Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୯ ତାରିଖ – Daily Horoscope

ମେଷ
ଆଜି ରବି ଓ ଚନ୍ଦ୍ରଙ୍କ ଏକତ୍ର ଅବସ୍ଥାନ ହେତୁ ପାରିବାରିକ ସମସ୍ୟା ସୁଧାରିବାକୁ ପ୍ରଯତ୍ନ କରିବେ। ନୂତନ ଯୋଜନା ଲାଗି ସାହାଯ୍ୟ, ସହଯୋଗ ପାଇବାରେ ଅସୁବିଧା ହେବ ନାହିଁ। ଆବଶ୍ୟକତା ପୂରଣ ସକାଶେ ଧାର କରଜ କରିବାକୁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି। ବିଶେଷ ଭ୍ରମଣ ଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ବୃଷ
ବୃଷ
ଚନ୍ଦ୍ରଙ୍କ ଏକାଦଶରେ ରାହୁ ସପ୍ତମଭାବକୁ ଦୃଷ୍ଟି ଦେଉଥିବାରୁ ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବ। ଯେଉଁ କାର୍ଯ୍ୟ ପାଇଁ ତପତ୍ର ହୋଇ ଉଠିଛନ୍ତି, ତାହା ନିଶ୍ଚିତ ପୂରଣ ହୋଇଯିବ। ଆସନ୍ତାକାଲିର ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧପଡ଼ କରିବାକୁ ପଡ଼ିବ। ଘରକୁ ଆସୁଥିବା ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ।
ମିଥୁନ
ମିଥୁନ
ତୃତୀୟାଧିପ ଦ୍ୱିତୀୟସ୍ଥ ଯୋଗୁ ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସହ ସମ୍ପର୍କ ମଧୁର ରହିବ। ଅଟକି ରହିଥିବା ଫାଇଲ୍‌ କାମ ସକାଶେ ମାନସିକ ସ୍ଥିରତା ରହିନପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସାମୟିକ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ବ୍ୟସ୍ତତା ପ୍ରକାଶ କରିବେ ।
କର୍କଟ
କର୍କଟ
ଚନ୍ଦ୍ର ସ୍ବଗୃହୀ ଓ ରବିଙ୍କ ସହ ଥିବାରୁ ସ୍ବାସ୍ଥ୍ୟ ପରିସ୍ଥିତିରେ ବିଶେଷ ଉନ୍ନତି ଦେଖାଯାଇ ନ ପାରେ। କୌଣସି ଅତୀତ ଘଟଣା ପ୍ରତି ସିଂହାବଲୋକନ କରି ଅନୁତାପ କରିପାରନ୍ତି। ଉପରିସ୍ଥଙ୍କ ଆଶ୍ୱାସନା କାରଣରୁ ଅର୍ଥ ସମ୍ପର୍କୀୟ କୌଣସି ଅନୁଚିନ୍ତା ସାୟାହ୍ନେ ଦୂର ହେବ। ଅଫିସ୍‌ରୁ ଫେରନ୍ତା ବାଟରେ କୌଣସି ମୂଲ୍ୟବାନ ଦ୍ରବ୍ୟ ଘରକୁ ଆଣିପାରନ୍ତି।
ସି˚ହ
ସି˚ହ
ଧନାଧିପତି ରାଶିରେ ରହିଥିବାରୁ ଆବଶ୍ୟକତା ପୂରଣ ସକାଶେ ଟଙ୍କା ଯୋଗାଡ଼ ଯୋଜନା କରିବେ। ପରିବାରର ଆବଶ୍ୟକତା ଅନୁଯାୟୀ ଗୃହକୁ ସୌଖୀନ ପଦାର୍ଥ ଆଣିବାର ଇଚ୍ଛା ପ୍ରବଳତର ହୋଇପାରେ। ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ଶିଳ୍ପ, ବାଣିଜ୍ୟ, ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।
କନ୍ୟା
ବକ୍ରୀ ବୃହସ୍ପତିଙ୍କ ଯୋଗୁ ଘରୋଇ ବ୍ୟାପାରକୁ ନେଇ ମାନସିକ ସ୍ଥିତି ଭଲ ରହି ନ ପାରେ। ତରବର ନ ହୋଇ କାମ କଲେ ସମସ୍ୟାର ସମାଧାନ ହେବାରେ କୌଣସି ଅସୁବିଧା ନାହିଁ। ସ୍ବାର୍ଥର ବଶବର୍ତ୍ତୀ ହୋଇ ଆମତ୍ୀୟମାନେ ଶତ୍ରୁତା କରିପାରନ୍ତି। ଇଚ୍ଛା ନ ଥିଲେ ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ତୁଳା
ତୁଳା
ଶନି ଓ ରବି ସହ ଚନ୍ଦ୍ରଙ୍କ ପାରସ୍ପରିକ ଦୃଷ୍ଟିଭେଦ କାରଣରୁ ମାନସିକ ଅବସ୍ଥା ବିଗିଡ଼ିଯିବ। ଆଜି ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହେବ। କୌଣସି ଜିନିଷ କ୍ରୟ ସକାଶେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ପଡ଼ିପାରେ। ଘରକୁ ଆସିଥିବା ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ପରିବାରରେ ଝଗଡ଼ାର ସମ୍ଭାବନା ରହିଛି।
ବିଛା
ବିଛା
ଅଷ୍ଟମାଧିପତି ଯୁକ୍ତ ରାଶ୍ୟାଧିପତି ହେତୁ ସ୍ବାସ୍ଥ୍ୟ ବିଶେଷ ଭଲ ରହି ନ ପାରେ। କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ସୂଚନା ମଧ୍ୟ ରହିଛି। ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ଈର୍ଷା ଓ ଅସୂୟା ମନୋଭାବ ପୋଷଣ ପୂର୍ବକ ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବ।
ଧନୁ
ଧନୁ
ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ ଭାବୁଥିବା କଥାଟି ଯଥା ସମୟରେ ହୋଇଯିବ। ପ୍ରତିଯୋଗିତାରେ ସଫଳତା ପାଇବେ। ବୃହସ୍ପତି ଭାଗ୍ୟସ୍ଥାନକୁ ଦେଖୁଥିବାରୁ ପରିବାରର ଆବଶ୍ୟକତାକୁ ଉପଲବ୍ଧି କରି ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ମକର
ମକର
କର୍ମାଧିପ ଅଷ୍ଟମସ୍ଥ ହେତୁ ସ୍ଥଗିତ କାମ ସମ୍ପନ୍ନ କଷ୍ଟକର ହେବ। ଆଜି ପ୍ରତି କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣରେ ରଖିବା ଭଲ। ସନ୍ଧ୍ୟା ସମୟରେ ନିକଟ ସମ୍ପର୍କୀୟମାନଙ୍କ ସହ ସୁଖଭ୍ରମଣ ଯୋଗ ରହିଛି। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ରରେ ଉନ୍ନତି କରିବେ ଏବଂ ପ୍ରଶଂସିତ ମଧ୍ୟ ହେବେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ କ୍ରମଶଃ ନିରାମୟ ଦିଗକୁ ଗତି କରୁଥିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି। ନିଜର ଲୋକମାନେ ଯେତେ ପ୍ରକାରର ସମସ୍ୟା ସୃଷ୍ଟି କଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ। ଆକସ୍ମିକ ଭାବରେ ଦୀର୍ଘଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ।
ମୀନମୀନ
ଷଷ୍ଠ ସ୍ଥାନରେ ବୁଧ ରହିଥିବାରୁ ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ। କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇଯିବେ। ପାରିବାରିକ କ୍ଷେତ୍ରରେ ସମସ୍ୟା ସୁଧାରିବା ସକାଶେ ବନ୍ଧୁମାନଙ୍କ ହସ୍ତକ୍ଷେପରୁ ପରିସ୍ଥିତିକୁ ସୁଧାରି ନେବେ। ଚେଷ୍ଟା କରୁଥିବା କାମରେ ଓ ସଫଳତାରେ ଆନନ୍ଦ ଅନୁଭବ କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri