ଭଡାଟିଆଙ୍କଠାରୁ ୪.୫ ଲକ୍ଷ ଠକି ବନ୍ଧା ହେଲେ ଘରମାଲିକ

ବୋରିଗୁମ୍ମା,୧୨ା୧୦ (ଡି.ଏନ.ଏ. )-କୋରାପୁଟ ଜିଲା ବୋରିଗୁମ୍ମା ସହରରେ ଜଣେ ଘର ମାଲିକ ନିଜ ଘରେ ଭଡା ରହୁଥିବା ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ସମ୍ପୃକ୍ତ ଘର ମାଲିକଙ୍କୁ ଗିରଫ କରାଯାଇଛି।
ଖବରରୁ ଜଣାପଡିଛି, ସନିଆ ନାହାକ ବୋରିଗୁମ୍ମା ସହରର ଉମା ଶଙ୍କର ପାଣିଗ୍ରାହୀଙ୍କ ଘରେ ଭଡାରେ ରହୁଛନ୍ତି। ସନିଆଙ୍କ ଫ୍ୟାନ, ଗ୍ରାଇଣ୍ଡର ଓ ଅନ୍ୟାନ୍ୟ ବିଦ୍ୟୁତ ଉପକରଣ ମରାମତି ଦୋକାନ ରହିଛି। ଘର ମାଲିକ ଉମା ଶଙ୍କର ମଧ୍ୟ ଏକ ବ୍ୟବସାୟ କରୁଥିଲେ। ବ୍ୟବସାୟରେ ଟଙ୍କା ଦରକାର ପଡିବାରୁ ୨୦୧୮ରେ ସେ ସନିଆଙ୍କୁ ଟଙ୍କା ଧାର ମାଗିଥିଲେ। ପ୍ରଥମେ ସନିଆ ଟଙ୍କା ଧାର ଦେବାକୁ ମନା କରିଥିଲେ। ତେବେ ପରେ ସେ ଉମାଶଙ୍କରଙ୍କ କଥାବାର୍ତ୍ତାରେ ରାଜି ହୋଇଥିଲେ। ପ୍ରଥମେ କିସ୍ତିରେ ୧ ଲକ୍ଷ, ୨ୟ କିସ୍ତିରେ ୧ ଲକ୍ଷ ୫୦ ହଜାର ଏବଂ ଶେଷରେ ୨ ଲକ୍ଷ ଟଙ୍କା ସନିଆଠାରୁ ଉମାଶଙ୍କର ନେଇଥିଲେ। ପରେ ସନିଆ ଘର ମାଲିକ ଉମାଶଙ୍କରଙ୍କୁ ଟଙ୍କା ମାଗିବାରୁ ଦେବି ଦେବି କହି ସେ ଏଯାଏ ସମୟ ଗଡାଇ ଆସିଲେ। ଶେଷରେ ସନିଆ ଥାନାର ଦ୍ୱାରସ୍ଥ ହୋଇ ଉମାଶଙ୍କରଙ୍କ ନାମରେ ଏତଲା ଦେଇଥିଲେ। ଆଇଆଇସି ସଞ୍ଜୟ କୁମାର ମଣ୍ଡଳ କେସ ନମ୍ବର ୧୩୮/୨୦ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଘରମାଲିକ ଉମାଶଙ୍କରଙ୍କୁ ଗିରଫ କରିଥିଲେ। ଉମାଶଙ୍କର ଏପରି ଅନେକ ବ୍ୟକ୍ତିଙ୍କଠାରୁ ଟଙ୍କା ଠକି ନେଇଥିବା ତଦନ୍ତ ବେଳେ ଜଣାପଡିଛି ବୋଲି ଆଇଆଇସି ମଣ୍ଡଳ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଗୋଟିଏ ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ; ଭାଲେଣ୍ଟାଇନ୍‌ ଡେ’ ପୂର୍ବରୁ ଅଭାବନୀୟ ଘଟଣା

ପଟ୍ଟାଙ୍ଗି,୧୨।୨(ଶରତ କୁମାର ଧଳ): ଭାଲେଣ୍ଟାଇନ୍‌ ସପ୍ତାହ ଚାଲିଥିବା ବେଳେ ପ୍ରେମର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତରେ…

ଦ୍ୱିତୀୟ ଥର ପାଇଁ ଲଲାଟ ହେଲେ କୋରାପୁଟ ଜିଲା ବିଜେଡି ଯୁବ ସଭାପତି

କୋରାପୁଟ, ୧୨।୨(ଅମିତାଭ ବେହେରା): କୋରାପୁଟ ପୌରାଧକ୍ଷ ଲଲାଟ ରଂଜନ ସେଠିଙ୍କୁ ଦ୍ୱିତୀୟ ଥର ପାଇଁ କୋରାପୁଟ ଜିଲାର ଯୁବ ବିଜୁ ଜନତା ଦଳର ସଭାପତି ଭାବେ ଦାୟିତ୍ୱ…

ଆଞ୍ଚଳିକ ବିକାଶରେ ନୂଆ ଗତି ସୃଷ୍ଟି କରିବ ଗ୍ରୀନ୍‌ ଫିଲ୍ଡ କରିଡର, ଓଡ଼ିଶା-ଆନ୍ଧ୍ରକୁ ଯୋଡ଼ି…

କୋରାପୁଟ,୧୧ା୨(ଅମିତାଭ ବେହେରା): ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର କେବଳ ଏକ ସଡ଼କ ପ୍ରକଳ୍ପ ନୁହେଁ ଏହା ପୂର୍ବ ଭାରତର ଆର୍ଥିକ ମାନଚିତ୍ରକୁ ପୁନଃରୂପାୟିତ କରିବା ଆଶା ରଖାଯାଇଛି। ଭାରତମାଳା…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri