ସବୁ ନାମୀଦାମୀ ହୋଟେଲ, ଲଜ୍‌ ବୁକ୍‌

ପୁରୀ ଅଫିସ,୩୦ା୧୨ସରି ଆସୁଛି ୨୦୨୨ ଏବଂ ପାଖେଇ ଆସୁଛି ନୂତନ ବର୍ଷ ୨୦୨୩। ନୂତନବର୍ଷକୁ ସ୍ବାଗତ କରିବା ପାଇଁ ଏବେଠୁ ଉତ୍ସବମୁଖର ହୋଇ ଉଠିଲାଣି ଶ୍ରୀକ୍ଷେତ୍ର। ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ନୂତନ ବର୍ଷର ପ୍ରଥମ ଦିନରେ ପୁରୀ ବେଳାଭୂମିରେ ସୂର୍ଯ୍ୟୋଦୟ ଦେଖିବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପୁରୀରେ ଏବେଠାରୁ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଲାଣି। ଅନ୍ୟପଟେ ନୂଆବର୍ଷରେ ଜିରୋ ନାଇଟ ସେଲିବ୍ରେଶନ୍‌ ପାଇଁ ସହରରେ ଥିବା ବଡ଼ ବଡ଼ ହୋଟେଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ସହ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଗତ ଦୁଇବର୍ଷ ହେବ କରୋନା ଜନିତ କଟକଣା ଥିବାରୁ ଧୁମ୍‌ଧାମ୍‌ରେ ନୂଆବର୍ଷ ପାଳନ ହୋଇପାରି ନ ଥିଲା। ଚଳିତ ବର୍ଷ କଟକଣା ନ ଥିବାରୁ ନୂତନ ବର୍ଷ ୨୦୨୩କୁ ଧୁମ୍‌ଧାମ୍‌ରେ ସ୍ବାଗତ କରିବା ସହ ଭଲ ଭାବେ ସେଲିବ୍ରେଶନ କରିବା ପାଇଁ ପ୍ରସ୍ତୁତ ଆରମ୍ଭ ହେଲାଣି। ତେବେ କେତେକ ଦେଶରେ କରୋନାର ପ୍ରଭାବ ବୃଦ୍ଧି ପାଉଥିବାରୁ ସେଲିବ୍ରେଶନ ସମେତ ଭିଡ଼ ସ୍ଥାନରେ ପର୍ଯ୍ୟଟକ ଓ ଭକ୍ତଙ୍କୁ ମାସ୍କ ପରିଧାନ କରିବାକୁ ପ୍ରଶାସନ ଏବଂ ହୋଟେଲ ମାଲିକମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଜିରୋନାଇଟ୍‌ ସେଲିବ୍ରେଶନ ପାଇଁ ସହରରେ ଥିବା ନାମୀଦାମୀ ହୋଟେଲଗୁଡ଼ିକୁ ବିଭିନ୍ନ ଆଲୋକମାଳାରେ ସଜ୍ଜିତ କରାଯାଉଛି। ପର୍ଯ୍ୟଟକମାନେ ଜିରୋନାଇଟକୁ ଯେଭଳି ମନ ଭରି ଉପଭୋଗ କରିପାରିବେ ସେଥିଲାଗି ହୋଟେଲିୟରମାନେ ଲାଗିପଡ଼ିଛନ୍ତି। ନୂଆବର୍ଷ ସେଲିବ୍ରେଶନ୍‌ ଲାଗି ପୁରୀକୁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ସୁଅ ଛୁଟିବ ବୋଲି ଅନୁମାନ କରାଯାଉଛି। ହୋଟେଲ୍‌ଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ହୋଟେଲ୍‌ ଆସୋସିଏଶନ ପକ୍ଷରୁ କୁହାଯାଇଛି। ପୁରୀ ହୋଟେଲ ଆସୋସିଏଶନ୍‌ ସମ୍ପାଦକ ରାଜକିଶୋର ପାତ୍ର କହିଛନ୍ତି, ଦୁଇବର୍ଷ ହେବ କୋଭିଡ୍‌ କଟକଣା କାରଣରୁ ଜିରୋନାଇଟ ସେଲିବ୍ରେଶନ ବନ୍ଦ ରହିଥିଲା। ଚଳିତବର୍ଷ କଟକଣା ନ ଥିବାରୁ ଦୁଇଗୁଣ ପର୍ଯ୍ୟଟକ ନୂଆବର୍ଷରେ ଆସିବାର ସମ୍ଭାବନା ରହିଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ହୋଟେଲ ପକ୍ଷରୁ ବ୍ୟବସ୍ଥା କରାଯାଉଛି। କିପରି ପର୍ଯ୍ୟଟକମାନେ ସୁରୁଖୁରୁରେ ହୋଟେଲରେ ରହିବା ସହ ବୁଲାବୁଲି କରିପାରିବେ ସେ ନେଇ ବ୍ୟବସ୍ଥା ହେଉଛି। ସେମାନଙ୍କୁ ଏ ସଂକ୍ରାନ୍ତ ସୂଚନା ଦିଆଯିବ। ଅନ୍ୟପକ୍ଷରେ ଡିସେମ୍ବର ୩୧ ଏବଂ ଜାନୁୟାରୀ ୧ ନିମନ୍ତେ ପ୍ରାୟ ୬ମାସ ପୂର୍ବରୁ ହୋଟେଲଗୁଡ଼ିକ ବୁକିଂ ହୋଇଯାଇଥାଏ। ତେବେ ବେଳେବେଳେ କେତେକ ହୋଟେଲ ଏହି ସମୟରେ ମନଇଚ୍ଛା ଦର ବଢାଇଦେଇଥାନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ଅନେକ ଭକ୍ତ ମତ ଦେଇଛନ୍ତି। ନୂଆବର୍ଷ ପୂର୍ବରୁ ପୁରୀରେ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ସବୁ ବଡ଼ ବଡ଼ ହୋଟେଲ ଓ ଲଜ୍‌ ବୁକ୍‌ ସରିଛି। ପ୍ରଶାସନ ଅଧୀନ ଥିବା ଭକ୍ତ ନିବାସ, ଯାତ୍ରୀ ନିବାସରେ ମଧ୍ୟ ବେଡ୍‌ ଫାଙ୍କା ନାହିଁ। ଭକ୍ତଙ୍କ ସମାଗମଙ୍କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଛି। ଅନ୍ୟପକ୍ଷରେ ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ, ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର ସମେତ ବଡ଼ଦାଣ୍ଡ, ସମୁଦ୍ର କୂଳ ଏବଂ ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ପୋଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri