Posted inRasifala

ରାଶିଫଳ: ଶନିବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ
ଆଜି ଏକାଦଶସ୍ଥ ଚନ୍ଦ୍ର ମଙ୍ଗଳ ଯୋଗରୁ ପ୍ରତ୍ୟେକ କାମରେ ସଫଳତା ହାସଲ କରିବେ। ଶନିଙ୍କ ସୁପ୍ରଭାବରୁ ଆଶଙ୍କା କରୁଥିବା ବିବାଦୀୟ ଘଟଣାରେ ସେମିତି କିଛି ହେବ ନାହିଁ। ଆତ୍ମୀୟଙ୍କ ପାରିବାରିକ ସମାଧାନ ପାଇଁ ଚିନ୍ତା ବଢ଼ିପାରେ। ପ୍ରତିଯୋଗିତା, ସଭାସମିତି, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି।
ବୃଷ
ବୃଷ
ରବି ଓ ଶୁକ୍ର ସଂଯୋଗରୁ ଆପୋସ ଆଲୋଚନା ଓ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ସରକାରୀ ସ୍ତରରୁ ଦୀର୍ଘ ପ୍ରତୀକ୍ଷା ପରେ ଆଶା କରୁଥିବା ଖବରଟି ଆଜି ପାଇପାରନ୍ତି। ପ୍ରଶାସନିକ କ୍ଷେତ୍ରରେ, ଚୁକ୍ତିପତ୍ରରେ, ଆଲୋଚନାରେ ଦ୍ୱନ୍ଦ୍ୱ ଦୂର ହେବ। ପୂର୍ବ ଯୋଜନା ଅନୁଯାୟୀ କର୍ମରେ ନିୟୋଜିତ ହେଲେ ଉପକୃତ ହେବେ।
ମିଥୁନ
ମିଥୁନ
ରାହୁଙ୍କ ସ୍ଥିତିଜନିତ କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କୌଣସି ବିବାଦୀୟ କଥା ଚିନ୍ତାକରି କିମ୍ବା ପ୍ରକାଶ କରି ଅନ୍ୟମନସ୍କ ରହିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ମତାନ୍ତରରୁ ବିତର୍କ ସୃଷ୍ଟି ସମ୍ଭାବନା ରହିଛି। ସାୟାହ୍ନେ ବନ୍ଧୁଙ୍କ ପରାମର୍ଶ ସହ ଆଲୋଚନାରେ ସମୟ କଟାଇବେ।
କର୍କଟ
କର୍କଟ
ବୃହସ୍ପତିଙ୍କ ଶୁଭଦୃଷ୍ଟି ପ୍ରଭାବରୁ ପାରିବାରିକ ସ୍ଥିତିରେ ଉନ୍ନତି ଘଟିବା ସାଙ୍ଗକୁ ଶାନ୍ତି ଫେରିଆସିବ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସାଙ୍ଗକୁ ବନ୍ଧୁଙ୍କ ଅନାଦର ଭାବ ଯୋଗୁ ମନ ଦୁଃଖ ହୋଇପାରେ। ପଡ଼ୋଶୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। ଗୃହସଜ୍ଜା, ଗାଡ଼ି ମରାମତି, ଜମିଜମା କିଣା ବିକା ପ୍ରତି ଆଗ୍ରହ ବଢ଼ିପାରେ।
ସି˚ହ
ସି˚ହ
ରାଶ୍ୟାଧିପତିଙ୍କ ସହିତ ରାହୁଙ୍କ ସଂଯୋଗ କାରଣରୁ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ବ୍ୟାହତ ହେବ। କର୍ମକ୍ଷେତ୍ରରେ ଆଲୋଚନା ଅବସରରେ ଅପ୍ରିୟ ସତ କହି ବିରୋଧୀ ହୋଇପାରନ୍ତି। ସମୟର ପ୍ରତିକୂଳତା ହେତୁ ସୁଯୋଗର ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ପ୍ରଶଂସା ପାଇବେ।
କନ୍ୟା
କେତୁଙ୍କ ରାଶ୍ୟାବସ୍ଥାନ କାରଣରୁ ଶାରୀରିକ ସୁସ୍ଥତା ନ ଥିଲେ ମଧ୍ୟ ବନ୍ଧୁଙ୍କ ସହାୟତାରେ କାର୍ଯ୍ୟ ସାଧନ କରିବେ। ପୂର୍ବ ସ୍ଥିରୀକୃତ ଯୋଜନା ପ୍ରକାରେ ପ୍ରିୟଜନଙ୍କ ସହ ସୁଖଭ୍ରମଣ ଯୋଗ ରହିଛି। ଅନ୍ୟଦ୍ୱାରା ପ୍ରରୋଚିତ ହୋଇ କାମ କଲେ ଅପଦସ୍ଥ ହେବେ। ପାରିବାରିକ କ୍ଷେତ୍ର, ବ୍ୟବସାୟ ଏବଂ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ଅସୁବିଧା ହେବନାହିଁ।
ତୁଳା
ତୁଳା
ଖୁସି ମନରେ କାମ କରି ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। କ୍ରୀଡା, ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତା, କଳା, ସଙ୍ଗୀତ କ୍ଷେତ୍ରରୁ ସୁଫଳ ମିଳିବ। ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ରୟ, ବିକ୍ରୟ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ଅଧ୍ୟୟନ, ଅଧ୍ୟାପନା, ଯୋଗ, ଗବେଷଣା କ୍ଷେତ୍ରରେ ଏକାଗ୍ରତା ଆଣିପାରିବେ।
ବିଛା
ବିଛା
ଆକସ୍ମିକ ଦୂରଯାତ୍ରା, ବ୍ୟୟବହୁଳତା ତଥା ସ୍ବାସ୍ଥ୍ୟ ସମସ୍ୟା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ। ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ବିବାଦ ବଢ଼ିପାରେ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହେବ ଓ ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯିବା ସୂଚନା ରହିଛି। ଶତ୍ରୁତା କରୁଥିବା ଲୋକଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ ।
ଧନୁ
ଧନୁ
ଆପଣଙ୍କ ରାଶି ପାପଗ୍ରହ ଦୃଷ୍ଟିବର୍ଜିତ କାରଣରୁ ନିରଙ୍କୁଶ ଭାବରେ କାର୍ଯ୍ୟ ହାସଲ କରିପାରିବେ। ପରିବାରରେ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ଚାକ୍ଷୁସ ପ୍ରମାଣ ବ୍ୟତିରେକେ ପରକଥାରେ ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ଯାତ୍ରାକାଳୀନ ବନ୍ଧୁଙ୍କ ଫେରିବାର ବିଳମ୍ବ ହେତୁ ବ୍ୟସ୍ତ ହୋଇପଡ଼ିବେ।
ମକର
ମକର
ପାରିବାରିକ କ୍ଷେତ୍ରରେ କୌଣସି ଅସୁବିଧା ନ ଥିଲେ ମଧ୍ୟ ବୃହସ୍ପତିଙ୍କ ସ୍ଥିତିଜନିତ ପରିସ୍ଥିତି ଭଲ ରହିବ ନାହିଁ। ବାକି ପଡ଼ିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଓ ଲକ୍ଷ୍ୟ ପୂରଣ ହୋଇଯିବ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ଆପଣଙ୍କ କାମ ହାସଲରେ ସହାୟକ ହୋଇପାରେ।
କୁମ୍ଭ
କୁମ୍ଭ
ସମସ୍ୟାବହୁଳ ପରିସ୍ଥିତି ଲାଗି ରହିଥିଲେ ମଧ୍ୟ ବନ୍ଧୁଙ୍କ ସହାୟତାରେ ସମସ୍ୟାକୁ ସୁଧାରି ନେବେ। ଆର୍ଥିକ ଦୁରବସ୍ଥା କାରଣରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଅସମ୍ପୂର୍ଣ୍ଣ ରହିଯାଇପାରେ। ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତ ବାତାବରଣ ସୃଷ୍ଟି ହେବ। ଅବଶ୍ୟ ଶତଭିଷା ନକ୍ଷତ୍ର ସମସ୍ତ ପ୍ରତିବନ୍ଧକକୁ ପ୍ରତିହତ କରିବାରେ ସମର୍ଥ ହେବେ।
ମୀନମୀନ

ରାଶିରେ ତୃତୀୟାଧିପତି ଶୁକ୍ର ରହିଥିବାରୁ ଚେଷ୍ଟା ସଫଳ ହେବାରେ ଜଣେ ବାଲ୍ୟବନ୍ଧୁ ସାହାଯ୍ୟ କରିବେ। ପାରିବାରିକ ସମସ୍ୟା ସମାଧାନ ସକାଶେ ନିକଟସ୍ଥ ଲୋକଙ୍କ ସହାୟତା ଆବଶ୍ୟକ କରିପାରନ୍ତି। ଅଫିସରେ ଥିବା ସମୟରେ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟିର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ ଆଜି ଗ୍ରହସ୍ଥିତିର ସୁପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଶୃଙ୍ଖଳିତ ରହିବ। ପିଲାଙ୍କ ଆବଶ୍ୟକତା ଅନୁସାରେ ଜିନିଷ ନ ଆଣିବାରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବେ।…

ରାଶିଫଳ: ଶନିବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟାଧିପତି ବୃହସ୍ପତିଙ୍କ ଦୃଷ୍ଟିରେ ଥିବାରୁ ନୂତନ ଯୋଜନାରମ୍ଭ କରିବାକୁ ମନ ବଳାଇପାରନ୍ତି। ଆତ୍ମୀୟଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟ ସକାଶେ ପୂର୍ବ ପ୍ରସ୍ତୁତି ଶେଷ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟରେ ଉନ୍ନତି ହେବ ଏବଂ ଅଭିଳାଷ ମଧ୍ୟ ପୂର୍ଣ୍ଣ ହୋଇଯିବ। ପାରିବାରିକ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହି ନ ପାରେ। ଅର୍ଥ…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ସମ୍ପର୍କ ସୃଷ୍ଟି ହୋଇପାରିବ। ଶନିଙ୍କ ଦୃଷ୍ଟି ପଥାରୁଢ ହେତୁ ଉପରିସ୍ଥଙ୍କ ଦାୟିତ୍ୱପୂର୍ଣ୍ଣ କାମଟି ପୂର୍ଣ୍ଣାଙ୍ଗ ନହୋଇପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ…

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri