ଖୁଲମ୍‌ଖୁଲା ବିକ୍ରି ହେଉଥିଲା ମଦ: ସିଲ ହେଲା ହୋଟେଲ ଉତ୍କଳ ଇନ୍‌

ଭୁବନେଶ୍ୱର, ୧୬।୮(ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର (ଡି.ଏନ୍‌.ଏ.) : ଶଟ୍‌ଡାଉନ୍‌ ଓ କଟକଣା ସତ୍ତ୍ୱେ ଭୁବନେଶ୍ୱରରେ ଖୁଲମ୍‌ଖୁଲା ବିକ୍ରି ହେଉଥିଲା ମଦ। ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଓ ବିଏମ୍‌ସିର ଚେତା ପଶିଥିଲା। ରବିବାର ଗ୍ୟାରେଜ ଛକରେ ଥିବା ହୋଟେଲ ଉତ୍କଳ ଇନ୍‌ ବାର୍‌ରେ ଲିଙ୍ଗରାଜ ଥାନା ପୋଲିସ ଓ ବିଏମ୍‌ସିର ଅଧିକାରୀମାନେ ଚଢ଼ାଉ କରି ପଦକ୍ଷେପ ନେଇଛନ୍ତି। ଉକ୍ତ ହୋଟେଲକୁ ସିଲ୍‌ କରାଯିବା ସହ ଗେଟ୍‌ରେ କରୋନା କଟକଣା ନେଇ ପୋଷ୍ଟର ଲଗାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଉକ୍ତ ହୋଟେଲ ବନ୍ଦ ରହିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।