ପାଟଣା ,୩୦/୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟଙ୍ଗରପଡା ପଞ୍ଚାୟତ ଅନ୍ତର୍ଗତ ଅଙ୍କୁରା ଝପା ସାହିରେ ବଜ୍ରପାତରେ ୫ ବଖରା ଆଜବେଷ୍ଟସ ଗୃହ ଜଳିପୋଡ଼ି ଭାଙ୍ଗିଯିବା ସହ ଆସବାବପତ୍ର ପୋଡ଼ିଯାଇଛି। କାଳବୈଶାଖୀ ପ୍ରଭାବ ବଜ୍ରପାତ ଘଟି ସାଗର ପାତ୍ରଙ୍କ ୫ ବଖରା ଘର ଛପର ଓ କାନ୍ଥ ଫାଟିଫାଳ ଫାଳ ହୋଇଯାଇଛି। ଆସବପତ୍ର ବାସନକୁସନ,ବିଦ୍ୟୁତ ମିଟର ସହ ଇଲେକ୍ଟ୍ରି ସ୍ବିଚ ବୋର୍ଡ ପୋଡିଯାଇଛି। ଆଜବେଷ୍ଟସ ଛପର ଭାଙ୍ଗି ଯାଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ।