Posted inRasifala

ରାଶିଫଳ: ଶନିବାର, ସେପ୍ଟେମ୍ବର ୬ ତାରିଖ – Daily Horoscope

ମେଷ
ଆଜି ଶନିଙ୍କ କ୍ଷେତ୍ରରେ ଚନ୍ଦ୍ର ରହିଥିବାରୁ ମାନସିକ ଉଦାସୀନତା ସୃଷ୍ଟି କରିବ। ଫଳତଃ କୌଣସି କାମ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମ୍ପନ୍ନ କରିପାରିବେ ନାହିଁ। କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ କଳହର ଆଶଙ୍କା ଦେଖାଦେଇପାରେ। ନିଜ ଲୋକମାନେ ଅନ୍ୟମାନଙ୍କ କାନକୁହା କଥା ଶୁଣି ଦୂରେଇ ଯାଇପାରନ୍ତି।
ବୃଷ
ବୃଷ
ସମ୍ପର୍କୀୟଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମ ଗୁଡ଼ିକ ସହଜରେ ସମ୍ପନ୍ନ କରିପାରିବେ। କୌଣସି ଦୂରାଗତ ବନ୍ଧୁଙ୍କ ସହ ଦେଖା ଆପଣଙ୍କ ଯାତ୍ରାକୁ ବିଳମ୍ବିତ କରିଦେବ। ଶୁକ୍ର ପ୍ରଭାବରେ ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା, ସଭାସମିତିରୁ ସଫଳତା ମିଳିବ। ମାଲିମକଦ୍ଦମା ତ୍ୱରାନ୍ବିତ ହେବା ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବ।
ମିଥୁନ
ମିଥୁନ
ଅଷ୍ଟମ ଚନ୍ଦ୍ର ପ୍ରଭାବରୁ ମାନସିକ ସ୍ଥିତି ଭଲ ରହିବ। ବକେୟା ଅର୍ଥ ପାଇପାରିବେ। ଆଜି ଫେରନ୍ତା ବାଟରେ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। ଶିଳ୍ପ, ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂରହେବା ସହ ଆଶା ପୂରଣ ହୋଇଯିବ। ରାଜନୈତିକ କ୍ଷେତ୍ରରେ ଅନ୍ୟର ମନଗଢ଼ା କଥା ଶୁଣି ବ୍ୟସ୍ତତା ଅନୁଭବ କରିପାରନ୍ତି।
କର୍କଟ
କର୍କଟ
ଧନାଧିପ ଧନଭାବସ୍ଥ ଯୋଗୁ ବନ୍ଧୁଙ୍କ ପ୍ରେରଣାରେ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। କରଜ ଦେଇଥିବା ଟଙ୍କା ପାଇବା ସକାଶେ ଯୁକ୍ତିତର୍କ କରିବାକୁ ପଡ଼ିପାରେ। ଶିଳ୍ପ, ବ୍ୟବସାୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ମିଳିବ। ନିର୍ମାଣ, ପ୍ରକାଶନ, ସଙ୍ଗଠନରେ ଉପୁଜିଥିବା ସମସ୍ୟା ସମାଧାନ ହୋଇଯିବ।
ସି˚ହ
ସି˚ହ
ବୁଧାଦିତ୍ୟ ଯୋଗ ପ୍ରଭାବରୁ କାର୍ଯ୍ୟଦକ୍ଷତା ଓ ଦୃଢ଼ ମନୋବଳ ପ୍ରତ୍ୟେକ କାମକୁ ସାକାର କରିପାରିବ। ଆଜିର ଯାତ୍ରାରେ ସହଜରେ ଅଭିଳଷିତ ଫଳ ପାଇବେ। ଈର୍ଷା ଓ ଅସୂୟାଭାବ ପୋଷଣ କରି ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ପରିବହନ, ନିର୍ମାଣ ,ବାଣିଜ୍ୟ, ବ୍ୟବସାୟ ସକାଶେ କୌଣସି ପ୍ରତିବନ୍ଧକ ରହିବ ନାହିଁ।
କନ୍ୟା
ତୃତୀୟ ଅଷ୍ଟମାଧିପ ରାଶିରେ ଥିବାରୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବନ୍ଧୁ ଅନୁପସ୍ଥିତ ରହିପାରନ୍ତି। ପିଲାଙ୍କ ଅସନ୍ତୋଷଜନକ କାର୍ଯ୍ୟକଳାପ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରେ। ରୋଗର ପୀଡ଼ାରୁ ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହେବାର ସୂଚନା ରହିଛି।
ତୁଳା
ତୁଳା
ବୃହସ୍ପତିଙ୍କ ଦୃଷ୍ଟି ପ୍ରଭାବରେ ନିଜ ଲୋକମାନେ ଶତ୍ରୁତା କଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ଝଗଡ଼ାର ଆଶଙ୍କାକୁ ଏଡାଇ ହେବ ନାହିଁ। କର୍ମକ୍ଷେତ୍ରର ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। କଚେରି ମାମଲା, ଅସମ୍ପୂର୍ଣ୍ଣ କାମ ଯୋଗୁ କିମ୍ବା ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣାରୁ ଚିନ୍ତା ବଢ଼ିପାରେ।
ବିଛା
ବିଛା
ଶନିଦୃଷ୍ଟ ମଙ୍ଗଳ ହେତୁ ବାରମ୍ବାର ସ୍ବାସ୍ଥ୍ୟ ସମସ୍ୟା ମନରେ ଉଦ୍‌ବେଗ ସୃଷ୍ଟି କରିବ। ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁଲ୍ଲଭ ହୋଇପାରେ। ଦୀର୍ଘଦିନରୁ ରହିଆସିଥିବା ଋଣ ପରିଶୋଧ କରିବା ସକାଶେ ଚିନ୍ତିତ ରହିପାରନ୍ତି।
ଧନୁ
ଧନୁ
ଶନିଙ୍କ ପ୍ରଭାବରେ ପାରିବାରିକ କ୍ଷେତ୍ରରେ ମନମୁଖି ଶାସନଜନିତ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀଙ୍କ ସହଯୋଗ ମନକୁ ହାଲୁକା କରିବାରେ ସହାୟକ ହେବ। ଆଜିର ଯାତ୍ରା, ବାଣିଜ୍ୟ, କଚେରି ମାମଲା ବିଷୟରେ ବନ୍ଧୁଙ୍କ ପରାମର୍ଶ ନେବାର ସୁଯୋଗ ମିଳିବ। ଭାବପ୍ରବଣତାରେ କୌଣସି ଭୁଲ୍‌ କାମ କରିପାରନ୍ତି।
ମକର
ମକର
ବଳବାନ୍‌ ମଙ୍ଗଳଙ୍କ ପ୍ରଭାବରେ ପ୍ରତିକୂଳ ପରିସ୍ଥିତିକୁ ଦୂରେଇବାରେ ସମର୍ଥ ହେବେ। ଅର୍ଥ, ଜମିଜମା, ବିବାଦୀୟ ବିଷୟ ପ୍ରଭୃତିରେ ବନ୍ଧୁଙ୍କ ପରାମର୍ଶ ଗ୍ରହଣ କରିବା ଠିକ୍‌ ହେବ। ଶିକ୍ଷା, ଶିଳ୍ପ, ବ୍ୟବସାୟ, ଗବେଷଣାରେ ଉନ୍ନତି ଘଟିବ। ନିର୍ମାଣାଧୀନ କାମ, ବନ୍ଧୁଙ୍କ ନିମନ୍ତ୍ରଣ, ଜମିଜମା ସମ୍ପର୍କୀୟ ଆଲୋଚନା ଅମୀଂମାସିତ ରହିଯିବ।
କୁମ୍ଭ
କୁମ୍ଭ
ଚନ୍ଦ୍ରଙ୍କ ଶୁଭ ସଂସ୍ଥାନରୁ ଆଜିର ପ୍ରତ୍ୟୁଷ ଯାତ୍ରା , ନିର୍ମାଣ, ବ୍ୟବସାୟ ଅନୁକୂଳ ରହିବ। ଆନୁଷ୍ଠାନିକ କାମ, ସଭାସମିତି, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଚୁକ୍ତିପତ୍ର, କ୍ଷେତ୍ରରେ ଅଶାନୁରୂପ ଫଳ ପାଇବେ। ଋଣଭାର ଚିନ୍ତାରେ ମନ ଭାରାକ୍ରାନ୍ତ ରହିପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ମୀନମୀନ

କେନ୍ଦ୍ରସ୍ଥ ବୃହସ୍ପତି ଯୋଗୁ ଦୀର୍ଘ ଦିନରୁ ଚିନ୍ତା କରିଥିବା ଯୋଜନା ସକାଶେ ମନ ବଳାଇପାରନ୍ତି। ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜିବୁଲିବେ। ପିଲାମାନଙ୍କୁ କେନ୍ଦ୍ରକରି ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିବାର ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ ଆଜି ଗ୍ରହସ୍ଥିତିର ସୁପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଶୃଙ୍ଖଳିତ ରହିବ। ପିଲାଙ୍କ ଆବଶ୍ୟକତା ଅନୁସାରେ ଜିନିଷ ନ ଆଣିବାରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବେ।…

ରାଶିଫଳ: ଶନିବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟାଧିପତି ବୃହସ୍ପତିଙ୍କ ଦୃଷ୍ଟିରେ ଥିବାରୁ ନୂତନ ଯୋଜନାରମ୍ଭ କରିବାକୁ ମନ ବଳାଇପାରନ୍ତି। ଆତ୍ମୀୟଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟ ସକାଶେ ପୂର୍ବ ପ୍ରସ୍ତୁତି ଶେଷ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟରେ ଉନ୍ନତି ହେବ ଏବଂ ଅଭିଳାଷ ମଧ୍ୟ ପୂର୍ଣ୍ଣ ହୋଇଯିବ। ପାରିବାରିକ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହି ନ ପାରେ। ଅର୍ଥ…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ସମ୍ପର୍କ ସୃଷ୍ଟି ହୋଇପାରିବ। ଶନିଙ୍କ ଦୃଷ୍ଟି ପଥାରୁଢ ହେତୁ ଉପରିସ୍ଥଙ୍କ ଦାୟିତ୍ୱପୂର୍ଣ୍ଣ କାମଟି ପୂର୍ଣ୍ଣାଙ୍ଗ ନହୋଇପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ…

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri