ଆଜିଠୁ ହାଉସ୍‌ଫୁଲ୍‌ ସିନେମା ହଲ୍‌

ଭୁବନେଶ୍ୱର,୧।୯(ବ୍ୟୁରୋ): ଆଜିଠାରୁ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଚାଲିବ। ଏ ନେଇ ସିନେମା ହଲ ମାଲିକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ମଙ୍ଗଳବାର ସେପ୍ଟେମ୍ବର ଲାଗି ସରକାର ଗାଇଡଲାଇନ୍‌ ଜାରି କରିଥିବାବେଳେ ବୁଧବାରଠାରୁ କଟକଣା ଲାଗୁ ହୋଇଛି । ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଚାଲିବାକୁ ସରକାର ଅନୁମତି ଦେଇଥିଲେ।
ସିନେମା ହଲ ଓ ମଲ୍‌ ପାଇଁ ଥିବା କଟକଣା ଆହୁରି କୋହଳ କରାଯାଇଛି । ଶିଟିଂ କାପାସିଟି ଅନୁସାରେ ଦର୍ଶକ ସିନେମା ହଲକୁ ଯାଇପାରିବେ। ସେହିପରି ମଲ ଯିବା ଲାଗି ଭ୍ୟାକସିନ ସାର୍ଟିଫିକେଟ ଓ କୋଭିଡ ନେଗେଟିଭ ରିପୋର୍ଟ ଆବଶ୍ୟକ ହେବ ନାହିଁ। ହେଲେ ମାସ୍କ ପିନ୍ଧିବାକୁ କଡାକଡି କରାଯାଇଛି।