ବରଗଡ଼, ୧।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବରଗଡ଼–ସୋହେଲା ମୁଖ୍ୟ ରାସ୍ତାର ପଥର୍ଲା ଛକ ନିକଟରେ ସୋମବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କ ଜୀବନ ଯାଇଛି। ଏକ ଟ୍ରାକ୍ଟରରେ ବାଡେଇ ହେବାରୁ ଘଟଣାସ୍ଥଳେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବାଇକ୍ ଚାଳକ ଜଣକ ଆସୁଥିବାବେଳେ ଟ୍ରାକ୍ଟରକୁ ଧକ୍କା ଦେଇଥିଲେ। ଧକ୍କା ଏତେ ଜୋରଦାର ଥିଲା ଯେ ଯୁବକ ଜଣକ ଗୁରୁତର ହୋଇଥିଲେ। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ଦୁର୍ଘଟଣା ପରେ କିଛି ସମୟ ପର୍ଯ୍ୟନ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।