‘ଆମ ହସ୍‌ପିଟାଲ’ ଯୋଜନାରେ ଜିକେଭଟ୍ଟର ଡାକ୍ତରଖାନା

ଜଳେଶ୍ୱର,୭ା୧(ଡି.ଏନ.ଏ.): ବାଲେଶ୍ୱର ଜିଲାରେ ଆମ ହସ୍‌ପିଟାଲ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୫ଟି ଡାକ୍ତରଖାନାକୁ ସାମିଲ କରାଯାଇଛି। ଶୁକ୍ରବାର ଜିଲାପାଳ ଜିକେ ଭଟ୍ଟର ହସ୍‌ପିଟାଲ ପରିଦର୍ଶନରେ ଆସି ପୁରୁଣା ଗୃହରୁ ନୂତନ ଭାବେ ତିଆରି ହୋଇଥିବା ମାତୃ ଓ ଶିଶୁ ମଙ୍ଗଳ ଗୃହକୁ ସ୍ଥାନାନ୍ତର ହେବ ବୋଲି କହିଛନ୍ତି ା
ଡାକ୍ତରଖାନାଗୁଡିକର ରୂପାନ୍ତରୀକରଣ ଲାଗି ସ୍ବାସ୍ଥ୍ୟବିଭାଗକୁ ୫ଟିରେ ସାମିଲ କରାଯାଇଛି ା ଏଥିରେ ଜିଲାପାଳମାନଙ୍କୁ ଦାୟିତ୍ୱ ଦିଆଯାଇଛି। ବାଲେଶ୍ୱର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଜିକେଭଟ୍ଟର ହସ୍‌ପିଟାଲରେ ପହଞ୍ଚି ପରିଦର୍ଶନ କରିଛନ୍ତି ା ଏଣିକି ପୁରୁଣା ଡାକ୍ତରଖାନାରେ ରୋଗୀ ଚିକିତ୍ସା ନ ହୋଇ ନିକଟରେ ଥିବା ମାତୃ ଓ ଶିଶୁ ମଙ୍ଗଳ ନୂତନ କୋଠାଘରେ ସମସ୍ତ ଚିକିତ୍ସା କରାଯିବା ଲାଗି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ା ପୂର୍ବରୁ ଥିବା ଫାଟକ ବନ୍ଦ କରାଯାଇ ନୂତନ ଗୃହ ପର୍ଯ୍ୟନ୍ତ ଥିବା ରାସ୍ତାକୁ ପ୍ରଧାନ ରାସ୍ତାକୁ ସମ୍ପ୍ରସାରଣ କରାଯିବ। ଏଥିଲାଗି ପୂର୍ତ୍ତ ବିଭାଗର ୫୭ ରାଜ୍ୟ ରାଜପଥ କଡରେ ଥିବା ଦୋକାନୀମାନଙ୍କୁ ଉଚ୍ଛେଦ କରାଯିବାକୁ ତହସିଲଦାର ମିହିର ରଞ୍ଜନ ବେହେରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା ନୂତନ କୋଠଘରେ ସ୍ବଚ୍ଛତା, ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା, ଡାକ୍ତର ଓ ନର୍ସମାନଙ୍କ ଲାଗି ସ୍ବତନ୍ତ୍ର କୋଠରୀ ବ୍ୟବସ୍ଥା, ପ୍ରସୂତି ଗୃହ, ଶୌଚାଳୟ, ପିଇବା ପାଣି, ବିଦ୍ୟୁତୀକରଣ, ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା, ଆଧୁନିକ ଯନ୍ତ୍ରପାତି ସଂଯୋଗ, ସର୍ବୋପରି ଡାକ୍ତର ପଦବୀ ପୂରଣ ହେବ ବୋଲି ଜିଲାପାଳ କହିଛନ୍ତି ା ଶୃଙ୍ଖଳିତ ଭାବେ ଘରୋଇ ଓ ସରକାରୀ ଆମ୍ବୁଲାନ୍ସ ରହିବା ବ୍ୟବସ୍ଥା, ରୋଗୀଙ୍କ ସମ୍ପକୀୟଙ୍କ ଲାଗି ପ୍ରେକ୍ଷାଳୟ ବ୍ୟବସ୍ଥା କରିବାକୁ ସେ ସିଡିଏମ୍‌ଓ ଦୁଲାଲସେନ୍‌ ଜଗଦେବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା ପରିଦର୍ଶନ ବେଳେ ବିଡିଓ ପୁନମ ରାଉତ, ଡିପିଏମ୍‌ ଅନୀଲ କୁମାର ମହାନ୍ତି, ଭାରପ୍ରାପ୍ତ ଡାକ୍ତର ବିନୋଦ ପ୍ରଧାନ, ବନମାଳୀ ଜେନା ଓ ଶଶିକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ା ବାଲେଶ୍ୱର ଜିଲାର ପ୍ରଥମ ପର୍ଯ୍ୟାୟରେ ଜଳେଶ୍ୱର, ବସ୍ତା, ସୋର, ନୀଳଗିରି ଓ ବାଲେଶ୍ୱର ଡିଡିଏଚ୍‌ ଡାକ୍ତରଖାନାକୁ ଫାଷ୍ଟ ରେଫେରାଲ ୟୁନିଟ୍‌ ଭାବେ ଗ୍ରହଣ କରାଯାଇଥିବାରୁ ଏହାର ସମସ୍ତ ଉନ୍ନତୀକରଣ ହେବ ବୋଲି ଜଣାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri