Posted inRasifala

ରାଶିଫଳ: ଗୁରୁବାର, ଜୁନ୍ ୩ ତାରିଖ – Daily Horoscope

ମେଷ
ଆଜି କୃତିକା ନକ୍ଷତ୍ର ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବାର ସୁଯୋଗ ମିଳିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଲାଭବାନ୍‌ ହେବେ। ନିର୍ମାଣ, ପ୍ରକାଶନ, ଗଣ ଯୋଗାଯୋଗ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ।
ବୃଷ
ବୃଷ
ପ୍ରତ୍ୟେକ ସମସ୍ୟାକୁ ପ୍ରତିହତ କରି ହାତକୁ ନେଇଥିବା କାମଗୁଡିକ ଠିକ୍‌ ଭାବେ ସମ୍ପନ୍ନ ହେବ। ମୃଗଶିରା ନକ୍ଷତ୍ରର ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସାମ୍ବାଦିକତା, ଏଜେନ୍ସିପ୍‌ରୁ ପ୍ରଶଂସିତ ହେବେ। ସମ୍ପର୍କୀୟଙ୍କଠାରୁ ଅଯାଚିତ ସହାଯ୍ୟ, ସହଯୋଗ ପ୍ରାପ୍ତ ହେବ।
ମିଥୁନ
ମିଥୁନ
ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ବିବଦମାନ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ତଥାପି କୌଶଳରେ ସମସ୍ତ ପ୍ରକାର ପ୍ରତିବନ୍ଧକକୁ ସାମ୍‌ନା କରିବା ଧୈର୍ଯ୍ୟ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ସାମୟିକ ଖୁସି ରହିବ। ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କର୍କଟ
କର୍କଟ
ଦୁର୍ବଳ କର୍ମାଧିପତି ପ୍ରଭାବରେ ଆକସ୍ମିକ ସ୍ଥାନ ପରିବର୍ତ୍ତନଜନିତ ସମସ୍ୟା ଆସିପାରେ। ନିଜ ଲୋକଙ୍କୁ ଭୁଲ୍‌ ବୁଝି ପରକଥାକୁ ବିଶ୍ୱାସ କରି ହଇରାଣ ହେବେ। ଆଜି ହଠାତ୍‌ କୌଣସି ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ। କଚେରୀ ମାମଲା, ଘରୋଇ କଳହ କ୍ଷେତ୍ରରେ ଟେନସନ୍‌ ଦୂର ହେବାର ସମ୍ଭାବନା ରହିଛି ।
ସି˚ହ
ସି˚ହ
ପଦାଧିକାରୀଙ୍କ ଆଦେଶକୁ ଅବଜ୍ଞା ନକରି ଯାତ୍ରା କରିବାକୁ ବାଧ୍ୟ ହେବେ। ମନ ବିଚଳିତ ଯୋଗୁ ନିଜକୁ ନିୟନ୍ତ୍ରଣରେ ରଖିପାରିବେ ନାହିଁ। ମଘା ନକ୍ଷତ୍ରର ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ। ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ। ଶିଳ୍ପ, ବାଣିଜ୍ୟ, ନିର୍ମାଣ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବ।
କନ୍ୟା
ବହୁତ ଦିନରୁ ଲାଗି ରହିଥିବା ଘରୋଇ ସମାସ୍ୟାର ସମାଧାନ ସକାଶେ ଆତ୍ମୀୟ ସାହାଯ୍ୟ କରିପାରନ୍ତି। କର୍ମକ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ। ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ତୁଳା
ତୁଳା
କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କିଛିନା କିଛି କାରଣକୁ ନେଇ ଟେନ୍ସନ ଲାଗିରହିବ। ଆଖିରେ ନଦେଖି କେବଳ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଚିତ୍ରା ନକ୍ଷତ୍ର ହଠାତ୍‌ ଜଣେ ବନ୍ଧୁଙ୍କ କାମରେ ଯୋଗ ଦେବା ପାଇଁ ମନ ଛଟପଟ ହେବ।ସାହିତ୍ୟ,ରାଜନୀତି,ସାମ୍ବାଦିକତା, ଆଇନ ଓ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ପାଇବେ।
ବିଛା
ବିଛା
ବାରମ୍ବାର ଅସଫଳତା ଇଚ୍ଛାଶକ୍ତିକୁ କମାଇଦେବ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନୀ ଘଟିପାରେ। ଜ୍ୟେଷ୍ଠା ନକ୍ଷତ୍ର ପ୍ରତ୍ୟେକ ସ୍ତରରେ ସହମତି ଭିତିରେ କିମ୍ବା ସ୍ତ୍ରୀଙ୍କ ପ୍ରେରଣା ଲାଭକରି ଉପକୃତ ହେବେ। ସଂଗଠନ, ଆନୁଷ୍ଠାନିକ କାମ, ରାଜନୀତି, ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ।
ଧନୁ
ଧନୁ
ପାରିବାରିକ ସମସ୍ୟାରେ ସୁଧାର ଘଟି ମାନସିକ ସ୍ଥିତି ଭଲ ରହିବ। ଇଚ୍ଛା ନ ଥାଇ ବି ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ତାଙ୍କ ସଙ୍ଗେ ଯିବାକୁ ବାଧ୍ୟ ହେବେ। ଉତରାଷାଢା ନକ୍ଷତ୍ରର ପାରବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମକର
ମକର
ବନ୍ଧୁଙ୍କ ସହ ଆଲୋଚନା ପରିସରରେ ନୀରବତା ଅବଲମ୍ବନ କରିବାକୁ ପସନ୍ଦ କରିବେ। ସମ୍ପର୍କୀୟମାନେ କାଳେ ଦେବାକୁ ପଡିବ,ଏହି କାରଣରୁ ପାଖ ମାଡିବେ ନାହିଁ। ରୁଗ୍‌ଣ ପିତା କିମ୍ବା ମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାର ଲକ୍ଷଣ ପ୍ରକାଶ ପାଇବ। ପାଖ ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୈାଣସି କାମପାଇଁ ଆଗଭର ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଦୀର୍ଘ ଦିନରୁ ଅଶାନ୍ତି ଭରି ରହିଥିଲେ ମଧ୍ୟ କାମରେ ଅସୁବିଧା ହେବ ନାହିଁ। ଛୋଟ କଥାକୁ ନେଇ ପଡୋଶୀମାନେ କଳହ କରିପାରନ୍ତି। ପୂର୍ବଭାଦ୍ରବ ନକ୍ଷତ୍ରର ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବଯାହାକି ଦୁଃଶ୍ଚିନ୍ତାର କାରଣ ହୋଇପାରେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟ ଦିଗଟି ବିଶେଷ ମନ୍ଦ ହେବନି।
ମୀନମୀନ
ଆଜି ଆନୁଷ୍ଠାନିକ କାମରେ ବନ୍ଧୁ, ବୁଦ୍ଧିଜିବୀ କିମ୍ବା ଆତ୍ମୀୟଙ୍କ ଦ୍ୱାରା ପ୍ରଶଂସିତ ହେବେ। ବ୍ୟବସାୟ, ପରିବହନ, ଶିଳ୍ପ, ବାଣିଜ୍ୟ ଏବଂ ନିର୍ମାଣ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ଘଟିବ। ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଜମିଜମା, କଳକାଖାନା, ହୋଟେଲ, ତେଜରାତି ଦୋକାନ ପ୍ରଭୃତିରୁ ବିଶେଷ ଲାଭବାନ୍‌ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri