ଧାରଣାରତ ମହିଳାଙ୍କୁ ପୋଲିସ ଭ୍ୟାନ୍‌ରେ ପୂରାଇ ଭଙ୍ଗାଗଲା ଘର

ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକ ତବଲବାଞ୍ଜି ଗଁାରେ ବୁଧବାର ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଯୁକ୍ତ କ୍ଷତିପୂରଣ ଏବଂ ଉଚିତ ଥଇଥାନ ବ୍ୟବସ୍ଥା ନ ହେବା ଯାଏ ଲୋକେ ଗଁା ଛାଡିବେ ନାହିଁ ବୋଲି କହି ମଙ୍ଗଳବାରଠାରୁ ଗଁା ଦାଣ୍ଡରେ ଧାରଣା ଦେଇଥିଲେ। ବୁଧବାର ଗଁା ରାସ୍ତାରେ ଧାରଣା ଦେଇଥିବା ମହିଳାମାନଙ୍କୁ ପୋଲିସ ଉଠାଇନେଇ ଏକ ଭ୍ୟାନ୍‌ ଭିତରେ ପୂରାଇ ଲୋକଙ୍କ ଘର ଭାଙ୍ଗିଛି। ଲୋୟର ସୁକ୍‌ତେଲ ପ୍ରକଳ୍ପ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନିକ ଟିମ୍‌ ଜେସିବିି ମେଶିନ ଜରିଆରେ ଏହି ଗଁାର ୩ଟି ପରିବାରର ଘର ଭାଙ୍ଗିଛନ୍ତି। ଘର ଭଙ୍ଗା ହେବା ପୂର୍ବରୁ ସମ୍ପୃକ୍ତ ପରିବାର ସଦସ୍ୟ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଆସନ୍ତା ସେପ୍ଟେମ୍ବର ୨୬ରେ ଲୋୟର ସୁକ୍‌ତେଲ ଡ୍ୟାମ୍‌କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ସ୍ଥିର ହୋଇଛି। ଏହି କାରଣରୁ ପ୍ରଶାସନ ବିସ୍ଥାପନ ପ୍ରକ୍ରିୟା ଶୀଘ୍ର ସାରିବାକୁ ଜୋର ଦେଇଛି।

ବଲାଙ୍ଗୀର,୬ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ତବଲବାଞ୍ଜି ଗଁାରେ ପ୍ରଶାସନିକ ଟିମ୍‌ ମଙ୍ଗଳବାର ପହଞ୍ଚତ୍ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଉଦ୍ୟମ କରିଥିଲେ। ଆନ୍ଦୋଳନରତ ଗଁା ଲୋକଙ୍କ ପ୍ରବଳ ବିରୋଧ ଯୋଗୁ ପ୍ରକଳ୍ପ କର୍ତ୍ତୃପକ୍ଷ ଏବଂ ପୋଲିସ ବାହିନୀ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ। ଫଳରେ ମଙ୍ଗଳବାର ତବଲବାଞ୍ଜି ଗଁାରେ ଘରଭଙ୍ଗା କାମ ହୋଇପାରି ନ ଥିଲା। ବୁଧବାର ଜିଲା ପ୍ରଶାସନ ଏହି ଗଁାରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଥିଲା। ସକାଳୁ ପୋଲିସ ଫୋର୍ସ, ପ୍ରକଳ୍ପ କର୍ତ୍ତୃପକ୍ଷ ଏବଂ ଉଚ୍ଛେଦ ଟିମ୍‌ ତବଲବାଞ୍ଜି ଗଁାରେ ପହଞ୍ଚତ୍ୟାଇଥିଲେ। ଗଁା ଲୋକେ ସେମାନଙ୍କୁ ବିରୋଧ କରିଥିଲେ। ଦ୍ୱିତୀୟ ଦିନରେ ପୁଣି ଗଁା ଦାଣ୍ଡରେ ଧାରଣା ଦେଇଥିଲେ। ଥଇଥାନ ଏବଂ ସମ୍ପୂର୍ଣ୍ଣ କ୍ଷତିପୂରଣ ନ ଦେବା ପୂର୍ବରୁ ଗଁା ଲୋକଙ୍କ ଘର ନ ଭାଙ୍ଗିବାକୁ ଲୋକେ ଦାବି କରିଥିଲେ। ଘର ନ ଭାଙ୍ଗିବାକୁ ଲୋକେ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ କଥାକୁ ଗୁରୁତ୍ୱ ଦେଇ ନ ଥିଲା। ପୋଲିସ ଧାରଣାସ୍ଥଳରୁ ମହିଳାମାନଙ୍କୁ ଜବରଦସ୍ତ ଉଠାଇନେଇ ଭ୍ୟାନ୍‌ରେ ପୂରାଇ ଦେଇଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନକୁ ଲୋକେ ବିରୋଧ କରିଥିଲେ ମଧ୍ୟ ଜେସିବି ମେଶିନ ଗଁାକୁ ପଶି ସୁମନ୍ତ ଭୁଏ, ଟିକେଶ୍ୱର ରାଉତ ଏବଂ ବୃନ୍ଦାବନ ପଧାନଙ୍କ ଘରକୁ ଭାଙ୍ଗିଦେଇଛି।
ଗଁାର ମହେନ୍ଦ୍ର ବଗର୍ତ୍ତୀ କହିଛନ୍ତି, ତବଲବାଞ୍ଜି ଗଁା ଲୋୟର ସୁକ୍‌ତେଲ ପ୍ରକଳ୍ପର ଆଂଶିକ ଜଳମଗ୍ନ ଗଁା ଦର୍ଶାଯାଇଛି। କିନ୍ତୁ ଗଁାର ଅଳ୍ପ କିଛି ଘରକୁ ଛାଡ଼ିଦେଲେ ପ୍ରାୟ ଅଧିକାଂଶ ଘର ପ୍ରକଳ୍ପ ପାଣିରେ ବୁଡ଼ିଯିବ। ମାତ୍ର ଗଁାର ଅଧିକାଂଶ ଲୋକଙ୍କ ଚାଷଜମି ଜଳମଗ୍ନ ହେଉନାହିଁ। ଏଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା କୁସମେଲ କଲୋନିରେ ଗଁା ଲୋକଙ୍କ ପୁନର୍ବାସ ବ୍ୟବସ୍ଥା କରାଯାଇଥିବା ପ୍ରଶାସନ କହୁଛି। ଲୋକେ ସେଠାକୁ ଗଲେ ଚାଷ କରିବାକୁ କିଭଳି ଆସିବେ। ଲୋକେ ଚାହୁଁଛନ୍ତି ଗଁା ନିକଟ ଜମିରେ କିମ୍ବା ରାଣୀପାଲି ବୁଲାଣି ନିକଟ ପମ୍ପହାଉସ୍‌ ସମ୍ମୁଖ ଜମିରେ ପୁନର୍ବାସ କଲୋନି ତିଆରି କଲେ ସେମାନେ ଗଁା ଛାଡ଼ିଦେବେ। ପ୍ରଶାସନ ଲୋକଙ୍କ ଦାବି ପୂରଣ ନ କରି ଜବରଦସ୍ତି ମହିଳାମାନଙ୍କୁ ଭ୍ୟାନ୍‌ ଭିତରକୁ ଉଠାଇନେଇ ଘର ଭାଙ୍ଗିବା ଆରମ୍ଭ କରିଛି। ଏହା ଠିକ୍‌ ହୋଇନାହିଁ ବୋଲି ସେ କହିଛନ୍ତି। ଗଁାର ବୃନ୍ଦାବନ ସାହୁ ମଧ୍ୟ ଜୋରଜବରଦସ୍ତି ବିସ୍ଥାପନକୁ ନାପସନ୍ଦ କରିଛନ୍ତି। ଲୋକଙ୍କୁ ଉଚିତ କ୍ଷତିପୂରଣ ଦେଇ ଥଇଥାନକରି ବିସ୍ଥାପନ କରିବାକୁ ସେ କହିଛନ୍ତି। ଘରଭଙ୍ଗା ଆରମ୍ଭ ହେବା ପରେ ଗଁାର ମହିଳାମାନଙ୍କୁ ଭ୍ୟାନ୍‌ ଭିତରୁ ଛଡ଼ାଯାଇଥିବା ଜଣାପଡିଛି।
ଅନ୍ୟପକ୍ଷରେ ପ୍ରକଳ୍ପ ଅଧୀକ୍ଷଣ ଯନ୍ତ୍ରୀ ଅଜୟ ବେହେରାଙ୍କୁ ପଚରାଯିବାରେ ପ୍ରଶାସନ ତବଲବାଞ୍ଜି ଗଁା ଲୋକଙ୍କ ପୁନର୍ବାସ ପାଇଁ ବ୍ୟବସ୍ଥା କରିଛି। ଯେଉଁମାନେ ନିଜସ୍ବ ଉଦ୍ୟମରେ ଘର ତିଆରି କରିଛନ୍ତି, ସେମାନେ ସେଠାକୁ ଚାଲିଗଲେଣି। ଅନ୍ୟ ଯେଉଁମାନେ ସେଠାରେ ରହିଛନ୍ତି ସେମାନେ ମଧ୍ୟ ଗଁା ଉପର ମୁଣ୍ଡରେ ଘର କରି ରହୁଛନ୍ତି। ଲୋକଙ୍କୁ ବୁଝାଇ ଘରଭଙ୍ଗା କାମ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ…

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

ଏଥର ପୋଲିସ ପାଳି, ବର୍ଦ୍ଦିରେ ରହି ସୋସିଆଲ ମିଡିଆରେ ଫଟୋ ଭିଡିଓ ପୋଷ୍ଟ କଲେ…

ଭୁବନେଶ୍ୱର,୨୦ା୯: ଏଣିକି ପୋଲିସ ପାଳି। ରାଜ୍ୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡ୍‌ଲାଇନ୍‌ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?