କରୋନା ରୋଗୀଙ୍କୁ ସୁସ୍ଥ କରିବ କଙ୍କଡ଼ା ରକ୍ତ: ୧ ଲିଟରର ଦାମ ୧୧ ଲକ୍ଷ!

ଓ୍ବାଶିଂଟନ,୧୦।୭: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଏଥିରୁ ମୁକ୍ତି ପାଇବାକୁ ସମସ୍ତ ବିକାଶଶୀଳ ଦେଶ ପ୍ରୟାସ ଜାରି ରଖିଛନ୍ତି। ପ୍ରଥମେ ଏହାର ଭ୍ୟାକ୍ସିନ ମୂଷା ଓ ମାଙ୍କଡଙ୍କଠାରେ ପରୀକ୍ଷା କରାଯାଉଥିବା ବେଳେ ଏବେ ଏହା ମାନବ ଶରୀରରେ ପରୀକ୍ଷା କରାଯିବାକୁ ଯୋଜନା ଚାଲିଛି। ଏବେ ବିଶେଷଜ୍ଞମାନେ ଏକ ବିଶେଷ ପ୍ରକାର କଙ୍କଡାକୁ କରୋନା ଚିକିତ୍ସା ପାଇଁ ବ୍ୟବହାର କରିବା କଥା ଚିନ୍ତା କରିଛନ୍ତି। ହର୍ଷସୁ କ୍ରାବର ରକ୍ତ(blood of horseshoe crab)ରେ କରୋନା ରୋଗୀଙ୍କ ଚିକିତ୍ସା କରାଯିବାକୁ ଯୋଜନା ଚାଲିଛି। ଏହା ପୂର୍ବରୁ ମେଡିକାଲ ସାଇନ୍ସରେ ଉପଯୋଗ ହୋଇ ସାରିଥିବା ବେଳେ ଏବେ ଏହା କରୋନା ଚିକିତ୍ସାରେ ବ୍ୟବହାର କରାଯିବ ବୋଲି ଚେଷ୍ଟା କରାଯାଉଛି। ତେବେ ଏହି କଙ୍କଡାର ରକ୍ତକୁ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ମେଡିକାଲ ଉପକରଣ ସବୁ ବ୍ୟାକ୍ଟେରିଆ ଫ୍ରି ହେବା ଜରୁରୀ। ନଚେତ୍‌ ଏହାଦ୍ୱାର ସମସ୍ତ ରୋଗୀ ମୃତ୍ୟୁ ମୁଖରେ ପଡିବାର ସମ୍ଭାବନା ଅଧିକ ଥାଏ। ବିଶ୍ୱର ବହୁ ପୁରତନ ଜୀବମାନଙ୍କ ମଧ୍ୟରେ ଗୋଟିଏ ହେଉଛି ଏହି ହର୍ଷସୁ କ୍ରାବ। ଡାଏନାସୋର ପୂର୍ବରୁ ଏହି କଙ୍କଡା ପୃଥିବୀରେ ଦେଖାଯାଉଥିବା କୁହାଯାଏ। ତେବେ ୨୦୧୯ରେ ହୋଇଥିବା ଏକ ମେଡିକାଲ ଆନାଲିସିସରେ ଜଣାପଡିଥିଲା କି ଏହି କଙ୍କଡା ୩୦କୋଟି ବର୍ଷରୁ ଅଧିକ ସମୟ ହେବ ପୃଥିବୀରେ ଅଛନ୍ତି। ତେଣୁ ଏମାନଙ୍କୁ ଲିଭିଙ୍ଗ ଫାସିଲ୍ସ ଶ୍ରେଣୀରେ ରଖାଯାଇଛି। ପ୍ରତିକୂଳ ପରିବେଶରେ ବି ଏମାନେ ବଞ୍ଚି ରହିଥାଆନ୍ତି ବୋଲି କୁହାଯାଏ। ଏହି କଙ୍କଡ଼ାର ରକ୍ତ ନୀଳ ରଙ୍ଗର। ଏମାନଙ୍କ ରକ୍ତରେ ଆଇରନ ବଦଳରେ କପର ବା ତମ୍ବା ସହ ହେମୋସିଆନିନ(hemocyanin) ନାମକ ଏକ ରାସାୟନିକ ଥିବା କାରଣରୁ ଏମାନଙ୍କ ରକ୍ତର ରଙ୍ଗ ନୀଳ ହୋଇଥାଏ। ଏହି ରଙ୍ଗରେ ଥିବା ତତ୍ତ୍ୱ ସହଜରେ ବିଷାକ୍ତ ପଦାର୍ଥକୁ ଚିହ୍ନଟ କରିପାରିଥାଏ। ଏହାକୁ limulus amebocyte lysate (LAL) ବୋଲି କୁହାଯାଇଥାଏ। ବିଶେଷ କରି ଏହା ଏଣ୍ଡୋଟକ୍ସିନକୁ ସହଜରେ ଚିହ୍ନି ପାରିଥାଏ। ବ୍ୟାକ୍ଟେରିଆ ଶେଷ ହେବା ପରେ ଏହି ଏଣ୍ଡୋଟକ୍ସିନ ଶରୀରରୁ ନିର୍ଗତ ହୋଇଥାଏ। ଏହା ଏତେ ମାରାତ୍ମକ ଯେ ଯଦି ହସ୍ପିଟାଲର କୌଣସି ସର୍ଜରୀ ଉପକରଣ ଅବା ଇଞ୍ଜେକଶନରେ ଏହାର ସୁକ୍ଷ୍ମ ମାତ୍ରା ଥାଏ ତେବେ ଏହା ରୋଗୀର ଜୀବନ ପାଇଁ ବଡ ବିପଦ ସୃଷ୍ଟି କରିଥାଏ। ଏହି ନୀଳ ରଙ୍ଗର ରକ୍ତ ଏଣ୍ଡୋଟକ୍ସିନକୁ ଚିହ୍ନଟ କରିଥାଏ। ଏହାପରେ ଉକ୍ତ କଙ୍କଡା ଦେହରୁ ଏକ ରାସାୟନିକ ନିର୍ଗତ ହୋଇଥାଏ ଯାହା ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସିଥିବା ରକ୍ତକୁ ଏକାଠି କରିଥାଏ ଓ ତା’ରି ଭିତରେହିଁ ସେ ସେହି ବ୍ୟାକ୍ଟେରିଆକୁ ମାରି ଦେଇଥାଏ। ତେଣୁ ଏବେ କରୋନା ପାଇଁ ପ୍ରସ୍ତୁତ କରାଯାଇଥିବା ବହୁତ ଗୁଡିଏ ଭ୍ୟାକ୍ସିନକୁ ଏହି ନୀଳ ରକ୍ତ ସହ ମିଶ୍ରଣ କରାଯାଇ ଏହା ବିଷାକ୍ତ କି ନା ପରୀକ୍ଷା କରାଯିବ ବୋଲି ଜଣାପଡିଛି। ତେବେ ଏହି କଙ୍କଡାର ନୀଳ ରକ୍ତର ଗୋଟିଏ ଲିଟରର ଦାମ ପାଖାପାଖି ୧୧ ଲକ୍ଷ ଟଙ୍କା ବୋଲି କୁହାଯାଏ। ୧୯୭୦ରୁ ମେଡିକାଲ ଏକ୍ସପର୍ଟ ଏହି ହର୍ଷସୁ କ୍ରାବର ରକ୍ତକୁ ବ୍ୟବହାର କରି ଆସୁଛନ୍ତି। ଏହାଦ୍ୱାର ମେଡିକାଲ ଉପକରଣ ଓ ଔଷଧ ସମ୍ପୂର୍ଣ୍ଣ ଭାବେ ବ୍ୟାକ୍ଟେରିଆ ମୁକ୍ତ କି ନା ତାହା ପରୀକ୍ଷା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri