ଆମ୍ବପୁଆରେ ସବୁ ବର୍ଗଙ୍କ ନିମନ୍ତେ ବାସଗୃହ

ବ୍ରହ୍ମପୁର ଅଫିସ,୫।୬: ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଶନିବାର ବିଡିଏ ସମ୍ମିଳନୀ କକ୍ଷରେ ୪୪ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡିଏ ଉପାଧ୍ୟକ୍ଷ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ଅଧ୍ୟକ୍ଷତା କରିଥିଲେ। ବୈଠକରେ ବ୍ରହ୍ମପୁର, ଗୋପାଳପୁର ଓ ଛତ୍ରପୁରଠାରେ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ବିଡିଏ ପକ୍ଷରୁ ଆମ୍ବପୁଆଠାରେ ରକ ଗାର୍ଡେନ କାର୍ଯ୍ୟ ଜାରି ରହିଥିବା ବେଳେ ଏଥିରେ ଅନ୍ୟ ୩ଟି ନୂତନ ଯୋଜନା ରହିଥିବା କୁହାଯାଇଛି। ରାମଲିଙ୍ଗେଶ୍ୱର ପାର୍କ ମଧ୍ୟରେ ୩ଡି ଲେଜର ସୋ ଓ ମ୍ୟୁଜିକାଲ ଫାଉଣ୍ଟେନ କାର୍ଯ୍ୟ ରେକର୍ଡକାଳୀନ ୪ ମାସ ମଧ୍ୟରେ ଶେଷ ହୋଇଛି। କର୍ପୋରେଶନ ରୋଡ୍‌ଠାରେ ସ୍ମାର୍ଟ ରୋଡ କାର୍ଯ୍ୟ ସରିବାକୁ ଥିବା ବେଳେ ବ୍ରହ୍ମପୁରଠାରୁ ଗୋପାଳପୁର ୭.୩ କି.ମି. ଯାଏ ଷ୍ଟ୍ରିଟ୍‌ଲାଇଟ ଆସନ୍ତା ୨ ସପ୍ତାହ ମଧ୍ୟରେ ଲାଗିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି। ତାମ୍ପରା ହ୍ରଦ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଗୋପାଳପୁରରେ କାଠରେ ନିର୍ମିତ ବୋର୍ଡ ୱାକ, ଆମ୍ବପୁଆଠାରେ ବ୍ୟାଡ ମିଣ୍ଟନ କୋର୍ଟ କାର୍ଯ୍ୟ ଶେଷ ହୋଇଛି। ସାଳିଆ ବନ୍ଧଠାରେ ଆସନ୍ତା ୨ ମାସ ମଧ୍ୟରେ ଆଉ ଏକ ବ୍ୟାଡ୍‌ମିଣ୍ଟନ କୋର୍ଟ କାର୍ଯ୍ୟ ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଛି।
ବିଡିଏ ପକ୍ଷରୁ ଖୋଲା ଜାଗାଗୁଡିକରେ ସୋଲାର ଆଲୋକୀକରଣ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳ ପଡିଆ, ଏମ୍‌କେସିଜି ଖେଳ ପଡିଆ ଉନ୍ନତୀକରଣ ଓ ସହରର ବିଭିନ୍ନ ଖୋଲା ସ୍ଥାନଗୁଡିକରେ ପାର୍କ ନିର୍ମିତ ହୋଇଥିବା ବିଡିଏ ଉପାଧ୍ୟକ୍ଷ ସୂଚନା ଦେଇଥିଲେ। ବର୍ତ୍ତମାନ ବିଡିଏ ପକ୍ଷରୁ ପୁରୁଣା ବସ୍‌ଷ୍ଟାଣ୍ଡଠାରେ ମଲ୍ଟି ଲେବଲ କାର ପାର୍କିଂ, ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟରେ ଏମ୍ପରିଓ ହଲ, ପେଣ୍ଡ୍ରି ଗାଡିଆଠାରେ ମାର୍କେଟ କମ୍ପ୍ଲେକ୍ସ, ସିଟି ହାଇସ୍କୁଲ ପଡିଆରେ ସ୍ପୋର୍ଟସ କମ୍ଲେକ୍ସ, ଆମ୍ବପୁଆଠାରେ ସମସ୍ତ ଶ୍ରେଣୀ ବର୍ଗଙ୍କ ନିମନ୍ତେ ବାସଗୃହ ଓ ବାଣିଜି୍ୟକ ପ୍ରତିଷ୍ଠାନ, ରକ ଗାର୍ଡେନଠାରେ ମିରର ମେଜ, ଲାଞ୍ଜିପଲୀ ପାର୍କରେ ସୋଲାର ଆଲୋକୀକରଣ, ଲାଞ୍ଜିପଲୀ ନୂଆ ବନ୍ଧରେ ବୋଟିଂ ଯୋଜନା ରହିଥିବା ଉପାଧ୍ୟକ୍ଷ ସୂଚନା ଦେଇଥିଲେ। ସିଟି ହାଇସ୍କୁଲ ପଡିଆଠାରେ ନିର୍ମିତ ହେବାକୁ ଥିବା ସ୍ପୋର୍ଟସ କମ୍ପ୍ଲେକ୍ସ ମଧ୍ୟରେ ଗୋଟିଏ ଭଲିବଲ କୋର୍ଟ, ୪ଟି ଟେନିସ ଓ ୪ଟି ବ୍ୟାଡ୍‌ମିଣ୍ଟନ କୋର୍ଟ ନିର୍ମାଣ ନିମନ୍ତେ ଯୋଜନା ରହିଛି। ଏଠାରେ ୧୫୦୦ ଦର୍ଶକଙ୍କ ନିମନ୍ତେ ସୁବିଧା ରହିବ। ଏଥିସହ ଖେଳାଳିଙ୍କ ରହଣି ସ୍ଥଳ ଓ ବିଶ୍ରାମ ଗୃହ ମଧ୍ୟ ରହିବ ବୋଲି କୁହାଯାଇଛି। ବ୍ରହ୍ମପୁର ଉପଜିଲାପାଳ ଭି.କୀର୍ତ୍ତି ୱାସନ ଗୋପାଳପୁରଠାରେ ୱାଟର ପାର୍କ ନିର୍ମାଣ ନିମନ୍ତେ ରହିଥିବା ମାଷ୍ଟରପ୍ଲାନ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରାୟ ୩ ଏକର ଜାଗାରେ ୱାଟର ପାର୍କ ନିମନ୍ତେ ଯୋଜନା ରହିଥିବା ଉପଜିଲାପାଳ କହିଥିଲେ।
ଉକ୍ତ ସମସ୍ତ ଯୋଜନା ଆଗାମୀ ଦିନରେ ସରକାରଙ୍କ ଅନୁଦାନ କିମ୍ବା ପିପିପି ମୋଡରେ କାର୍ଯ୍ୟକାରୀ ହେବ ବୋଲି ବିଡିଏ ଉପାଧ୍ୟକ୍ଷ ସୂଚନା ଦେଇଥିଲେ। ଏଥିସହ ବୈଠକରେ ଛତ୍ରପୁର ବସ୍‌ଷ୍ଟାଣ୍ଡ ସାଙ୍ଗକୁ ବ୍ରହ୍ମପୁର ଓ ଗୋପାଳପୁରର ନୂତନ ବସ୍‌ଷ୍ଟାଣ୍ଡ କିଭଳି ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ସେ ନେଇ ଆଲୋଚନା ହୋଇଥିବା ବିଧାୟକ ସୁବାସ ବେହେରା ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଛତ୍ରପୁର ବିଧାୟକ ସୁବାସ ବେହେରା, ବିଡିଏ ସଚିବ ସମ୍ବିତ ରାଉତ, ଗୋପାଳପୁର ଏନ୍‌ଏସି ଅଧ୍ୟକ୍ଷ ଏ.ଜାନକୀ ରାମ, ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବିଏମସି ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ପାଢୀଙ୍କ ସମେତ ଅନ୍ୟାନ୍ୟ
ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

ଦିଗପହଣ୍ଡିରେ ଦଣ୍ଡନାଚ ପାଇଁ ନିୟମାବଳୀ ଜାରି: ଅଶ୍ଳୀଳ ନୃତ୍ୟ ଗୀତ ଉପରେ କଟକଣା, ଉଲ୍ଲଂଘନ କଲେ…

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମା ‘ ରୁଦ୍ରକାଳୀ ଙ୍କ ଦଣ୍ଡନାଚ ପରିବେଷଣ ପାଇଁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏନଏସି…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ନିଜର ସୁରକ୍ଷା ନେଇ ଆଗେଇ ଆସିଲେ ଛାତ୍ରୀ, ଆତ୍ମରକ୍ଷା ପାଇଁ କଲେ…

ଦିଗପହଣ୍ଡି,୨୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜରେ ଗୁରୁବାର ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ଛାତ୍ରୀ…

ଏସଡିଓଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା: ଏତିକି ଟଙ୍କାର ରଖିଥିଲେ ମେଶିନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri