Posted inRasifala

ରାଶିଫଳ: ଶୁକ୍ରବାର, ଜୁଲାଇ ୭ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର କର୍ମାଧିପ ଯୁକ୍ତହୋଇ ଲାଭଭାବରେ ଥିବାରୁ ଅର୍ଥଲାଭ ଅବଶ୍ୟମ୍ଭାବୀ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ ସହମତିରେ କାର୍ଯ୍ୟକଲେ ସଫଳତା ପାଇବେ। ଅବହେଳାଜନିତ କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କୁ କୈଫିୟତ୍‌ ଦେବାକୁ ପଡ଼ିପାରେ।
ବୃଷ
ବୃଷ
ପରିବାରର ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଅବଶ୍ୟ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। କୌଣସି ଏକ ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ମୋଟା ଅଙ୍କର ଅର୍ଥ ଆବଶ୍ୟକ କରିପାରନ୍ତି। କୃପଣତା ହେତୁ ବନ୍ଧୁଗହଣରେ ସମାଲୋଚନାମୂଳକ ପରିସ୍ଥିତି ସୃଷ୍ଟି ହୋଇପାରେ।
ମିଥୁନ
ମିଥୁନ
ଗୃହୋପଯୋଗୀ ଜମିଜମା କ୍ରୟ କିମ୍ବା ବିକ୍ରୟ ସକାଶେ ଫଳପ୍ରଦ ଆଲୋଚନା ହୋଇପାରେ। ସମସ୍ତ ପ୍ରକାର ସମସ୍ୟାର ସରଳ ସମାଧାନ କରି କାର୍ଯ୍ୟ ହାସଲ କରିବେ। ଆଜିର ଯାତ୍ରାରେ ବିଳମ୍ବିତ ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ଠିକ୍‌ କଥା କହିବା କାରଣରୁ ନିଜର ଲୋକମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ର ପାପଯୁକ୍ତ ଯୋଗୁ ଗତକାଲିର ଆଲୋଚନା ଜଟିଳ ଆଡ଼କୁ ଗତି କରିବ। କିନ୍ତୁ ଆମତ୍ୀୟମାନଙ୍କ ସାହାଯ୍ୟରେ ସମସ୍ୟା ସମାଧାନ ହେବା ସକାଶେ ଚେଷ୍ଟା କରିବେ। ପରିବାରରେ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ଆନୁଷ୍ଠାନିକ କାମରେ କିମ୍ବା ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ସି˚ହ
ସି˚ହ
ନିଜେ ଚାହୁଁଥିବା ପ୍ରକାରେ ଅନ୍ୟମାନଙ୍କ ସମର୍ଥନ ହାସଲରେ ସମର୍ଥ ହେବେ। ପ୍ରତ୍ୟୁଷ ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ବିବାଦରେ ପଡ଼ିପାରନ୍ତି। କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର, ପ୍ରଶାସନ, ଆଇନ, ସଭାସମିତି କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍‌ କୌଣସି କ୍ଷେତ୍ରରେ ସାମୟିକ ଉତ୍ତେଜିତ ହୋଇ ଭୁଲ୍‌ କରିପାରନ୍ତି।
କନ୍ୟା
ସାମୟିକ ଭୁଲ୍‌ ନିଷ୍ପତ୍ତିରୁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କର୍ମକ୍ଷେତ୍ରରୁ ଅଭିଯୋଗ ଆସିବା ସୂଚନା ରହିଛି। ଔଷଧ, ବହିପତ୍ର, ଲୁଗାପଟା କାରବାର ତଥା ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ପାରିବାରିକ ସ୍ତରରେ ଆଜିର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ।
ତୁଳା
ତୁଳା
ମାନସିକ ଅସ୍ଥିରତା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ଦୀର୍ଘ ଦିନରୁ କଳହ ଲାଗିଥିବା ସହକର୍ମୀଟି ପ୍ରତି ସତର୍କ ରହନ୍ତୁ। ବ୍ୟବସାୟିକ ଦିଗ ମନ୍ଦ ନ ହେଲେ ମଧ୍ୟ ପୂର୍ଣ୍ଣ ସନ୍ତୋଷଦାୟକ ନ ହୋଇପାରେ। ଆକସ୍ମିକ ଭାବରେ କୌଣସି ବନ୍ଧୁଙ୍କ ସହ ସମ୍ପର୍କ ଯୋଡ଼ିହୋଇଯିବା ସମ୍ଭାବନା ରହିଛି।
ବିଛା
ବିଛା
କର୍ମକ୍ଷେତ୍ରରେ ବିଭିନ୍ନ ଦୁଶ୍ଚିନ୍ତା କାରଣରୁ ମନୋବଳ ହ୍ରାସ ପାଇବ। କିନ୍ତୁ କେତେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପାଖ ପଡ଼ୋଶୀଙ୍କୁ ଆପଣେଇନେବେ। ନିଜ ପାଇଁ ଯେଉଁ କାମ ଦୁରୂହ ହେବ ପର ସକାଶେ ସେହି କାମକୁ ଆପଣ ସହଜରେ କରିପାରିବେ। ଆଜିର ସକାଳ ସମୟରେ ଶୁଣାକଥାକୁ ବିଶ୍ୱାସକରି ଟେନ୍‌ସନ ବଢ଼ିପାରେ।
ଧନୁ
ଧନୁ
ଯାତ୍ରାକାଳରେ ସତର୍କତା ଅଭାବରୁ ଧନହାନି କିମ୍ବା ସାଧାରଣ କଥାରେ କଳହ ଘଟିପାରେ। କର୍ମକ୍ଷେତ୍ରରେ ସହାନୁଭୂତି ଦେଖାଇ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଚେଷ୍ଟା କରୁଥିବା ଯୋଜନାଟିକୁ ଆଜି ବନ୍ଧୁମାନଙ୍କ ସାହାଯ୍ୟରେ କାର୍ଯ୍ୟକାରୀ କରିବେ। ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ବିପଦ ଘଟିବା ସମ୍ଭାବନା ନାହିଁ।
ମକର
ମକର
ଆଜି ଦୀର୍ଘଦିନରୁ କୁହୁଳୁଥିବା ଅଶାନ୍ତି ହଠାତ୍‌ ପରିବେଶକୁ ବଦଳାଇଦେବ। ଆର୍ଥିକ ଅନଟନ ହେତୁ ଧାରକରଜ କରି କାମ ତୁଲାଇବାକୁ ବାଧ୍ୟ ହେବେ। ଆପଣଙ୍କ ଅସୁବିଧାଜନକ ସ୍ଥିତି ଅବଲୋକନକରି ନିକଟ ସମ୍ପର୍କୀୟମାନେ ଟାହିଟାପରା କରିପାରନ୍ତି। ସବୁକଥା ପଛକୁ ପକାଇ ଅନ୍ୟମାନଙ୍କ ମନନେଇ ଚଳିବାକୁ ବାଧ୍ୟହେବେ।
କୁମ୍ଭ
କୁମ୍ଭ
ଆଜିର ପ୍ରତ୍ୟୁଷ ଯାତ୍ରା ଆନନ୍ଦଦାୟକ ହେବ ଓ ଅଭିଳଷିତ ଜିନିଷ ପାଇପାରିବେ। ମାତ୍ର ବନ୍ଧୁଙ୍କ କଥାରେ ଭାସିଯାଇ ଭାବପ୍ରବଣ ହେତୁ ଭୁଲ୍‌କରି ପାରନ୍ତି। ନିଜର ଚେଷ୍ଟା ଅବ୍ୟାହତ ରଖିଲେ ବିଳମ୍ବରେ କାର୍ଯ୍ୟସିଦ୍ଧି ଘଟିବ। ପାରିବାରିକ କ୍ଷେତ୍ରରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ, ଯାହାକି ଅନର୍ଥର କାରଣ ହୋଇପାରେ।
ମୀନମୀନ
କର୍ମକ୍ଷେତ୍ରରେ ଦକ୍ଷତାକୁ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ। କୌଣସି ଗୁରୁଦାୟିତ୍ୱ ନେଇଥିବା ଲୋକଟି ଅବହେଳା ପ୍ରଦର୍ଶନ କରିବାରେ ଆପଣ ଦୋଷୀସାବ୍ୟସ୍ତ ହୋଇପାରନ୍ତି। ବନ୍ଧୁମାନଙ୍କ ସାହାଯ୍ୟ ନେଇ ଅଟକି ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୨୨ ତାରିଖ – Daily Horoscope

ମେଷ ଆଜି ଦଶମ ଚନ୍ଦ୍ର ପ୍ରଭାବରେ ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ରାଗିଯାଇଥିବା ଅବୁଝା ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ଗୁରୁମଙ୍ଗଳ ଯୋଗରୁ ପରିବାରରେ ଶାନ୍ତି ଓ ସହାବସ୍ଥାନ ସାଙ୍ଗକୁ ନୂତନ ଗୃହଲାଭର ଯୋଗ ଆସିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିପାରନ୍ତି।…

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?