ଚଳିତ ଶିକ୍ଷାବର୍ଷରେ ଏତିକି ଦିନ ସ୍କୁଲ ଖୋଲା, ଜାଣନ୍ତୁ କେଉଁ ମାସରେ କେତେ ଦିନ…

ଭୁବନେଶ୍ବର,୨୪ା୪(ସୁଚିସ୍ମିତା ସାହୁ):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଏକାଡେମିକ୍‌ କ୍ୟାଲେଣ୍ଡର ପ୍ରକାଶ ପାଇଛି। ଏହି କ୍ୟାଲେଣ୍ଡରରେ କାର୍ଯ୍ୟଦିବସଠୁ ଆରମ୍ଭକରି ଛୁଟି, ପରୀକ୍ଷା ସମୟ ଆଦି ନିର୍ଦ୍ଧାରଣ କରାଯାଇଛି। ଏକାଡେମିକ କ୍ୟାଲେଣ୍ଡର ଅନୁଯାୟୀ, ମେ ୬ରୁ ଜୁନ୍‌ ୧୭ ତାରିଖ ଯାଏ ଖରାଛୁଟି ପାଇଁ ସ୍କୁଲ ବନ୍ଦ ରହିବ। ଚଳିତ ଶିକ୍ଷାବର୍ଷରେ ୫୨ଟି ରବିବାର ରହିଛି। ଏଥିସହ ୮୧ଟି ପୂଜା ଓ ବିଭିନ୍ନ ଛୁଟି ରହିଛି। ଅତିରିକ୍ତ ୨ଟି ଛୁଟି ମଧ୍ୟ ରଖାଯାଇଛି। ଏବର୍ଷ ୨୩୦ଟି କାର୍ଯ୍ୟଦିବସ ରହିଛି ଅର୍ଥାତ୍‌ ଶିକ୍ଷକମାନେ ୨୩୦ ଦିନ ସ୍କୁଲ ଆସିବେ। ଏପ୍ରିଲରେ ୨୩, ମେ’ରେ ୩, ଜୁନ୍‌ରେ ୧୦, ଜୁଲାଇରେ ୨୫, ଅଗଷ୍ଟରେ ୨୩, ସେପ୍ଟେମ୍ବରରେ ୨୨, ଅକ୍ଟୋବରରେ ୧୭, ନଭେମ୍ବରରେ ୨୪, ଡିସେମ୍ବରରେ ୧୮, ଜାନୁଆରୀରେ ୨୨, ଫେବୃଆରୀରେ ୨୩ ଓ ମାର୍ଚ୍ଚରେ ୨୨ଟି କାର୍ଯ୍ୟ ଦିବସ ରହିଛି। ସେହିପରି ୨୦୨୭ ଫେବୃଆରୀ ୨ୟ ସପ୍ତାହରେ ଦଶମ ବୋର୍ଡ ପରୀକ୍ଷା ହେବ ବୋଲି ଉକ୍ତ କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି। ଶିକ୍ଷା କ୍ୟାଲେଣ୍ଡରକୁ ପାଳନ କରିବାକୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି।

 

Dharitri – Odisha’s No.1 Odia Daily

 

Share