ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ: ସାଢେ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ। ପ୍ରଶ୍ନକାଳ ଚାଲିଥିବା ସମୟରେ ଚାଷୀ ପ୍ରସଙ୍ଗକୁ ନେଇ ଭାଜପା ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ଏଥିସହ ବାଚସ୍ପତିଙ୍କ ପୋଡିୟମ ଆଗରେ ଧାରଣାରେ ବସି ରହିଥିଲେ। ଫଳରେ ବାଚସ୍ପତି ଗୃହକୁ ସାଢେ ୧୧ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି।