Posted inଜାତୀୟ

କେମିତି ଅଛି କଶ୍ମୀର ସ୍ଥିତି

ନୂଆଦିଲ୍ଲୀ/ଶ୍ରୀନଗର,୫ା୮ :୩୭୦ ଉଚ୍ଛେଦକୁ ଗୁରୁବାର ୨ ବର୍ଷ ପୂରିଛି। ଯେଉଁ ଉଦ୍ଦେଶ୍ୟ ନେଇ ଏହି ସାମ୍ବିଧାନିକ ପଦକ୍ଷେପ ନିଆଯାଇଥିଲା ତାହା କେତେ ସାଧିତ ହୋଇଛି? ଜମ୍ମୁ-କଶ୍ମୀରରୁ ଆତଙ୍କବାଦର ମୂଳପୋଛ କରାଯାଇପାରିଛି କି? କେନ୍ଦ୍ରୀୟ ଶାସନ ଚାଲିଥିବା କେନ୍ଦ୍ରଶାସିତ ଅଞ୍ଚଳରେ ସାଧାରଣ ଜନତାଙ୍କ ଆଶା ଆକାଂକ୍ଷା ପୂରଣ ହୋଇଛି ନା କେବଳ ପ୍ରଶାସନିକ ସ୍ତରରେ ସୀମିତ ରହିଛି ତମାମ ପ୍ରତିଶ୍ରୁତି? ଆଜି ଏସବୁ ପ୍ରଶ୍ନ ଅଧିକାଂଶ ଦେଶବାସୀଙ୍କ ମନରେ ଉଙ୍କି ମାରୁଛି।

୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଦେଇଥିଲେ। କେନ୍ଦ୍ରର ଏହି ପଦକ୍ଷେପ ଫଳରେ ଜମ୍ମୁ-କଶ୍ମୀର ପାଇଁ ଥିବା ସ୍ବତନ୍ତ୍ର ସମ୍ବିଧାନ ଏବଂ ଅନୁଚ୍ଛେଦ ୩୫-ଏ ସମେତ ଅନ୍ୟ ସମସ୍ତ ନିୟମ ସ୍ବତଃ ଉଚ୍ଛେଦ ହୋଇଯାଇଥିଲା। ସେହିପରି ଜମ୍ମୁ-କଶ୍ମୀରଠାରୁ ଲଦାଖକୁ ଅଲଗା କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ପ୍ରତିଷ୍ଠା କରାଯାଇଥିଲା। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ପାର୍ଲାମେଣ୍ଟରେ ଆଗତ କରିଥିବା ପ୍ରସ୍ତାବ ଗୃହୀତ ହୋଇଥିଲା। ଭାଜପା ଏହାକୁ ମୋଦି ସରକାରଙ୍କ ଦ୍ୱିତୀୟ ପାଳି ଶାସନରେ ସବୁଠୁ ଦୁଃସାହସିକ ତଥା ଐତିହାସିକ ପଦକ୍ଷେପ ଭାବେ ଅଭିହିତ କରିଥିବାବେଳେ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ନିନ୍ଦା କରିଥିଲେ। ୩୭୦କୁ ହଟାଇବାର ସପ୍ତାହେ ପୂର୍ବରୁ ଉପତ୍ୟକାକୁ ପ୍ରାୟ ୪୦ ହଜାର ସୈନ୍ୟ ପଠାଯାଇଥିଲା। ସେତେବେଳେ ମୋବାଇଲ୍‌, ଇଣ୍ଟରନେଟ ଉପରେ କଟକଣା ଲଗାଇବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା, ଓମାର ଅବ୍‌ଦୁଲ୍ଲା ଏବଂ ମେହବୁବା ମୁଫ୍‌ତିଙ୍କ ସମେତ ଅନେକ ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା। ଦୀର୍ଘ କାଳ ଗୃହବନ୍ଦୀ ରହିବା ପରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ କ୍ରମେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକ୍ତ ହୋଇଥିଲେ। କେନ୍ଦ୍ରର ଏହି ଆଇନକୁ ନେଇ କେବଳ ଭାରତରେ ନୁହେଁ, ବରଂ ବିଦେଶରେ ମଧ୍ୟ ଜୋର୍‌ ଧରିଥିଲା ବିବାଦ ଓ ବିତର୍କ।

ଆତଙ୍କବାଦ ଏବେ ବି ଚ୍ୟାଲେଞ୍ଜ

୩୭୦ ଉଚ୍ଛେଦକୁ ଗୁରୁବାର ୨ ବର୍ଷ ପୂରଣ ହେଉଥିବାବେଳେ ସୁରକ୍ଷା ଦୃଷ୍ଟିରୁ ଜମ୍ମୁ, ଶ୍ରୀନଗର ସମେତ କେତେକ ସ୍ଥାନରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। କାରଣ ଉପତ୍ୟକାରେ ଏବେ ମଧ୍ୟ ଆତଙ୍କବାଦ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ନିୟନ୍ତ୍ରଣରେଖା (ଏଲ୍‌ଓସି) ଦେଇ ଆତଙ୍କବାଦୀଙ୍କ ଅନୁପ୍ରବେଶ କିଛି ମାତ୍ରାରେ କମିଥିଲେ ହେଁ ସ୍ଥାନୀୟ ଆତଙ୍କବାଦୀଙ୍କ ଦୌରାମତ୍‌ୟ ଜାରି ରହିଛି। ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟାନୁସାରେ ୨୦୨୦ରେ ୧୬୩ କଶ୍ମୀରୀ ଯୁବକ ଜେହାଦୀ ସାଜିଥିଲେ। ୨୦୧୯ ଅଗଷ୍ଟରୁ ୨୦୨୧ ଜୁଲାଇ ମଧ୍ୟରେ ଆତଙ୍କବାଦୀଙ୍କ ଆକ୍ରମଣରେ ୭୨ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଚଳିତ ବର୍ଷ ୯୦ ଆତଙ୍କବାଦୀଙ୍କୁ
ସୁରକ୍ଷା ବଳ ନିପାତ କରିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଲଶ୍କର-ଇ-ତୋଇବା (ଏଲ୍‌ଇଟି) ସଦସ୍ୟ। ଅବଶିଷ୍ଟ ହେଲେ ହିଜ୍‌ବୁଲ ମୁଜାହିଦ୍ଦିନ, ଜୈଶ୍‌-ଇ-ମହମ୍ମଦ(ଜେଇଏମ୍‌) ଏବଂ ସ୍ଥାନୀୟ ଆତଙ୍କବାଦୀ। ଏସବୁକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର ପୋଲିସ ମଙ୍ଗଳବାର ଟପ୍‌ ଟେନ୍‌ ଆତଙ୍କବାଦୀଙ୍କ ତାଲିକା ଜାରି କରିଥିଲା।

‘ନୂଆ କଶ୍ମୀର’ ଏକ ଉପହାସ: ଗୁପ୍‌କାର ମେଣ୍ଟ

୩୭୦ ଉଚ୍ଛେଦ ପରେ ଏକ ନୂଆ କଶ୍ମୀର ପ୍ରତିଷ୍ଠା ହୋଇଛି ବୋଲି କେନ୍ଦ୍ରରେ କ୍ଷମତାସୀନ ଭାଜପା ଦାବି କରୁଛି, ଯାହାକି ଉପତ୍ୟକାବାସୀଙ୍କ ପାଇଁ ଏକ ଉପହାସ ବୋଲି ପିପୁଲ୍ସ ଆଲାଏନ୍ସ ଫର୍‌ ଗୁପ୍‌କାର ଡିକ୍ଲାରେଶନ୍‌ (ପିଏଜିଡି) ପକ୍ଷରୁ ବୁଧବାର ସମାଲୋଚନା କରାଯାଇଛି। ୨୦୧୯ ଅଗଷ୍ଟରେ ନିଆଯାଇଥିବା ପଦକ୍ଷେପରୁ କ’ଣ ମିଳିଛି ବୋଲି ଲୋକେ ପ୍ରଶ୍ନ କରିବା ଆରମ୍ଭ କଲେଣି।
ଶାନ୍ତିପୂର୍ଣ୍ଣ ଓ ଆଇନଗତ ଉପାୟରେ ଅଧିକାରଗୁଡ଼ିକର ସୁରକ୍ଷା ପାଇଁ ଲଢ଼େଇ କରିବାକୁ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ନେତୃତ୍ୱାଧୀନ ମେଣ୍ଟ ଆହ୍ବାନ ଦେଇଛି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ସମ୍ବିଧାନକୁ ଉଚ୍ଛେଦ କରି ସାମ୍ବିଧାନିକତାର ସବୁ ସୀମା ଅତିକ୍ରମ କରିଛନ୍ତି। ଏହି ପଦକ୍ଷେପ ଫଳରେ ଭାରତ ସରକାର ସହ ଆମର ସବୁ ସମ୍ପର୍କ ଖରାପ ହୋଇଯାଇଛି ବୋଲି ପିଏଜିଡି ମୁଖପାତ୍ର ତଥା ସିପିଆଇଏମ୍‌ ନେତା ଏମ୍‌.ଓ୍ବାଇ. ତାରିଗାମୀ ସମାଲୋଚନା କରିଛନ୍ତି। ପ୍ରକାଶ ଯେ, ୩୭୦ ଫେରାଇ ଆଣିବା ପାଇଁ ଫାରୁକ୍‌ଙ୍କ ଏନ୍‌ସି ଏବଂ ମେହବୁବା ମୁଫ୍‌ତିଙ୍କ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ସମେତ କଶ୍ମୀରୀ ଦଳଗୁଡ଼ିକ ଏହି ମେଣ୍ଟ ଗଠନ କରିଛନ୍ତି।

ଗୃହବନ୍ଦୀ କଥା ସ୍ମରଣ କଲେ ଓମାର

୩୭୦ ଉଚ୍ଛେଦର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲା ୭ ମାସ ଅବଧିର ଗୃହବନ୍ଦୀ ସ୍ମୃତିକୁ ସ୍ମରଣ କରିଛନ୍ତି। କେନ୍ଦ୍ରର ଏହି ପଦକ୍ଷେପକୁ ସେ ଅଚାନକ, ଅପ୍ରତ୍ୟାଶିତ ଓ ଅସାମ୍ବିଧାନିକ ଝଟ୍‌କା ବୋଲି ଅଭିହିତ କରିଛନ୍ତି। ଏହାସହ ଦିନେ ନା ଦିନେ ଜମ୍ମୁ-କଶ୍ମୀରବାସୀଙ୍କୁ ନ୍ୟାୟ ମିଳିବ ବୋଲି ଆଶାବାଦୀ ଥିବା ଓମାର କହିଛନ୍ତି। ଜୁନ୍‌ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଶ୍ମୀରର ମୁଖ୍ୟସ୍ରୋତର ଦଳଗୁଡ଼ିକର ନେତାମାନେ ଆଲୋଚନା କରିଥିବାବେଳେ ଓମାର କହିଥିଲେ, ଉପଯୁକ୍ତ ପରିଣାମ ପାଇଁ ତୃଣମୂଳ ସ୍ତରରେ ପଦକ୍ଷେପ ନିଆଯିବା ଆବଶ୍ୟକ। ବିକାଶ ପାଇଁ ବହୁତ କଥା କୁହାଯାଉଛି। ସେସବୁର ସୁବିଧା ଲୋକେ ପାଇବା ଉଚିତ।

‘୩୭୦ ପାଇଁ ଲଢ଼େଇ ଜାରି ରହିବ’

ଅନୁଚ୍ଛେଦ ୩୭୦କୁ ପୁନଃ ଅବସ୍ଥାପିତ ସହ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଫେରସ୍ତ କରିବା ଲାଗି ସୁପ୍ରିମକୋର୍ଟ ପଦକ୍ଷେପ ନେବେ ବୋଲି ବିଶ୍ୱାସ। ସର୍ବୋଚ୍ଚ ଅଦାଲତ ଏହାର ସମାଧାନ ନ କଲେ ଆମ ଅଧିକାର ପାଇଁ ଶାନ୍ତିପୂର୍ଣ୍ଣ ଭାବେ ସଂଗ୍ରାମ ଜାରି ରଖିବୁ ବୋଲି ଜମ୍ମୁ-କଶ୍ମୀର ଅପ୍‌ନୀ ପାର୍ଟି ମୁଖ୍ୟ ଅଲ୍‌ତାଫ ବୁଖାରି ଚେତାବନୀ ଦେଇଛନ୍ତି।

ଅଗଷ୍ଟ ୫ ନିରସ୍ତ୍ରୀକରଣ ଦିବସ

ଦୁଇବର୍ଷ ତଳେ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରର ସ୍ପେଶାଲ ଷ୍ଟାଟସ୍‌ ସହ ଲୋକଙ୍କ ଅଧିକାର ଛଡ଼ାଇ ନିଆଯାଇଥିଲା। ତେଣୁ ଏହା ନିରସ୍ତ୍ରୀକରଣ ଦିବସ ଭାବେ କଶ୍ମୀରବାସୀ ମନେରଖିବେ। ଉପତ୍ୟକାର ଇତିହାସରେ ଏହା ଏକ କଳାଦିବସ ବୋଲି ସଜାଦ୍‌ ଲୋନ୍‌ଙ୍କ ନେତୃତ୍ୱାଧୀନ ପିପୁଲ୍ସ କନ୍‌ଫରେନ୍ସ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri