Posted inଜାତୀୟ

ପ୍ରଧାନମନ୍ତ୍ରୀ ମୋଦି ବସି ଧ୍ୟାନ କରିଥିବା ଗୁମ୍ଫାରେ ମିଳିବ ହୋଟେଲ୍‌ ସୁବିଧା

ନୂଆଦିଲ୍ଲୀ,୧୦୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥର ଯେଉଁ ଗୁମ୍ଫାରେ ବସି ସାଧନା କରିଥିଲେ, ସେହି ଗୁମ୍ଫା ସମେତ ଅନ୍ୟ ତିନୋଟି ଗୁମ୍ଫାରେ ଭକ୍ତମାନେ ହୋଟେଲ ସୁବିଧା ପାଇବେ। ସାଧାରଣ ଭକ୍ତମାନେ ମଧ୍ୟ ଏହି ଗୁମ୍ଫାଗୁଡ଼ିକୁ ବୁକ କରି ଆଧ୍ୟାତ୍ମିକ ଅଭ୍ୟାସ କରିପାରିବେ। ପ୍ରଧାନମନ୍ତ୍ରୀଙ୍କ ସାଧନା ପରେ ବହୁ ସଂଖ୍ୟାରେ ଭକ୍ତ ଏଠାକୁ ଆସିବାକୁ ଇଚ୍ଚା କ୍ରପାଶ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ତିନୋଟି ନୂତନ ଗୁମ୍ଫା ନିର୍ମାଣ କରିଛନ୍ତି ଯାହା ଆସନ୍ତା ବର୍ଷ ଭକ୍ତଙ୍କ ପାଇଁ ଉପଲବ୍ଧ ହେବ।
କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଅନୁଯାୟୀ, ୨୦୧୯ରେ ରୁଦ୍ର ଗୁମ୍ଫାରେ ପ୍ରଧାନମନ୍ତ୍ରୀ ଆଧ୍ୟାତ୍ମିକ ଅଭ୍ୟାସ କରିବା ପରେ ବହୁ ସଂଖ୍ୟାରେ ଭକ୍ତ ଏହି ଗୁମ୍ଫା ଦେଖିବା ପାଇଁ ଆସିବା ଆରମ୍ଭ କରିଥିଲେ। ଭକ୍ତଙ୍କ ଆଗ୍ରହ ଦେଖି ଏହି ଗୁମ୍ଫାର ବୁକିଂ ଆରମ୍ଭ ହୋଇଥିଲା। ଅଧିକ ସମୟ ବୁକିଂର ଅପେକ୍ଷା ଦେଖି ସରକାର ଏଠାରେ ଆଉ ତିନୋଟି ଗୁମ୍ଫା ନିର୍ମାାଣ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ନିକଟରେ ଏହି ତିନୋଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଅନୁଯାୟୀ ଏହି ଗୁମ୍ଫାଗୁଡ଼ିକ ପାଇଁ ବୁକିଂ ଆସନ୍ତା ବର୍ଷଠାରୁ ଆରମ୍ଭ ହେବ।
ମନ୍ତ୍ରଣାଳୟର ଅଧିକାରୀଙ୍କ ଅନୁଯାୟୀ, କାରୋନା ଯୋଗୁ ୨୦୨୦ ମସିହାରେ ମାତ୍ର ୨୫ ଜଣ ଭକ୍ତ ଆଧ୍ୟାତ୍ମିକ ଅଭ୍ୟାସ କରିଥିଲେ। ଏଥି ସହିତ, ୨୦୨୧ ମସିହାରେ ୯୫ ଭକ୍ତ ଏଠାରେ ଏପର୍ଯ୍ୟନ୍ତ ପହଞ୍ଚିଛନ୍ତି। ଆସନ୍ତା ବର୍ଷଠାରୁ ଏଠାକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ। ଅନଲାଇନ ବୁକିଂ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି, ଯାହାଦ୍ୱାରା ଭକ୍ତମାନେ ଘରୁ ବୁକ କରିପାରିବେ। ଗୋଟିଏ ଦିନରୁ ସାତ ଦିନ ପର୍ଯ୍ୟନ୍ତ ବୁକିଂ କରାଯାଇପାରିବ। ଦୈନିକ ଭଡା ପ୍ରାୟ ୧୫୦୦ ଟଙ୍କା ଏବଂ ପାଖାପାଖି ୧୮୦ ଟଙ୍କା ଟ୍ୟାକ୍ସ ହେବ। ଏହି ଚାରି ଗୁମ୍ଫା ମନ୍ଦାକିନୀ ନଦୀ କୂଳରେ ନିର୍ମିତ। ହେଲିପ୍ୟାଡରୁ ଗୁମ୍ଫାକୁ ଯିବା ପାଇଁ ମନ୍ଦାକିନି ନଦୀ ଉପରେ ଏକ ସେତୁ ନିର୍ମାଣ କରାଯାଇଛି। ସମସ୍ତ ଗୁମ୍ଫା କେଦାରନାଥ ଠାରୁ ପ୍ରାୟ ଦେଢ ଼ କିଲୋମିଟର ଦୂରରେ ଅବସ୍ଥିତ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri