‘ଦେଶରେ ଭାଜପା ବ୍ୟତୀତ କୌଣସି ବିକଳ୍ପ ନାହିଁ, ମୋଦି ପୁଣି ହେବେ ପ୍ରଧାନମନ୍ତ୍ରୀ’

ବମ୍ବେ: ଭାରତୀୟ ସିନେମାର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ନାନା ପାଟେକର ଜଣେ। ଫିଲ୍ମ ହେଉ ଅବା କୌଣସି ରାଜନୈତିକ ପ୍ରସଙ୍ଗ ସର୍ବଦା ନିଜର ନିର୍ଭିକ ବୟାନକୁ ନେଇ ସେ ରହିଥାନ୍ତି ଚର୍ଚ୍ଚାରେ। ଏବେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସେ ସେଭଳି ଏକ ବୟାନ ଦେଇଛନ୍ତି।

ଏକ ସାକ୍ଷାତକାରରେ ନାନାଙ୍କୁ ଲୋକ ସଭା ନିର୍ବାଚନ ଉପରେ କ’ଣ ରାୟ ଦେବେ ବୋଲି ପଚରାଯାଇଥିଲା। ଏହାକୁ ନେଇ ସେ କହିଥିଲେ ଯେ ଦେଶରେ ଭାଜପା ବ୍ୟତୀତ କୌଣସି ବିକଳ୍ପ ନାହିଁ। ଏଣୁ ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି ସେ କହିଥିଲେ।

ଏହାଛଡ଼ା ଆଗାମୀ ନିର୍ବାଚନରେ ଭାଜପାକୁ ୩୫୦-୩୭୫ ଆସନ ମିଳିବ। ଭାଜପା ପୁଣିଥରେ ଶାସନ କ୍ଷମତାକୁ ଆସିବ। ଭାଜପା ଦେଶରେ ଭଲ କାମ କରୁଛି। ଏଣୁ ୨୦୨୪ରେ ହେବାକୁ ଥିବା ନିର୍ବାଚନରେ ଦଳକୁ ନିଶ୍ଚିତ ଭାବେ ସଫଳତା ମିଳିବ। ନରେନ୍ଦ୍ର ମୋଦି ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହେବେ। ଏବେ ଦେଶରେ ମୋଦିଙ୍କ ବ୍ୟତୀତ କୌଣସି ବିକଳ୍ପ ନାହିଁ ବୋଲି ସେ ମତ ରଖିଛନ୍ତି।

କାମ ବିଷୟରେ କହିଲେ ନାନା ନିକଟରେ ଫିଲ୍ମ ‘ଦ ଭ୍ୟାକ୍ସିନ ଓ୍ବାର’ରେ ନଜର ଆସିଥିଲେ। ଏଥିରେ ତାଙ୍କ ବ୍ୟତୀତ ପଲ୍ଲବୀ ଯୋଶୀ ଏବଂ ଗିରିଜ ଔକ ପ୍ରମୁଖ ନଜର ଆସିଥିଲେ। ଫିଲ୍ମରେ ନାନାଙ୍କ କାମକୁ ପସନ୍ଦ କରାଯାଇଥିଲା। ହେଲେ ବକ୍ସ ଅଫିସରେ ତାହା ସେତେଟା ଭଲ ପ୍ରଦର୍ଶନ କରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ ବାମଦେଇ ଠାକୁରାଣୀ ଯାତ୍ରା ଆରମ୍ଭ ଉତ୍ସବମୁଖର ବମକୋଇ

ଦିଗପହଣ୍ଡି,୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ବାମଦେଇ ଠାକୁରାଣୀଙ୍କ ୭ ଦିନିଆ ଯାତ୍ରା ମହୋତ୍ସବ ଶୁକ୍ରବାର ଆରମ୍ଭ ହୋଇଛି…

ପ୍ରଧାନମନ୍ତ୍ରୀଙ୍କ ଅଙ୍ଗ, ବଙ୍ଗ, କଳିଙ୍ଗ ମିଶନ ପୂରା: ଓଡ଼ିଶାବାସୀଙ୍କ ପାଇଁ ଦ୍ବିତୀୟ ଘର କୋଲକାତା କହିଲେ…

ଭୁବନେଶ୍ୱର,୮।୫: ବଙ୍ଗ ବିଜୟ ଅବିସ୍ମରଣୀୟ ଯାତ୍ରା କହିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି,୨୦୧୧ରେ ୩ ଆସନରୁ ୨୦୨୬ରେ ୨୦୦ ପାର୍‌ ଏକ ଅବିସ୍ମରଣୀୟ ଯାତ୍ରା।…

ପରାଜୟ ପାଇଁ ଅନ୍ୟକୁ ଦୋଷ ନ ଦେଇ କଂଗ୍ରେସ ଆତ୍ମଚିନ୍ତନ କରୁ: ଶାହା

କୋଲକାତା,୮।୫: କୋଲକାତାରେ ଭାଜପା ବିଧାୟକ ଦଳ ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବୋଧିତ କରି ବିରୋଧୀଙ୍କ ଭୋଟ ଚୋରି ଅଭିଯୋଗକୁ ନେଇ ରାହୁଲ ଗାନ୍ଧୀଙ୍କ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରି ବଡ଼ ବୟାନ ଦେଲେ ଶାହା, ସବୁଠୁ ବଡ଼ ବିଜୟ…

କୋଲକାତା,୮।୫: କୋଲକାତାରେ ଭାଜପା ବିଧାୟକ ଦଳ ବୈଠକରେ ପଶ୍ଚିମବଙ୍ଗ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପା ବିଧାୟକ ଦଳ ନେତା ଭାବେ…

ବଙ୍ଗଳାର ନୂଆ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ହେଉ ହେଉ ଶୁଭେନ୍ଦୁଙ୍କ ପ୍ରଥମ ପ୍ରତିକ୍ରିୟା, ରାଜନୀତିରେ ହଲଚଲ

କୋଲକାତା,୮।୫: ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ହେବେ। ଭାଜପା ବିଧାୟକ ଦଳର ବୈଠକରେ ତାଙ୍କୁ ନେତା ଭାବରେ ନିର୍ୱାଚିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କ…

ପଶ୍ଚିମବଙ୍ଗକୁ ମିଳିଲା ଆଉ ଜଣେ ଅବିବାହିତ ମୁଖ୍ୟମନ୍ତ୍ରୀ, ବିବାହ କରିନାହାନ୍ତି ଶୁଭେନ୍ଦୁ, ତାଙ୍କ ପୂର୍ବରୁ ୪… 

କୋଲକାତା, ୮।୫: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତୀୟ ଜନତା ପାର୍ଟି (ଭାଜପା) ଶୁଭେନ୍ଦୁ ଅଧିକାରୀଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଶୁଭେନ୍ଦୁ ଯଜ୍ଞଙ୍କୁ ଆସିଛି ଡକରା

ବଞ୍ଚୋ,୮।୫(ପ୍ରଦୋଷ ବିଶ୍ୱାଳ): ପଶ୍ଚିମବଙ୍ଗରେ ଶନିବାର ଭାଜପା ସରକାର ଗଠନ କରିବ। ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଧାୟକ ଦଳ ବୈଠକ ପରେ ସ୍ବରାଷ୍ଟ…

ବଙ୍ଗଳାର ସିଏମ ହେବାପରେ ଶୁଭେନ୍ଦୁଙ୍କୁ ମାସକୁ ମିଳିବ କେତେ ଦରମା? କାଲିଠୁ ବଙ୍ଗର ଧରିବେ ମଙ୍ଗ

କୋଲକାତା,୮।୫: ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂତନ ଯୁଗର ଆରମ୍ଭ ହେଉଛି। ଏକ ଐତିହାସିକ ବିଜୟ ପରେ, ଭାରତୀୟ ଜନତା ପାର୍ଟି (ବିଜେପି) ଶୁଭେନ୍ଦୁ ଅଧିକାରୀଙ୍କୁ ତାଙ୍କ ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri