରୁ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର: ପୁରୁଷବନ୍ଧୁ ସାଥିରେ ଆଣି…

ଭୁବନେଶ୍ୱର,୨୧।୧୨(ତ୍ରିନାଥ ମହାନ୍ତି): ଧଉଳିରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ଶହୀଦନଗର ଥାନା ଅଞ୍ଚଳରେ ଆଉ ଜଣେ ୧୭ ବର୍ଷର ନାବାଳିକା...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri