Posted inRasifala

ରାଶିଫଳ: ଶନିବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ
ଆଜିର ଯାତ୍ରା ଓ ସାନ୍ଧ୍ୟ ଭ୍ରମଣରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। ଭୁଲ୍‌ ବୁଝାମଣା କାରଣରୁ କୌଣସି ଅପରିଚିତଙ୍କ ସହ କଳହ ଲାଗିପାରେ।
ବୃଷ
ବୃଷ
ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ। ବନ୍ଧୁମାନଙ୍କ ସହାନୁଭୂତି ଲାଭ କରି ବିବାଦୀୟ ଘଟଣାର ସମାଧାନ କରିବେ। ପ୍ରତ୍ୟେକ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ଆକସ୍ମିକ ଭାବେ ସୁଖଭ୍ରମଣ ଯୋଗ ରହିଛି।
ମିଥୁନ
ମିଥୁନ
ଆଜିର ଯାତ୍ରା ଓ ନୂତନ କାର୍ଯ୍ୟାରମ୍ଭ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। କିନ୍ତୁ ଯାହା କଲେ ମଧ୍ୟ ବିନା ଖର୍ଚ୍ଚରେ କାମ ହାସଲ ହୋଇପାରିବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହୋଇପାରେ। ଆକସ୍ମିକ ଭାବରେ ମିତ୍ର ବନ୍ଧୁଙ୍କ ସହ ମନାନ୍ତର ଘଟିବାର ସମ୍ଭାବନା ରହିଛି।
କର୍କଟ
କର୍କଟ
ଦୀର୍ଘ ଦିନର ସ୍ଥଗିତ କାମକୁ ଆରମ୍ଭ କରିବା ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ସହକର୍ମୀମାନେ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବେ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।
ସି˚ହ
ସି˚ହ
କୌଣସି କ୍ଷେତ୍ରକୁ ନ ଡାକିଲେ ଯାଆନ୍ତୁ ନାହିଁ ଏବଂ ନ ପଚାରିଲେ କିଛି କହିବା ଠିକ୍‌ ହେବ ନାହିଁ। ଚେଷ୍ଟା କରୁଥିବା କାମ, ଅର୍ଥ ସମ୍ପର୍କ ପ୍ରଭୃତି ପ୍ରତ୍ୟେକ ଦିଗରୁ ଶୁଭଫଳ ପାଇବେ। ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାର ଅବସର ପାଇବେ ନାହିଁ।
କନ୍ୟା
ଅନ୍ୟ ପାଇଁ ତ୍ୟାଗ ସ୍ବୀକାର କଲେ ମଧ୍ୟ ସେମାନେ ତାହାକୁ ଗ୍ରହଣ କରିପାରିବେ ନାହିଁ। ଅସାବଧାନତା କାରଣରୁ ଆଘାତ କିମ୍ବା ଧନହାନିର ସମ୍ଭାବନା ରହିଛି। ଚିନ୍ତା କରିଥିବା କାମଗୁଡ଼ିକ ପରିସ୍ଥିତିବଶତଃ ବାସ୍ତବରେ ଓଲଟା ହେବାରୁ ଚିନ୍ତା ପ୍ରକଟ କରିବେ । କଳା, ସାହିତ୍ୟ, ସାମ୍ବାଦିକତା ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
ତୁଳା
ତୁଳା
ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଖର୍ଚ୍ଚାନ୍ତ ହେଲେ ମଧ୍ୟ ଶେଷ କରିପାରିବେନି। ପ୍ରତିଟି କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ, ନତୁବା ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି। କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିପାରନ୍ତି। ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ।
ବିଛା
ବିଛା
ଅତୀତ ଘଟଣା ମନରେ ଆଲୋଡ଼ନ ସୃଷ୍ଟି କରି ମାନସିକ ସ୍ଥିତିକୁ ଅସ୍ଥିର କରିପାରେ। କାଳେ ସାହାଯ୍ୟ କରିବାକୁ ବନ୍ଧୁ କହିପାରନ୍ତି,ଏହି କଥା ମନରେ ଚିନ୍ତାକରି ସମ୍ପର୍କୀୟ ପାଖ ମାଡିବେ ନାହିଁ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ, ଯାହାକି କାମକୁ ଆସିବ । ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।
ଧନୁ
ଧନୁ
ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରହିବା ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ। ପୂର୍ବରୁ ପରିକଳ୍ପିତ ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ନିର୍ମାଣ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚାପର ସମ୍ମୁଖୀନ ହୋଇପାରନ୍ତି। ଆଜିର ପ୍ରାତଃଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ।
ମକର
ମକର
ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ। କେତେକ କ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବ କିନ୍ତୁ ଧନିଷ୍ଠା ନିଜ ଦୋଷରୁ ତାହା ହରାଇ ପାରନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସମସ୍ୟା ସୃଷ୍ଟି ହେବା କାରଣରୁ କାମଟି ଅସମ୍ପୂର୍ଣ୍ଣ ରହଯିବ। ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ।
କୁମ୍ଭ
କୁମ୍ଭ
ଆଜିର ପ୍ରତ୍ୟେକ କାମ ସମସ୍ୟାବହୁଳ ହୋଇପାରେ। କର୍ମକ୍ଷେତ୍ରରେ ଅସଫଳ ହେବାକୁ ନେଇ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ଆଜି ସଭାସମିତି,ସତ୍‌ସଙ୍ଗ,ଅଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।
ମୀନମୀନ
ଆଜି ଯାହା କରିବେ କିମ୍ବା କହିବେ, ପ୍ରତ୍ୟେକ ଦିଗରୁ ତାହା ଅନୁକୂଳ ସୁଫଳ ପ୍ରଦାନ କରିବ। କିନ୍ତୁ କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡ଼ିପାରେ । ଆନୁଷ୍ଠାନିକ କାମରେ ଗୁରୁଦାୟିତ୍ୱ ବହନ କରି ପ୍ରସ୍ତୁତିପଥେ କର୍ମମୁଖର ରହିପାରନ୍ତି। ଅଫିସ୍‌ରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri