ଲଗାଣ ବର୍ଷାରେ ଧସିଲା ଘର, ଚାପି ହୋଇଗଲେ ଗୋଟିଏ ପରିବାରର ୬ ସଦସ୍ୟ

ଭବାନୀପାଟଣା,୨ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ବିମଳା ଗ୍ରାମରେ ବୁଧବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଲଗାଣ ବର୍ଷା ଯୋଗୁ ଏଠାକାର ଗୋଟିଏ ଘର ହଠାତ୍‌ ଧସିପଡ଼ିବାରୁ ପରିବାରର ୬ ଜଣ ସଦସ୍ୟ ତଳେ ଚାପିହୋଇ ଯାଇଥିଲେ। ପରେ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ଏହି ଦୁର୍ଘଟଣାରେ ୧୦ ବର୍ଷର ତୁଷାର ନାଏକ ଗୁରୁତର ହୋଇଥିବାରୁ ତାଙ୍କୁ ଜୟପାଟଣା ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ନିଆଯାଇଛି।