Posted inRasifala

ରାଶିଫଳ: ମଙ୍ଗଳବାର, ଜାନୁୟାରୀ ୪ ତାରିଖ – Daily Horoscope

ମେଷ
ପ୍ରତ୍ୟେକ ଦିଗରୁ ଭଲ ରହିଲେ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟା ମନକୁ ବିଚଳିତ କରିବ। ପାରିବାରିକ ସମସ୍ୟା ସମାଧାନ କରି ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତା, ବ୍ୟବସାୟ, ପରିବହନରେ ସଫଳତା ପାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ଅଫିସରେ ଜଣେ ଅଧସ୍ତନ କର୍ମଚାରୀ ପ୍ରତିବାଦର ସ୍ବର ଉତ୍ତୋଳନ କରି ପରିସ୍ଥିତିକୁ ଜଟିଳ କରିପାରନ୍ତି।
ବୃଷ
ବୃଷ
ସମ୍ପର୍କୀୟଙ୍କ ବିରୁଦ୍ଧାଚରଣଜନିତ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ନିଜକୁ ଚଳେଇ ନେବାରେ ଅସମର୍ଥ ହେବେ। ନିଜ କାମ ପଛକୁ ପକାଇ ବନ୍ଧୁଙ୍କ ପାଇଁ ନିଜେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ପରିବହନ ପ୍ରଭୃତି କ୍ଷେତ୍ରରୁ ଲାଭବାନ ହେବେ। ଭୁଲ୍‌ ବୁଝାମଣା ଓ ଯୁକ୍ତିତର୍କରୁ ପରିବାରରେ ବିବାଦୀୟ ପରିସ୍ଥିତି ଉପୁଜିପାରେ।
ମିଥୁନ
ମିଥୁନ
ଆର୍ଥିକ ଅନଟନ ଓ କୌଣସି ବିବାଦୀୟ କଥା ପରିସ୍ଥିତିକୁ ସରଗରମ କରିପାରେ। ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପାରିବାରିକ ସମସ୍ୟାର ସରଳ ସମାଧାନ ହୋଇଯିବ। ଜୀବନଶୈଳୀରେ ପରିବର୍ତ୍ତନ ଆଣିଲେ ଭାଙ୍ଗି ପଡ଼ିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। ଅଫିସ୍‌ କାମରେ ସହକର୍ମୀଙ୍କ ପ୍ରତ୍ୟେକ କାର୍ଯ୍ୟକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ରହି ପାରନ୍ତି। ବାକ୍‌ ଅସଂଯମତା ଯୋଗୁ ବନ୍ଧୁମାନଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତିରେ ସମସ୍ୟା ସମାଧାନ ହୋଇଯିବ। ଆତ୍ମୀୟଙ୍କ ପରଶ୍ରୀକାତରତା ମନୋଭାବ ଓ ଈର୍ଷାପରାୟଣତା ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ।
ସି˚ହ
ସି˚ହ
ବିବାଦ କିମ୍ବା ପ୍ରତିଦ୍ୱନ୍ଦ୍ୱିତା କଲେ ଓଲଟା ଫଳ ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ସୁଯୋଗ ହାତଛଡ଼ା ହୋଇପାରେ। ଆନୁଷ୍ଠାନିକ କାମ, ବାଣିଜ୍ୟ, ପରିବହନ ତଥା ପରିବାରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। କୌଣସି ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି।
କନ୍ୟା
ପ୍ରତ୍ୟେକ କାମରେ ସଫଳତା ପାଇଲେ ମଧ୍ୟ ତାହା ସରଳ ଓ ସହଜରେ ହେବା କଷ୍ଟକର ହୋଇପାରେ। ଆତ୍ମୀୟଙ୍କ ସମ୍ବନ୍ଧରେ କାୈଣସି ଖବର ପାଇ ବିସ୍ମିତ ହୋଇପାରନ୍ତି। କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର ଓ ସାହିତ୍ୟ, କଳା କ୍ଷେତ୍ରରୁ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ବନ୍ଧୁଙ୍କ ସାମ୍ନାରେ ଭାବପ୍ରବଣବଶତଃ ଅପଦସ୍ଥ ହୋଇପାରନ୍ତି।
ତୁଳା
ତୁଳା
ଆଜି ଆପଣଙ୍କର କାମଗୁଡ଼ିକ ଏବଂ ପାରିବାରିକ ସ୍ଥିତି ଶୃଙ୍ଖଳିତ ହୋଇ ନ ପାରେ। ଭୁଲ୍‌ ବୁଝାମଣା କାରଣରୁ କିମ୍ବା ସାଧାରଣ କଥାରୁ ମତାନ୍ତର ସୃଷ୍ଟି ହୋଇପାରେ। ମନର ଦୁଃଖ ଓ ଅବସୋସକୁ ପ୍ରକାଶ କରି ନ ପାରି ନୀରବ ରହିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଅନୁକମ୍ପାରୁ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
ବିଛା
ବିଛା
ପାରିବାରିକ କ୍ଷେତ୍ରରେ ସ୍ଥଗିତ କାର୍ଯ୍ୟ ସକାଶେ ମନରେ ଅସ୍ଥିରତା ସୃଷ୍ଟି ହେବ। ସହକର୍ମୀଙ୍କ ସହମତି କିମ୍ବା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ମନେ ମନେ ସମ୍ପୂର୍ଣ୍ଣ କରିବାକୁ ଭାବୁଥିବା କାମଟିକୁ ଅପରାହ୍ନ ସମୟକୁ ସମାପନ କରିପାରିବେ । ଆଇନ ଅଦାଲତ, କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ସାମାଜିକ ପ୍ରତିଷ୍ଠା, ପାରିବାରିକ ସଦ୍‌ଭାବ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ସଂସର୍ଗତା ଲାଭ କରିବେ। କଚେରି ମାମଲା, ଶିଳ୍ପ, ବ୍ୟବସାୟ, ପରିବହନ, ଏଜେନ୍ସିପ୍‌, ପ୍ରକାଶନ, ସାମ୍ବାଦିକତା କ୍ଷେତ୍ରରେ ଆଶାତୀତ ସଫଳତା ହାସଲ ହେବ। ମନାନ୍ତରଜନିତ ହ୍ରାସ ପାଇଥିବା ଭ୍ରାତୃ ସମ୍ପର୍କରେ ଉନ୍ନତି ହେବ। ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହେବ।
ମକର
ମକର
ସମସ୍ୟା ଜାଲରେ ବାନ୍ଧିହୋଇ ଅଟକି ରହିଥିବା କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ସରକାରୀ ସ୍ତରରୁ ଅର୍ଥ ସାହାଯ୍ୟ ପାଇବେ, ଯାହାକି କାମକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ବହୁ ପୂର୍ବରୁ ଆଶା ପୋଷଣ କରିଥିବା କାୈଣସି ଖବର ପାଇ ଖୁସି ହେବେ। ଶିକ୍ଷା, ପରୀକ୍ଷା ଓ ଅଧ୍ୟୟନରେ ଏକାଗ୍ରତା ଆଣିପାରିବେ।
କୁମ୍ଭ
କୁମ୍ଭ
ଅତ୍ୟଧିକ କର୍ମଜଞ୍ଜାଳଜନିତ ମାନସିକ ଚାପ ବୃଦ୍ଧି ପାଇବ। ଅବହେଳିତ କାମ କିମ୍ବା ଋଣ ପରିଶୋଧଜନିତ କିଛି ଆକସ୍ମିକ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ। ଆତ୍ମୀୟ କିମ୍ବା ସହକର୍ମୀଙ୍କ ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ।
ମୀନମୀନ
ପୂର୍ବ ସଂକଳ୍ପିତ କାର୍ଯ୍ୟସାଧିତ ହେଲେ ମଧ୍ୟ ମାନସିକ ସ୍ଥିରତା ରହିବ ନାହିଁ। ବ୍ୟୟବୃଦ୍ଧି ଓ ଶତ୍ରୁତା ଜନିତ ବିଭିନ୍ନ ସମସ୍ୟା ମନକୁ ଭାରାକ୍ରାନ୍ତ କରି ରଖିବ। ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି। ବ୍ୟସ୍ତ ଓ ବିବ୍ରତତାକୁ ଦେଖି ଆତ୍ମୀୟ ଓ ଗୁରୁଜନଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri