ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌ ମାଡ଼ିଯାଇ ୧୨ ଶ୍ରଦ୍ଧାଳୁ ମୃତ, ୩୯ ଆହତ

ଭୋପାଳ,୧୮ା୧୦: ମଧ୍ୟପ୍ରଦେଶ ଗ୍ବାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୧୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବାବେଳେ ୩୯ ଜଣ ଆହତ ହୋଇଛନ୍ତି। ଶୀତଳା ମା’ ମନ୍ଦିର ନିକଟରେ ରବିବାର ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମନ୍ଦିର ନିକଟରେ ଶ୍ରଦ୍ଧାଳୁ ଏକାଠି ହୋଇଥିବା ବେଳେ ଏକ ଟ୍ରକ୍‌ ମାଡ଼ି ଯାଇ ପୋଲିସ ଚେକ ପଏଣ୍ଟକୁ ଭାଙ୍ଗି ଶ୍ରଦ୍ଧାଳୁଙ୍କୁ ଚାପି ଦେଇଥିଲା। ଆହତଙ୍କ ମଧ୍ୟରେ କିଛି ପୋଲିସ କର୍ମଚାରୀ ମଧ୍ୟ ଅଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

Dharitri – Odisha’s No.1 Odia Daily

Share