ଦଦରା ଘରେ ଡାକ୍ତରଖାନା

ପରଜଙ୍ଗ, ୨।୬(ଡି.ଏନ.ଏ.) – କରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟସେବାର ଗୁରୁତ୍ୱ ଅନେକାଂଶରେ ବଢ଼ିଯାଇଛି। ଜରୁରିକାଳୀନ ସମୟରେ ହାତପାହାନ୍ତାରେ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇଦେବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ହେଲେ ଢେଙ୍କାନାଳ ଜିଲାର ପଛୁଆ ଅଞ୍ଚଳ ଭାବେ ପରିଚିତ କଙ୍କଡ଼ାହାଡ଼ ବ୍ଲକର ମହାବିରୋଡ ପ୍ରାଥମିକ ଡାକ୍ତରଖାନାରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ଏଠାରେ ଭଙ୍ଗା ଦଦରା ଘରେ ସ୍ବାସ୍ଥ୍ୟକେନ୍ଦ୍ର ଚାଲିଛି। ଦୀର୍ଘଦିନ ହେଲା ଡାକ୍ତର ପଦବୀ ଖାଲିପଡ଼ିଛି। ନର୍ସ ଏବଂ ଫାର୍ମାସିଷ୍ଟଙ୍କ କାନ୍ଧରେ ହସ୍ପିଟାଲର ସମସ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଥିବାବେଳେ ରୋଗୀମାନେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଅନୁଭବ କରୁଛନ୍ତି, ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
କଙ୍କଡ଼ାହାଡ଼ ବ୍ଲକବାସୀଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ୧୯୭୨ରେ ସ୍ଥାପିତ ହୋଇଥିଲା ମହାବିରୋଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ଏହି ଡାକ୍ତରଖାନା ଉପରେ ବ୍ଲକର ୨୫ ହଜାର ଜନସାଧାରଣ ନିର୍ଭରଶୀଳ। ହେଲେ ମରାମତି ଅଭାବରୁ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଜରାଜୀର୍ଣ୍ଣ ହୋଇଗଲାଣି। ଅନେକ ଦିନ ହେଲା ଡାକ୍ତର ପଦବୀ ଖାଲି ପଡ଼ିଛି। ୨ଜଣ ନର୍ସ, ଜଣେ ଫାର୍ମାସିଷ୍ଟ ଏବେ ସମସ୍ତ ଦାୟିତ୍ୱ ତୁଲାଉଛନ୍ତି। ଆମ୍ବୁଲାନ୍ସ ଓ ଆବଶ୍ୟକ ଉପକରଣ ନ ଥିବାରୁ ରୋଗୀମାନେ ଅସୁବିଧାରେ ପଡୁଛନ୍ତି। ଦୁର୍ଘଟଣାରେ ଗୁରୁତର, ଗର୍ଭବତୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅନ୍ୟତ୍ର ପଠାଇ ଦିଆଯାଉଛି। ସେମାନେ ଖର୍ଚ୍ଚାନ୍ତ ହୋଇ ପରଜଙ୍ଗ, ତାଳଚେର, ପାଲଲହଡ଼ା ଏବଂ ଢେଙ୍କାନାଳ ଯିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ରୋଗୀଙ୍କ ମୃତ୍ୟୁ ଘଟିଲେ କିମ୍ବା ଅପମୃତ୍ୟୁ ମାମଲାରେ ମୃତଦେହ ବ୍ୟବଚ୍ଛେଦ ଲାଗି ସୁବିଧା ନ ଥିବାରୁ ଶବ ଦୀର୍ଘ ସମୟ ପଡ଼ିରହୁଛି। ମହାବିରୋଡ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ପ୍ରଦାନ ଦାବିରେ କିଛିଦିନ ତଳେ ଅଞ୍ଚଳର ବୁଦ୍ଧିଜୀବୀମାନେ ଆନ୍ଦୋଳନ କରିଥିଲେ। ଏହା ସତ୍ତ୍ୱେ ସରକାର କିମ୍ବା ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ଫାର୍ମାସିଷ୍ଟ ମୁନିରାମ ମୁର୍ମୁ କୁହନ୍ତି, ଡାକ୍ତରଖାନାରେ ୨ ଜଣ ଷ୍ଟାଫ୍‌ନର୍ସ, ଜଣେ ଫାର୍ମାସିଷ୍ଟ, ନାଇଟ୍‌ ଓ୍ବାଚର, ସୁଇପର ଏବଂ ଆଟେଣ୍ଡାଣ୍ଟଙ୍କୁ ମିଶାଇ ମୋଟ ୮ ଜଣ କର୍ମଚାରୀ ଅଛନ୍ତି। ଆସୁଥିବା ରୋଗୀଙ୍କୁ ଠିକ୍‌ ଭାବେ ସେବା ଯୋଗାଇ ଦିଆଯାଉଛି। ଅନ୍ୟପଟେ ଏ ନେଇ ସିଡିଏମ୍‌ଓଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ। ତୁରନ୍ତ ଡାକ୍ତରଖାନାର ନବକଳେବର ସହିତ ଡାକ୍ତର ନିଯୁକ୍ତ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri