ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ ତୁମୁଳକାଣ୍ଡ ଘଟିଛି। ଅନ୍ୟପକ୍ଷରେ ଡିଜେ ଶବ୍ଦରେ ୨ଟି ଘରର ଛାତରୁ କିଛି ଅଂଶ ପ୍ଲାଷ୍ଟର ଖସିପଡ଼ିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

ରାତିରେ ଗିରିଆ ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ ଡିଜେ ବାଜିବା ସହ ଉଚ୍ଚ ଶବ୍ଦ କରୁଥିବା ବାଣ ଫୁଟାଯାଉଥିଲା। ଡିଜେର ଅତ୍ୟଧିକ ଶବ୍ଦକୁ ନେଇ ଆପତ୍ତି ଉଠିବା ପରେ ୨ ପକ୍ଷ ମଧ୍ୟରେ ବଚସା ଓ ପରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଅନ୍ୟପଟେ ଡିଜେର ପ୍ରଚଣ୍ଡ ଶବ୍ଦରେ ଟୁଟୁ ପ୍ରଧାନ ଓ ମନୋଜ ପ୍ରଧାନଙ୍କ ଘରର ଛାତର କିଛି ଅଂଶ ଓ ପ୍ଲାଷ୍ଟର ଖସିପଡ଼ିଥିବା ଅଭିଯୋଗ ଆସିବା ପରେ ଉତ୍ତେଜନା ଉଗ୍ର ଉୂପ ନେବା ପୂର୍ବରୁ ଘଟଣା ସମ୍ପର୍କରେ ଖବରପାଇ ପୋଲିସ ଗାଁରେ ପହଞ୍ଚି ଥିଲା। ସେତବେଳକୁ ଡିଜେ ହୋଇଯାଇଥିବା ବେଳେ ମୂର୍ତ୍ତି ବିସର୍ଜନ ମଧ୍ୟ ସରିଥିବା ଜଣାପଡ଼ିଛି। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି।

Share