Posted inଫୁରସତ

ଲକ୍ଷଣ ନ ଥାଇ ୭୧ଜଣଙ୍କୁ ସଂକ୍ରମିତ କଲେ ଚାଇନାର ମହିଳା, ଜଣାପଡ଼ିବାବେଳକୁ..

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବାକୁ ନେଇ ଲୋକମାନଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାଛଡ଼ା କ୍ୱାରାଣ୍ଟାଇନ୍‌ରେ ରହିବା ଭଳି ନିୟମ ମାନ ମଧ୍ୟ ରହିଛି। ଏହାସତ୍ତ୍ୱେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। କରୋନା ଭୂତାଣୁ ଲକ୍ଷଣ ନ ଥାଇ ଜଣେ ମହିଳା ୭୧ଜଣ ଲୋକଙ୍କୁ ସଂକ୍ରମିତ କରିଛନ୍ତି। ଚାଇନାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ରେ ଏହି ଘଟଣାକୁ ନେଇ ଅଧ୍ୟୟନ କରାଯାଉଛି।

ମହିଳାଜଣଙ୍କ ଆମେରିକାରୁ ନିଜ ଗସ୍ତ ସାରି ମାର୍ଚ୍ଚ ୧୯ରେ ନିଜ ଘର ଅର୍ଥାତ ଚାଇନାର ହେଲୋଗଜିଆଙ୍ଗରେ ଥିବା ନିଜ ଆପାର୍ଟମେଣ୍ଟକୁ ଫେରିଥିଲେ। ଏହାପୂର୍ବରୁ ତାଙ୍କର ଯାଞ୍ଚ କରାଯାଇଥିଲା। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ମଧ୍ୟ ଆସିଥିଲା। ହେଲେ ସେ ନିଜ ଘରେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ ତାଙ୍କର କୌଣସି ଲକ୍ଷଣ ନ ଥିଲା।

ଆପାର୍ଟମେଣ୍ଟକୁ ଯାଉଥିବା ସମୟରେ ଲିଫ୍ଟରେ ସେ ଏକୁଟିଆ ମଧ୍ୟ ଥିଲେ। ତାଙ୍କ ପରେ ଜଣେ ପଡ଼ୋଶୀ ସେଥିରେ ଚଢ଼ିଥିଲେ। ଏହାପରେ ତାଙ୍କ ମା’ ଏବଂ ତାଙ୍କୁ ଭେଟିବାକୁ ଆସିଥିବା ପ୍ରେମିକ ଏକ ପାର୍ଟିକୁ ଯାଇଥିଲେ। ଏପ୍ରିଲ ୨ରେ ପାର୍ଟିରେ ଯୋଗଦେଇଥିବା ଜଣେ ବ୍ୟକ୍ତିଙ୍କୁ ଷ୍ଟ୍ରୋକ୍‌ ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ନିଆଯିବା ସମୟରେ ସେ ଆଉ ୨୮ଜଣଙ୍କୁ ସଂକ୍ରମିତ କରିଥିଲେ। ସେଠାରୁ ଅନ୍ୟ ଏକ ହସ୍ପିଟାଲକୁ ସେ ଯାଇଥିଲେ, ଯେଉଁଠି ୨୦ ଅନ୍ୟ ଲୋକଙ୍କୁ ସେ ସଂକ୍ରମିତ କରିଥିଲେ। ଏହିଭଳି ଭାବେ ସଂକ୍ରମଣ ବ୍ୟାପିଥିଲା। ତେବେ ପରେ ଲକ୍ଷଣ ନ ଥିବା ମହିଳାଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ପଠାଯାଇଥିଲା। ଏଥର ସେ ପଜିଟିଭ୍‌ ହୋଇଥିଲେ। ଅର୍ଥାତ ସେ କରୋନାରେ ସଂକ୍ରମିତ ହୋଇଯାରିଥିଲେ। ଲିଫ୍ଟରେ ଯାଇଥିବା ଯୋଗୁ ପଡୋଶୀ ସଂକ୍ରମିତ ହୋଇଥିଲେ। ଏହାପରେ ଏହା ମୋଟ ୭୧ଜଣ ଲୋକଙ୍କୁ କରୋନା ହୋଇଯାଇଥିଲା। ଏଣୁ ଲକ୍ଷଣ ନ ଥିଲେ ବି ଜଣଙ୍କଠାରୁ କରୋନା ବ୍ୟାପିପାରେ ବୋଲି କୁହାଯାଉଛି। ଏନେଇ ଚାଇନାର ସିଡିସିରେ ଅଧ୍ୟୟନ କରାଯାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri