ସବୁ ନାମୀଦାମୀ ହୋଟେଲ, ଲଜ୍‌ ବୁକ୍‌

ପୁରୀ ଅଫିସ,୩୦ା୧୨ସରି ଆସୁଛି ୨୦୨୨ ଏବଂ ପାଖେଇ ଆସୁଛି ନୂତନ ବର୍ଷ ୨୦୨୩। ନୂତନବର୍ଷକୁ ସ୍ବାଗତ କରିବା ପାଇଁ ଏବେଠୁ ଉତ୍ସବମୁଖର ହୋଇ ଉଠିଲାଣି ଶ୍ରୀକ୍ଷେତ୍ର। ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ନୂତନ ବର୍ଷର ପ୍ରଥମ ଦିନରେ ପୁରୀ ବେଳାଭୂମିରେ ସୂର୍ଯ୍ୟୋଦୟ ଦେଖିବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପୁରୀରେ ଏବେଠାରୁ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଲାଣି। ଅନ୍ୟପଟେ ନୂଆବର୍ଷରେ ଜିରୋ ନାଇଟ ସେଲିବ୍ରେଶନ୍‌ ପାଇଁ ସହରରେ ଥିବା ବଡ଼ ବଡ଼ ହୋଟେଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ସହ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଗତ ଦୁଇବର୍ଷ ହେବ କରୋନା ଜନିତ କଟକଣା ଥିବାରୁ ଧୁମ୍‌ଧାମ୍‌ରେ ନୂଆବର୍ଷ ପାଳନ ହୋଇପାରି ନ ଥିଲା। ଚଳିତ ବର୍ଷ କଟକଣା ନ ଥିବାରୁ ନୂତନ ବର୍ଷ ୨୦୨୩କୁ ଧୁମ୍‌ଧାମ୍‌ରେ ସ୍ବାଗତ କରିବା ସହ ଭଲ ଭାବେ ସେଲିବ୍ରେଶନ କରିବା ପାଇଁ ପ୍ରସ୍ତୁତ ଆରମ୍ଭ ହେଲାଣି। ତେବେ କେତେକ ଦେଶରେ କରୋନାର ପ୍ରଭାବ ବୃଦ୍ଧି ପାଉଥିବାରୁ ସେଲିବ୍ରେଶନ ସମେତ ଭିଡ଼ ସ୍ଥାନରେ ପର୍ଯ୍ୟଟକ ଓ ଭକ୍ତଙ୍କୁ ମାସ୍କ ପରିଧାନ କରିବାକୁ ପ୍ରଶାସନ ଏବଂ ହୋଟେଲ ମାଲିକମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଜିରୋନାଇଟ୍‌ ସେଲିବ୍ରେଶନ ପାଇଁ ସହରରେ ଥିବା ନାମୀଦାମୀ ହୋଟେଲଗୁଡ଼ିକୁ ବିଭିନ୍ନ ଆଲୋକମାଳାରେ ସଜ୍ଜିତ କରାଯାଉଛି। ପର୍ଯ୍ୟଟକମାନେ ଜିରୋନାଇଟକୁ ଯେଭଳି ମନ ଭରି ଉପଭୋଗ କରିପାରିବେ ସେଥିଲାଗି ହୋଟେଲିୟରମାନେ ଲାଗିପଡ଼ିଛନ୍ତି। ନୂଆବର୍ଷ ସେଲିବ୍ରେଶନ୍‌ ଲାଗି ପୁରୀକୁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ସୁଅ ଛୁଟିବ ବୋଲି ଅନୁମାନ କରାଯାଉଛି। ହୋଟେଲ୍‌ଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ହୋଟେଲ୍‌ ଆସୋସିଏଶନ ପକ୍ଷରୁ କୁହାଯାଇଛି। ପୁରୀ ହୋଟେଲ ଆସୋସିଏଶନ୍‌ ସମ୍ପାଦକ ରାଜକିଶୋର ପାତ୍ର କହିଛନ୍ତି, ଦୁଇବର୍ଷ ହେବ କୋଭିଡ୍‌ କଟକଣା କାରଣରୁ ଜିରୋନାଇଟ ସେଲିବ୍ରେଶନ ବନ୍ଦ ରହିଥିଲା। ଚଳିତବର୍ଷ କଟକଣା ନ ଥିବାରୁ ଦୁଇଗୁଣ ପର୍ଯ୍ୟଟକ ନୂଆବର୍ଷରେ ଆସିବାର ସମ୍ଭାବନା ରହିଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ହୋଟେଲ ପକ୍ଷରୁ ବ୍ୟବସ୍ଥା କରାଯାଉଛି। କିପରି ପର୍ଯ୍ୟଟକମାନେ ସୁରୁଖୁରୁରେ ହୋଟେଲରେ ରହିବା ସହ ବୁଲାବୁଲି କରିପାରିବେ ସେ ନେଇ ବ୍ୟବସ୍ଥା ହେଉଛି। ସେମାନଙ୍କୁ ଏ ସଂକ୍ରାନ୍ତ ସୂଚନା ଦିଆଯିବ। ଅନ୍ୟପକ୍ଷରେ ଡିସେମ୍ବର ୩୧ ଏବଂ ଜାନୁୟାରୀ ୧ ନିମନ୍ତେ ପ୍ରାୟ ୬ମାସ ପୂର୍ବରୁ ହୋଟେଲଗୁଡ଼ିକ ବୁକିଂ ହୋଇଯାଇଥାଏ। ତେବେ ବେଳେବେଳେ କେତେକ ହୋଟେଲ ଏହି ସମୟରେ ମନଇଚ୍ଛା ଦର ବଢାଇଦେଇଥାନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ଅନେକ ଭକ୍ତ ମତ ଦେଇଛନ୍ତି। ନୂଆବର୍ଷ ପୂର୍ବରୁ ପୁରୀରେ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ସବୁ ବଡ଼ ବଡ଼ ହୋଟେଲ ଓ ଲଜ୍‌ ବୁକ୍‌ ସରିଛି। ପ୍ରଶାସନ ଅଧୀନ ଥିବା ଭକ୍ତ ନିବାସ, ଯାତ୍ରୀ ନିବାସରେ ମଧ୍ୟ ବେଡ୍‌ ଫାଙ୍କା ନାହିଁ। ଭକ୍ତଙ୍କ ସମାଗମଙ୍କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଛି। ଅନ୍ୟପକ୍ଷରେ ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ, ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର ସମେତ ବଡ଼ଦାଣ୍ଡ, ସମୁଦ୍ର କୂଳ ଏବଂ ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ପୋଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri