Posted inRasifala

ରାଶିଫଳ: ମଙ୍ଗଳବାର, ଜୁନ୍ ୭ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରର ଜଟିଳତାକୁ ସରଳୀକରଣ କରିବାରେ ଅନ୍ୟମାନଙ୍କୁ ସାହାଯ୍ୟ କରିବେ। କେତେକ କ୍ଷେତ୍ରରେ ମନର ଅସନ୍ତୋଷକୁ କଠୋର ଭାବେ ପ୍ରକାଶ କରିପାରନ୍ତି। ସ୍ବାସ୍ଥ୍ୟ, ଟଙ୍କା ନେଇଥିବା ଲୋକ ବିଷୟରେ କିମ୍ବା ବ୍ୟବସାୟିକ ବିଫଳତାରୁ ଚିନ୍ତିତ ରହିପାରନ୍ତି। ପରିବହନ, ନିର୍ମାଣ, କାରିଗରି, ଯାନ୍ତ୍ରିକ ଜିନିଷର ବ୍ୟବସାୟ ପାଇଁ ଭଲ।
ବୃଷ
ବୃଷ
ଛୋଟ ଛୋଟ ସାଧାରଣ କଥାକୁ ନେଇ ମାନସିକ ସ୍ତରରେ ଉତ୍ତେଜିତ ରହିବେ। କର୍ମକ୍ଷେତ୍ରରେ ଟିକିଏ ଜୋର୍‌ ଦେଇ କଥା କହିବା କାରଣରୁ ଅନ୍ୟମାନେ ଭୁଲ୍‌ ବୁଝତ୍ବେ। ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଆଂଶିକ ସଫଳତା ପାଇବେ।
ମିଥୁନ
ମିଥୁନ
କାର୍ଯ୍ୟବ୍ୟସ୍ତତା ମଧ୍ୟରେ କୌଣସି ଗୋଟିଏ ସ୍ଥାନରେ ସ୍ଥିର ଭାବରେ ମଧ୍ୟ ରହିପାରିବେ ନାହିଁ। ପୁନର୍ବସୁର ଅଭାବନୀୟ ପରିସ୍ଥିତି କ୍ରମଶଃ ବଦଳିଯିବ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟ ପାଇବେ। ବ୍ୟବସାୟୀମାନେ ପରିବହନରେ କାମ ହାସଲ କରିବେ। ଊଚ୍ଚବର୍ଗର ଲୋକମାନଙ୍କ ସଂସ୍ପର୍ଶରେ ଆସି ଉପକୃତ ହୋଇପାରନ୍ତି।
କର୍କଟ
କର୍କଟ
ଅଧୁରା କାମକୁ ଆଜି ସମ୍ପନ୍ନ କରିବାରେ ସମର୍ଥ ହେବେ। ବନ୍ଧୁମିଳନ ସାଙ୍ଗକୁ ଦୂରଯାତ୍ରା, ମାଙ୍ଗଳିକ କାର୍ଯ୍ୟ କିମ୍ବା ଆନୁଷ୍ଠାନିକ କାମରେ ନିଜକୁ ସାମିଲ କରିପାରନ୍ତି। ଜମଜିମା, ମାଲିମକଦ୍ଦମା, ନିର୍ମାଣ, ଯୋଗାଯୋଗ, ସାମ୍ବାଦିକତା, ଏଜେନ୍ସିପ୍‌ରେ ପ୍ରତିଷ୍ଠାର୍ଜନ କରିବେ। ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ସେପରି କିଛି ହେବନାହିଁ।
ସି˚ହ
ସି˚ହ
କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରି ପରିବେଶକୁ ଗମ୍ଭୀର କରିିଦେଇପାରନ୍ତି। ପୁନଶ୍ଚ ବିଭିନ୍ନ ପ୍ରକାର ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ।
କନ୍ୟା
କର୍ମକ୍ଷେତ୍ରର ବିବଦମାନ ପରିସ୍ଥିତି କ୍ରମଶଃ ବଦଳିଯିବ। ବ୍ୟବସାୟରେ ଆଶା ଅନୁରୂପ ଫଳ ପାଇବେ ଓ ଜମା ରାଶି ବୃଦ୍ଧି ପାଇବ। ତଥାପି ଆଲୋଚନା ପରିସରରେ ସଂଯମ ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ସାବଧାନ ରହନ୍ତୁ ନତୁବା, ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।
ତୁଳା
ତୁଳା
କଠୋର ଶ୍ରମ ଓ ଭ୍ରମଣଜନିତ ସ୍ବାସ୍ଥ୍ୟହାନି ଚିନ୍ତାର କାରଣ ହୋଇପାରେ। ମାଙ୍ଗଳିକ କାମରେ ସମସ୍ୟା ସୃଷ୍ଟିର ସମ୍ଭାବନା ରହିଛି। ଅବଶ୍ୟ ପରିସ୍ଥିତି ପ୍ରତି ସତର୍କ ରହି କାମ କରନ୍ତୁ, ଅନ୍ୟଥା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆଜିର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା ଅଦଳବଦଳ ହୋଇଯାଇପାରେ।
ବିଛା
ବିଛା
କର୍ମକ୍ଷେତ୍ରରେ ଉସତ୍ାହିତ ହେବେ ଓ ସଫଳତା ହାସଲ କରିବେ। ପରିବାରରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ , ଫଳରେ ମତଦ୍ୱୈଧ ଘଟିବ। ସାମ୍ବାଦିକତା, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ପଡ଼ୋଶୀଙ୍କ ସହ ପିଲାମାନଙ୍କୁ କେନ୍ଦ୍ରକରି ବିବାଦଗ୍ରସ୍ତ ହୋଇପାରନ୍ତି।
ଧନୁ
ଧନୁ
ସତର୍କରେ ନ ଚଳିଲେ କେତେକ ସମ୍ଭାବ୍ୟ ଅସୁବିଧା ଭୋଗ କରିବାକୁ ପଡ଼ିପାରେ। କୌଣସି କଥାରେ ଅନ୍ୟ ମାନଙ୍କୁ ପୂର୍ଣ୍ଣ ବିଶ୍ୱାସକରି କାମ କରିବା ଠିକ୍‌ ହେବ ନାହିଁ। ନିଜ ଲୋକମାନେ ଈର୍ଷା ପରାୟଣତା କାରଣରୁ ଦାଉ ସାଧିପାରନ୍ତି। ପଡ଼ୋଶୀମାନେ ମଧ୍ୟ ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାରେ ମଧ୍ୟ କଳହ କରିବେ।
ମକର
ମକର
ପରିବାରର ସହଯୋଗ ଓ ସମର୍ଥନ ଆଜିର କାମରେ ଆପଣଙ୍କୁ ବହୁ ସାହାଯ୍ୟ କରିବ। ବନ୍ଧୁମାନଙ୍କ ଗହଣରେ ନିଜ ନିଜର ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ରହିବ ନାହିଁ। କିନ୍ତୁ ପିଲାମାନଙ୍କ ସ୍ବାସ୍ଥ୍ୟ ଓ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇଁ ମନୋବଳ ବୃଦ୍ଧିପାଇବ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥା ଅସାଧାରଣ ପରିସ୍ଥିତି ସୃଷ୍ଟି କରିବ। ଛୋଟ ଛୋଟ କଥାକୁ କେନ୍ଦ୍ରକରି ବିଭିନ୍ନ ପ୍ରକାର ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ପାରିବାରିକ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତି ଗ୍ରହଣ କରିବାକୁ ବାଧ୍ୟ ହେବେ।
ମୀନମୀନ
ସମ୍ପର୍କୀୟଙ୍କ ସହଯୋଗ ମିଳିବ। କୌଣସି ମୂଲ୍ୟବାନ୍‌ ଜିନିଷ ଠିକ୍‌ ସମୟରେ ନ ପାଇ ବ୍ୟତିବ୍ୟସ୍ତ ହୋଇ ପାରନ୍ତି। ସଙ୍ଗଠନ କିମ୍ବା ରାଜନୀତିରେ ଦୃଢ଼ ସାହାଯ୍ୟ ଓ ସମର୍ଥନ ଯୋଗୁ ଆଗେଇଯିବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହାକି ପର କ୍ଷଣରେ ସମସ୍ୟା ସୃଷ୍ଟି କରିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri