Posted inRasifala

ରାଶିଫଳ: ଗୁରୁବାର, ମେ ୯ ତାରିଖ – Daily Horoscope

ମେଷ
ଆଜି ରବି ଓ ଚନ୍ଦ୍ର ଦୁଇଟିଗ୍ରହ ଉଚ୍ଚସ୍ଥ ହେତୁ ମନ ଅନୁଯାୟୀ କାର୍ଯ୍ୟ ସମ୍ପାଦନ କରିବାର ସୁଯୋଗ ପାଇବେ। ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ଶିଳ୍ପ, ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। କିନ୍ତୁ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମଗୁଡିକ ଅଧାରେ ଅଟକି ଯାଇପାରେ।
ବୃଷ
ବୃଷ
ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ଯାହା ପାଇବା ପାଇଁ ଇଚ୍ଛା କରୁଛନ୍ତି ତାହା ଅସୁବିଧାରେ ପାଇଯିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି। ଅଫିସ୍‌ରେ ସାଧାରଣ ବଚସାରୁ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ବନ୍ଧୁ ଗହଣରେ ମଉଜିଆ କଥା କହି ପରିସ୍ଥିତିକୁ ହାଲୁକା କରିଦେବେ।
ମିଥୁନ
ମିଥୁନ
ଅନୁକୂଳ ଗ୍ରହସ୍ଥିତିରୁ ପ୍ରିୟଜନମାନଙ୍କ ସାହାଯ୍ୟରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସରଳ ସମାଧାନ ହୋଇଯିବ। ବହୁତ ଦିନ ଧରି ଭାଙ୍ଗି ପଡ଼ିଥିବା ସ୍ବାସ୍ଥ୍ୟ ଓ ସମ୍ପର୍କରେ ଉନ୍ନତି ଘଟିପାରେ। କର୍ମକ୍ଷେତ୍ରର ପ୍ରତ୍ୟେକ ଘଟଣାରେ ଆପଣଙ୍କ ଭୂମିକାକୁ ଅନ୍ୟମାନେ ପ୍ରଶଂସା କରିପାରନ୍ତି। ଅର୍ଥ ସମ୍ପର୍କିତ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
କର୍କଟ
କର୍କଟ
ଚତୁର୍ଥ କେନ୍ଦ୍ର୍ରକୁ ଶୁକ୍ର ଓ ରବିଙ୍କ ଦୃଷ୍ଟିଜନିତ ସାମାଜିକ ସମ୍ମାନ, ଲୋକସମ୍ପର୍କରେ ଉନ୍ନତି ହେବ। କାର୍ଯ୍ୟଦକ୍ଷତା ଯୋଗୁ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରତିଷ୍ଠା ପାଇପାରିବେ। ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ହୋଇ ପାରନ୍ତି। ରାଜନୀତି ଓ ସଭାସମିତିରେ ପ୍ରାଧାନ୍ୟ ବୃଦ୍ଧି ପାଇବ।
ସି˚ହ
ସି˚ହ
ଶନିଙ୍କ ଦୃଷ୍ଟିରେ ରବି ଥିବାରୁ ପାରିବାରିକ ଦ୍ୱନ୍ଦ୍ୱ, ବାଣିଜ୍ୟ, ବ୍ୟବସାୟରେ କ୍ଷତି କିମ୍ବା ଝଗଡ଼ାର ସୂଚନା ରହିଛି। ପ୍ରତ୍ୟେକ କ୍ଷେତ୍ରରେ କାମର ଚାପ ବୃଦ୍ଧି ପାଉଥିଲେ ମଧ୍ୟ ସ୍ବାସ୍ଥ୍ୟ ପ୍ରତି ଅବିଚାର କଲେ ଅସୁବିଧାରେ ପଡ଼ିବେ। ବନ୍ଧୁମାନଙ୍କ ସାହାଯ୍ୟରେ ନିକଟ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି।
କନ୍ୟା
ଦୁଃସ୍ଥାନରେ ଶୁକ୍ର ଏବଂ ରାଶିରେ କେତୁ ଥିବାରୁ ସହଜ ଓ ସୁବିଧାରେ କୌଣସି କାମ ହୋଇପାରିବ ନାହିଁ। ସମସ୍ୟା ରହିଥିଲେ ମଧ୍ୟ ଜଣେ ବନ୍ଧୁଙ୍କ ମାଧ୍ୟମରେ ସମାଧାନ ରାସ୍ତା ଖୋଲିଯାଇପାରେ। ଉପରିସ୍ଥଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହେଲେ ମଧ୍ୟ ମୁହଁ ସାମ୍ନାରେ କିଛି କହିପାରିବେ ନାହିଁ। ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ।
ତୁଳା
ତୁଳା
ରାଶି ପ୍ରତି ରାଶ୍ୟାଧିପତିଙ୍କ ଦୃଷ୍ଟି ହେତୁ ସ୍ବାସ୍ଥ୍ୟ, କାର୍ଯ୍ୟଧାରା ଏବଂ ଆର୍ଥିକ ସ୍ଥିତି ମନ୍ଦ ହେବ ନାହିଁ। ଅନ୍ୟ ପ୍ର୍ରତି ଅହେତୁକ ଆକର୍ଷଣକୁ କେନ୍ଦ୍ର୍ର କରି ପରିବାର ମଧ୍ୟରେ କଳହ ସୃଷ୍ଟି ହୋଇପାରେ। ଆନୁଷ୍ଠାନିକ କାମରେ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ପ୍ରତ୍ୟୁଷ ଯାତ୍ରାରେ ବିଳମ୍ବ ଘଟିପାରେ।
ବିଛା
ବିଛା
ଆଜି ଚନ୍ଦ୍ର ଓ ବୃହସ୍ପତିଙ୍କ ସ୍ଥିତି ପ୍ରଭାବରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଦୂରେଇଯିବ। ମାନସିକ ସ୍ତରରେ ଅସ୍ଥିରତା ସୃଷ୍ଟି ହେଲେ ମଧ୍ୟ ପାରିବାରିକ, ସାମାଜିକ, ଆର୍ଥିକ ସ୍ଥିତିରେ ଅସୁବିଧା ହେବ ନାହିଁ। ସଭାସମିତିରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବାର ସମ୍ଭାବନା ରହିଛି।
ଧନୁ
ଧନୁ
ଆଜିର ଗ୍ରହସ୍ଥିତି ଭଲ ଓ ମନ୍ଦର ମିଶ୍ରିତ ଫଳ ଅନୁଭବରେ ଆସିପାରେ। କଠିନ ଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବାର ଆଶଙ୍କା ରହଛି। ଘରେ ଭୁଲ୍‌ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ସଭାସମିତି, ରାଜନୀତି କ୍ଷେତ୍ରରେ ଆଶାଜନକ ସୁଫଳ ପାଇବେ।
ମକର
ମକର
ସମୟ ମନ୍ଦ ନ ହେଲେ ମଧ୍ୟ ସମ୍ପର୍କୀୟଙ୍କ କଥାବାର୍ତ୍ତା ଓ ବ୍ୟବହାରରେ ବ୍ୟତିକ୍ରମ ପରିଲକ୍ଷିତ ହେବ। ଯାହା କରୁଛନ୍ତି ଭାବିଚିନ୍ତି ନ କଲେ ପରେ ଅନୁତପ୍ତ ହେବେ। ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ପ୍ରତିବେଶୀଙ୍କ ସହ ମଧୁର ସମ୍ପର୍କ ରଖିବା ହିତକର ହେବ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିଲେ ମଧ୍ୟ ମାନସିକ ସ୍ତରରେ ଦୁଶ୍ଚିନ୍ତା ଲାଗି ରହିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରେଇଯିବାର ପ୍ରଯନତ୍ କରିପାରନ୍ତି। ସରଳ ଭାବରେ କୌଣସି କଥାକୁ ଗ୍ରହଣ ନ କରି ପରୀକ୍ଷାନିରୀକ୍ଷା କରିବା ଭଲ। ବ୍ୟବସାୟ, କଳା, ସାହିତ୍ୟ କ୍ଷେତ୍ରରେ ଉନ୍ନତି କରିବେ।
ମୀନମୀନ

ରାଶିରେ ପାପଗ୍ରହ ଅବସ୍ଥାନ କରୁଥିବାରୁ ବିବାଦୀୟ ଚିନ୍ତାଧାରାରେ ମନ ଉଦ୍‌ବିଗ୍ନ ରହିବ। ଆଜି ତରବରିଆ ପଦକ୍ଷେପ ନେଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଅଶାନ୍ତି କ୍ଷେତ୍ରରେ ଗୁରୁଜନଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୨୨ ତାରିଖ – Daily Horoscope

ମେଷ ଆଜି ଦଶମ ଚନ୍ଦ୍ର ପ୍ରଭାବରେ ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ରାଗିଯାଇଥିବା ଅବୁଝା ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ଗୁରୁମଙ୍ଗଳ ଯୋଗରୁ ପରିବାରରେ ଶାନ୍ତି ଓ ସହାବସ୍ଥାନ ସାଙ୍ଗକୁ ନୂତନ ଗୃହଲାଭର ଯୋଗ ଆସିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିପାରନ୍ତି।…

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?