ମେଷ

ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ। କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ବଡ଼ ଧରଣର ହେବ ନାହିଁ। କର୍ତ୍ତବ୍ୟନିଷ୍ଠା ଫଳରେ ସାମାଜିକ ସ୍ତରରେ ଆଦର୍ଶବାଦୀ ହୋଇ ପ୍ରଶଂସିତ ହେବେ।
ବୃଷ

ଯାତ୍ରା, ଋଣ ପରିଶୋଧ, ବନ୍ଧୁଙ୍କୁ ସାହାଯ୍ୟ ମାଧ୍ୟମରେ ଅର୍ଥ ବ୍ୟୟ କରାଇପାରନ୍ତି। କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘ ସମୟଧରି ବନ୍ଧୁଙ୍କୁ ଅପେକ୍ଷାକରି ବିରକ୍ତ ହେବେ। ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସଭାସମିତି ଓ ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିପ୍ରୁ ପ୍ରଶଂସିତ ହେବା ସୌଭାଗ୍ୟ ଲାଭକରିବେ।
ମିଥୁନ

ଚନ୍ଦ୍ରଙ୍କ ସ୍ଥିତିର ଶୁଭ ପ୍ରଭାବ ଆଜି ଅର୍ଥ,ସମ୍ମାନ ଓ ପ୍ରତିଷ୍ଠା ପ୍ରଦାନରେ ସହାୟକ ହେବ ା କେତେକ କ୍ଷେତ୍ରରେ ଅନ୍ୟମାନଙ୍କର ଭଲ କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ଏକପ୍ରକାର ହାଲୁକା ରହିବ। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟହେବ।
କର୍କଟ

କର୍ମକ୍ଷେତ୍ରର ସମସ୍ୟା କ୍ରମଶଃ ଅପସରିଯାଉଥିବାରୁ ମାନସିକ ଅସ୍ଥିରତା ଦୂରହୋଇଯିବ। ଆପଣ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ରହି ନିଜର ଖାଇବା ପିଇବାରେ ଅବହେଳାକରି ସ୍ବାସ୍ଥ୍ୟ ପାଇଁ ନିଜେ ହିଁ ବାଧକ ସାଜିବେ। ଘରଲୋକଙ୍କୁ ଅବିଶ୍ୱାସ କରିବା ସାଙ୍ଗକୁ ପରକଥାକୁ ବିଶ୍ୱାସକରି ହଇରାଣରେ ପଡ଼ିପାରନ୍ତି।
ସି˚ହ

ଆଜିର ଗ୍ରହ ସ୍ଥିତି ମଧ୍ୟମ ପ୍ରକାର ହେତୁ ଭଲ ଓ ମନ୍ଦର ମିଶ୍ରିତ ଫଳ ମାଧ୍ୟମରେ ଦିନଟି ଅତିବାହିତ ହେବ। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଯାତ୍ରା କରିବାକୁ ପଡ଼ିପାରେ। ଯେକୌଣସି ପରିସ୍ଥିତିରେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିବାପାଇଁ ସମର୍ଥ ହେବେ। ଅଫିସ୍ କାମରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି।
କନ୍ୟା

ଧନ ସ୍ଥାନକୁ ଧନାଧିପଙ୍କ ଦୃଷ୍ଟିଜନିତ ଅର୍ଥଲାଭ କାରଣରୁ ଅଟକିଥିବା କାମ ସୁବିଧାରେ ହୋଇଯିବ। ସାମାଜିକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍ବ୍ୟବହାରକରିବା କଷ୍ଟହେବ। ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଆଶଙ୍କା ରହିଛି। ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ତୁଳା

ରାଶି ପ୍ରତି ରାଶ୍ୟାଧିପଙ୍କ ଶୁଭଦୃଷ୍ଟି କର୍ମକ୍ଷେତ୍ରରେ ଉନ୍ନତିର ପରିଚାୟକ ହୋଇପାରେ। ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ଟେନ୍ସନ ଲାଗିରହିବ। ଶୁଣାକଥାକୁ ବିଶ୍ୱାସକଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଦୀର୍ଘଦିନରୁ ସମ୍ପର୍କରେ ଭଟ୍ଟା ପଡ଼ିଥିବା ଜଣେ ବନ୍ଧୁଙ୍କ ପାଇଁ ମନ ଛଟପଟ ହେବ।
ବିଛା

ଭାଗ୍ୟାଧିପ ସ୍ଥିର ରାଶିରେ ରହି କାର୍ଯ୍ୟପଦ୍ଧତିକୁ ଠିକ୍ ପରିଚାଳନା କରିପାରନ୍ତି। ସାଧାରଣ କଥାରେ ରାଗିବା ଦ୍ୱାରା ନିଜ ପାଇଁ ଅନିଷ୍ଟକର ପରିସ୍ଥିତି ସୃଷ୍ଟି କରିପାରେ। କୌଣସି ମାଙ୍ଗଳିକ କାମରେ ବନ୍ଧୁମାନଙ୍କୁ ସାହାଯ୍ୟକରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି। ସଙ୍ଗଠନ, ରାଜନୀତି, ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ।
ଧନୁ

ପାରିବାରିକ ସମସ୍ୟା ଲାଗି ରହିଥିଲେ ମଧ୍ୟ ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ତାହାଙ୍କ ସାଙ୍ଗରେ ଯିବାକୁ ବାଧ୍ୟ ହେବେ। ରାହୁଙ୍କ ପ୍ରଭାବରେ ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ।
ମକର

ଏକାଦଶସ୍ଥ ଚନ୍ଦ୍ର ପ୍ରଭାବରେ ଦୀର୍ଘଦିନରୁ ସ୍ଥଗିତ ରହିଥିବା ବକେୟା ଆଜି ପାଇପାରନ୍ତି। କୌଣସି ଜନହିତକର କାର୍ଯ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣକରି ସାମାଜିକ ସ୍ତରରେ ପ୍ରଶଂସିତ ହୋଇପାରନ୍ତି। ସ୍ୱାସ୍ଥ୍ୟ ସଚେତନତା ଅଭାବରୁ ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟପାଇବେ।
କୁମ୍ଭ

ଧନଭାବସ୍ଥ ମଙ୍ଗଳଙ୍କ ପ୍ରଭାବରେ ପାରସ୍ପରିକ ସହମତି ମଧ୍ୟରେ ପରିବାରରେ ସୁଖ ଶାନ୍ତି ଫେରି ଆସିବ। ଭଲ ସମ୍ପର୍କ ରଖୁ ନ ଥିବା ବ୍ୟକ୍ତିଙ୍କ ନିକଟରୁ ଦୂରେଇରହିବା ଭଲ । ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାରକରନ୍ତୁ। ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ, ଯାହାକି ମୁଣ୍ଡବ୍ୟଥାର କାରଣ ହୋଇପାରେ।
ମୀନ
ଉଚ୍ଚାରୋହୀ ରବିଙ୍କ ପ୍ରଭାବରେ ଆବଶ୍ୟକତା ପୂରଣ କରିବା ସକାଶେ ଧାର କରିବାକୁ ପଡ଼ିବ। କର୍ମକ୍ଷେତ୍ରର କୌଣସି ନିକଟତମ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଜମିଜମା ବାଦବିବାଦ କ୍ରମେ ଜଟିଳ ହେବ ଓ ସଫଳତା ହାସଲକରିବେ। ଦୀର୍ଘ ଦିନରୁ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.