Posted inଜାତୀୟ

କେମିତି ହୁଏ ଜନଗଣନା, ପଚରାଯାଏ କେଉଁ ସବୁ ପ୍ରଶ୍ନ?

ନୂଆଦିଲ୍ଲୀ,୩୦।୧୦: ଜନ ଗଣନା ଗୋଟିଏ ଦେଶରେ ବିଶେଷ ମହତ୍ତ୍ୱ ରଖିଥାଏ । ଦେଶର ଜନଗଣନା ହିଁ ଦେଶର ପ୍ରଗତି ଓ ସମୃଦ୍ଧିର ରୂପରେଖ ପ୍ରସ୍ତୁତ କରେ । କହିରଖୁଛୁ, ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୫ରୁ ଜନଗଣନା ଆରମ୍ଭ ହେବାର ଅଛି ଓ ଏହି ପକ୍ରିୟା ଏକ ବର୍ଷରେ ପୂରଣ ହେବ। ୨୦୨୬ରେ ଏହି ଜନଗଣନା ସଂଖ୍ୟାକୁ ସାର୍ବଜନୀନ କରାଯିବ।

ସୂଚନାଥାଉ କି, ଜନଗଣନା ୨୦୨୧ ରୁ ଆରମ୍ଭ ହେବାର ଥିଲା,ମାତ୍ର କରୋନା ମହାମାରୀ କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ତା’ ପରେ ଲୋକ ସଭା ନିର୍ବାଚନ ଆସିଯିବାରୁ ତାହା ପୁଣିଥରେ ବିଳମ୍ବ ହୋଇଯାଇଥିଲା। ମାତ୍ର ଏବେ ଏହା ଉପରେ ସରକାର ଆଗକୁ ବଢିବାକୁ ଚେଷ୍ଟା କରିଛନ୍ତି। ଏହି ଜନଗଣନା ଖୁବ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଆଧାରରେ ଲୋକସଭା ଓ ବିଧାନସଭା ଆସନର ପରିସୀମନ ହେବ।

ଗତ ୫୦ ବର୍ଷ ହେବ ଲୋକ ସଭା ଆସନର ପରିସୀମନ ଅଟକି ରହିଛି। ୨୦୨୯ ରେ ଲୋକସେବା ଆସନ ବଢିବ ଓ ମହିଳା ସଂରକ୍ଷଣ ମଧ୍ୟ ଲାଗୁ ହେବ।ବର୍ତ୍ତମାନ ଜାତିଗତ ଜନ ଗଣନାକୁ ନେଇ ସ୍ପଷ୍ଟ ହୋଇନି, କିନ୍ତୁ ଜାତୀୟଗଣମାଧ୍ୟମର ରିପୋର୍ଟ ଅନୁସାରେ ସର୍ଭେରେ ଲୋକଙ୍କୁ ତାଙ୍କର ସମ୍ପ୍ରଦାୟ ବିଷୟରେପଚରା ଯିବ। ଜାତିଗତ ଜନଗଣନାକୁ ନେଇ ବଡ ପ୍ରସ୍ତୁତି ଚାଲିଛି । ସମ୍ପ୍ରଦାୟ ଆଧାରରେ ଦେଶର ଲୋକଙ୍କ ସଂଖ୍ୟାକୁ ଏଥିରେ ସ୍ଥାନିତ କରାଯାଏ । ଏହି ଜନଗଣନାରେ ସବୁ ପ୍ରକାର ଯୋଜନା ତିଆରି କରିବାରେ ସାହାଯ୍ୟ ମିଳିବ ଓ ରାଜନୈତିକ ଦୃଷ୍ଟିରୁ ମଧ୍ୟ ଲୋକଙ୍କୁ ଆକର୍ଷିତ କରିବାରେ ଲାଭ ହେବ।

ଏଭଳି ସମ୍ପ୍ରଦାୟ ମଧ୍ୟ ରାଜନୀତିର ବଡ ଆଧାର ହୋଇପାରନ୍ତି। ଏହାକୁ ଆଧାର କରି ମୋଟ ୩୦ ପ୍ରଶ୍ନ ଜନଗଣନାରେ ପଚରା ଯିବ। ଏହା ପୂର୍ବରୁ ୨୦୧୧ ଜନଗଣନାରେ ୨୯ ପ୍ରଶ୍ନ ପଚରା ଯାଇଥିଲା । ମାତ୍ର ଏଥର ପ୍ରଶ୍ନ ସଂଖ୍ୟା ଆଉ ଗୋଟିଏ ବଢିପାରେ ବୋଲି କୁହାଯାଉଛି।

ଏହି ଜନଗଣନାରେ ପ୍ରଥମେ ବ୍ୟକ୍ତିର ନାଁ, ପରିବାର ମୁଖିଆଙ୍କ ସହ ସମ୍ପର୍କ, ଲିଙ୍ଗ, ଜନ୍ମ ତାରିଖ ଓ ବୟସ, ବିବାହ ସମୟରେ ବୟସ, ଧର୍ମ, ସମ୍ପ୍ରଦାୟ, ଅନୁସୁଚିତ ଜାତି କିମ୍ବା ଜନଜାତି, ଦିବ୍ୟାଙ୍ଗ, ମାତୃଭାଷା, ଅନ୍ୟ କୌଣସି ଭାଷାରେ ଜ୍ଞାନ, ସ୍ବାକ୍ଷରତା, ବର୍ତ୍ତମାନର ଶେକ୍ଷଣିକ ସ୍ଥିତି, ଉଚ୍ଚତମ ଶିକ୍ଷା, ଗତ ବର୍ଷର ରୋଜଗାର, ଆର୍ଥିକ ଗତିବିଧିର ଶ୍ରେଣୀ, ରୋଜଗାର, ଉଦ୍ୟୋଗର ପ୍ରଗତି, ରୋଜଗାର ଏବଂ ସେବା, ଓ୍ବାକର୍ସଙ୍କ କ୍ଲାସ, ଅଣ- ଆର୍ଥିକ ଗତିବିଧି, କିଭଳି ରୋଜଗାରର ଇଛା, କାମକୁ ଯିବାର ମାଧ୍ୟମ ଦୂରତ୍ୱ ଓ ଯାତ୍ରାର ମାଧ୍ୟମ, ଜନ୍ମସ୍ଥାନରେ ଅଛନ୍ତି ନା ଅନ୍ୟ କେଉଁଠି , କେତୋଟି ସନ୍ତାନ, ଜନ୍ମ ନେଇଥିବା ଶିଶୁଙ୍କ ଭିତରେ କେତେ ଜଣ ଜୀବିତ ? ଗତ ଏକ ବର୍ଷରେ ଜନ୍ମ ନେଇଥିବା ଶିଶୁଙ୍କ ସଂଖ୍ୟା, ନିଜ ମୂଳଘର ଠାରୁ ନୂଆ ସ୍ଥାନରେ କେତେବର୍ଷ ଅଛନ୍ତି ଏହିଭଳି ୩୦ ପ୍ରଶ୍ନ ପଚାରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri