Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ
ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ। କୌଣସି କଥାକୁ ଠିକ୍‌ ଭାବରେ ନ ବୁଝି ଅଯଥା ବିରକ୍ତି ପ୍ରକାଶ କରିପାରନ୍ତି। ନୂତନ ଯାନ୍ତ୍ରିକ ଜିନିଷ କିମ୍ବା ଗୃହୋପକରଣ କ୍ରୟ କରିବାର ସମ୍ଭାବନା ରହିଛି।
ବୃଷ
ବୃଷ
ଆଜି ଦୂରଯାତ୍ରା, ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ଭଲ ରହିବ। କିନ୍ତୁ ବ୍ୟୟାଧିକ୍ୟ ଏବଂ ବିବାଦୀୟ ସ୍ଥିତି ମନରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିପାରେ। ପରିବାରରେ ପାରସ୍ପରିକ ବୁଝାମଣା ମଧ୍ୟରେ ପରିବାରରେ ଶାନ୍ତି ଫେରି ଆସିବ। କର୍ମକ୍ଷେତ୍ରରେ କେହି ଜଣେ ପ୍ରତିବାଦର ସ୍ବର ଉଠାଇ କାମରେ ବିଘ୍ନ ଘଟାଇପାରନ୍ତି।
ମିଥୁନ
ମିଥୁନ
ରାହୁଙ୍କ ଦ୍ୱାରା ବୃହସ୍ପତି ପ୍ରଭାବିତ ହୋଇଥିବାରୁ ଆପଣଙ୍କ ଚେଷ୍ଟା ସଫଳ ଆଶା ଦୁରୂହ ହୋଇପାରେ। ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ମନ୍ଦ ନ ହେଲେ ମଧ୍ୟ ପାରିବାରିକ ସ୍ଥିତି ସନ୍ତୋଷଜନକ ହେବନାହିଁ। ଆବଶ୍ୟକତା ପୂରଣ ସକାଶେ କରଜ କରିପାରନ୍ତି। ଆନୁଷ୍ଠାନିକ କାମରେ ସ୍ବଳ୍ପ ସାହାଯ୍ୟ, ସହଯୋଗର ଆଶା କରାଯାଇପାରେ।
କର୍କଟ
କର୍କଟ
ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ସ୍ଥିତି ଯୋଗୁ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗି ରହିବ। ଏଣେ ପରିବାରରେ ମଧ୍ୟ ଛୋଟ ଛୋଟ କଥାକୁ ନେଇ ବାକ୍‌ଯୁଦ୍ଧ ଲାଗିପାରେ। ଅଶ୍ଳେଷା ନକ୍ଷତ୍ର ପ୍ରଶଂସା ଓ ପ୍ରୋତ୍ସାହନ ପାଇ କାର୍ଯ୍ୟ ହାସଲରେ ସମର୍ଥ ହେବେ। ଇଚ୍ଛା ନ ଥିଲେ ମଧ୍ୟ ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି।
ସି˚ହ
ସି˚ହ
ଭାଗ୍ୟାଧିପତି ଦୁଃସ୍ଥାନରେ ଆପଣଙ୍କ ଉଦ୍ୟମକୁ ପଣ୍ଡ କରିଦେଇପାରନ୍ତି। ଅବଶ୍ୟ ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ପଦସ୍ଥ ବ୍ୟକ୍ତିବିଶେଷଙ୍କ ସାହାଯ୍ୟ ଓ ସମର୍ଥନ ଦ୍ୱାରା ଅଭିଳାଷ ପୂରଣ ହୋଇପାରିବ। ଅଧିକାଂଶ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇପାରେ। ଆତ୍ମୀୟ ସ୍ବଜନଙ୍କ ଭୁଲ୍‌ ବୁଝାମଣା ଯୋଗୁ କେତେକ ଘରୋଇ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
କନ୍ୟା
ବ୍ୟୟସ୍ଥାନରେ କେତୁଗ୍ରହ ରହିଥିବାରୁ ସ୍ବାସ୍ଥ୍ୟ ସମସ୍ୟା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ନୀଚଜାତିର ବ୍ୟକ୍ତିଙ୍କ ସହ ବିବାଦ ଆଶଙ୍କା ରହିଛି। ଟେନ୍ସନ ଲାଗି ରହିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରିବେ। ତଥାପି ସାହିତ୍ୟ, କ୍ରୀଡ଼ା, ବ୍ୟବସାୟ ଓ ଯାତ୍ରା କ୍ଷେତ୍ରରେ ସଫଳତା ମିଳିପାରେ।
ତୁଳା
ତୁଳା
ଶୁକ୍ରଙ୍କ ଶୁଭଦୃଷ୍ଟି ପ୍ରଭାବରେ କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ, ପ୍ରତିଷ୍ଠାର ସହ କାର୍ଯ୍ୟ ହାସଲ କରିବେ। ଷଷ୍ଠଭାବସ୍ଥ ଶୁଭ ଶନି ସମସ୍ୟା ସମାଧାନ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିପାରନ୍ତି। ବନ୍ଧୁ ରାଗ ଶୁଝାଇବାକୁ ଯାଇ ଦୋଷୀସାବ୍ୟସ୍ତ କରିପାରନ୍ତି। ଫେରନ୍ତା ବାଟରେ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
ବିଛା
ବିଛା
ଚତୁର୍ଥଭାବକୁ ବୃହସ୍ପତିଙ୍କ ଦୃଷ୍ଟି ପାରିବାରିକ ଜୀବନକୁ ସରସ ସୁନ୍ଦର କରାଇବା ଦିଗରେ ଅନୁକୂଳ ପରିବେଶ ସୃଷ୍ଟି କରିବ। ବିଶିଷ୍ଟବ୍ୟକ୍ତିମାନଙ୍କ ସାନ୍ନିଧ୍ୟରେ ଅଭିଳାଷକୁ ପୂରଣ କରିବା ପାଇଁ ବାଟ ଫିଟିଯାଇପାରେ। ପରିବହନ, ଜମିଜମା, ନିର୍ମାଣାଧୀନ କାର୍ଯ୍ୟ, ଗାଡିମୋଟର ସମ୍ପର୍କୀୟ ସମସ୍ୟା ଦୁଶ୍ଚିନ୍ତା ବୃଦ୍ଧି କରିବ।
ଧନୁ
ଧନୁ
କେନ୍ଦ୍ରକୋଣରେ ଗୁରୁଶୁକ୍ର ଥିବାରୁ ଅର୍ଥନୈତିକ ସ୍ଥିତି, ରାଜନୈତିକ ପରିସ୍ଥିତି, ସଂଗଠନ, ଆଇନ ସହାୟତା ପାଇପାରିବେ। ଯାତ୍ରାରେ ଅଭିଳଷିତ ଫଳ ପାଇବା ସକାଶେ ହଇରାଣ ହେବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଆମୋଦ ପ୍ରମୋଦର ମଉକା ଜୁଟିବ। ପଡ଼ୋଶୀଙ୍କ ସାହାଯ୍ୟରେ ପାରିବାରିକ ସମସ୍ୟାର ସମାଧାନ ହୋଇଯିବ।
ମକର
ମକର
ଆଜିର ଗ୍ରହସ୍ଥିତି ଆପଣଙ୍କ ଅନ୍ତର୍ନିହିତ ଲୁକ୍କାୟିତ ଅଭିଳାଷକୁ ସହଜରେ ପୂରଣ କରିପାରିବେ। ସାଙ୍ଗସାଥୀ, ପଡ଼ୋଶୀ ତଥା ସମ୍ପର୍କୀୟଙ୍କ ସହ ମିତ୍ରତା ବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ମନ ଦେଇ କାମକଲେ ସମସ୍ୟାର ସମାଧାନ ହୋଇଯିବ। କର୍ମକ୍ଷେତ୍ରର ବିବାଦୀୟ ପରିସ୍ଥିତି ସାମୟିକ ଭାବରେ ମାନସିକ ଅସ୍ଥିରତା ସୃଷ୍ଟି କରିପାରେ।
କୁମ୍ଭ
କୁମ୍ଭ
ଶୁକ୍ରଙ୍କ ଦୃଷ୍ଟିର ସୁପ୍ରଭାବରେ ଯାହା ଆଶା କରୁଛନ୍ତି ତାହା ନିଶ୍ଚିତ ପାଇବେ। ଚନ୍ଦ୍ରଙ୍କ ଦ୍ୱାରା ଆତ୍ମୀୟଙ୍କ ସହ ବିବାଦୀୟ ସ୍ଥିତି ସୃଷ୍ଟି କରିପାରନ୍ତି। ଆଲୋଚନା ପରିସରରେ ସତ୍ୟ ପ୍ରକାଶ କରି ବନ୍ଧୁମାନଙ୍କ ବିରାଗ ଭାଜନ ହେବେ। ସତର୍କତା ଅଭାବରୁ ଧନହାନି ସଙ୍ଗକୁ ହାତ, ପାଦରେ ଆଘାତ ଲାଗିବାର ଆଶଙ୍କା ରହିଛି।
ମୀନମୀନ
ଆଜିର କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ବିବାଦ ସୃଷ୍ଟି କରିପାରନ୍ତି। ରବି ଓ ରାହୁ ରାଜନୈତିକ ଗ୍ରହ ହେତୁ ଏହାର ପୃଷ୍ଠଭୂମିରେ ସମସ୍ୟା ସମାଧାନର ସୂତ୍ର ବାହାରିବ। ବିଭିନ୍ନ ପାରିବାରିକ ସମସ୍ୟା ମଧ୍ୟରେ ମାନସିକ ସ୍ଥିତି ଠିକ୍‌ ରହି ନ ପାରେ। ଆପଣ ଉପସ୍ଥିତ ବୁଦ୍ଧି ଓ ମନୋବଳ ଯୋଗୁ ବହୁ ବିପଦରୁ ରକ୍ଷା ପାଇପାରିବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri