Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ
ବୁଧ ଗ୍ରହ ରାଶିରେ ଥିବାରୁ ଆତ୍ମୀୟଙ୍କ ସହଯୋଗରେ କାମ ହାସଲ କରିବେ। ନିଜର ପ୍ରାପ୍ୟ ହାସଲରେ ବାଧା ଉପୁଜିବା କାରଣକୁ ନେଇ ମାନସିକ ଅସ୍ଥିରତା ଦେଖାଦେଇପାରେ। ଯାତ୍ରା, ବାଣିଜ୍ୟ, ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ପ୍ରାୟତଃ ଭଲ ରହିବ। ବାରମ୍ବାର ଭ୍ରମଣ ହେତୁକ ଶାରୀରିକ ଅସୁସ୍ଥତା ହେବାର ସୂଚନା ରହିଛି।
ବୃଷ
ବୃଷ
ଉଚ୍ଚସ୍ଥ ରାଶ୍ୟାଧିପତି ସଫଳତା ପ୍ରଦାନରେ ସହାୟକ ହେବ। ଆର୍ଥିକ ସମସ୍ୟା ଦୂର ହେବ, କିନ୍ତୁ ଧନାଧିପ ବ୍ୟୟଭାବସ୍ଥ ଯୋଗୁ ଖର୍ଚ୍ଚ ପରିମାଣ ବଢ଼ି ବଢ଼ି ଚାଲିବ। କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପ୍ରିୟଜନମାନଙ୍କ ସହ ଆଜି ସକାଳୁ ସକାଳୁ ସୁଖଭ୍ରମଣ ଯୋଗ ରହିଛି।
ମିଥୁନ
ମିଥୁନ
ଶନିଦୃଷ୍ଟ ରାଶ୍ୟାଧିପତିଙ୍କ ଯୋଗୁ ଶାରୀରିକ ଅସୁସ୍ଥତା ସାଙ୍ଗକୁ ମାନସିକ ଅସ୍ଥିରତା ପରିଲକ୍ଷିତ ହେବ। ଆବଶ୍ୟକ ମନେକରୁଥିବା ଅର୍ଥ ଯଥା ସମୟରେ ପାଇବେ। ଉପରିସ୍ଥଙ୍କ ଆଦେଶ୍‌ପ୍ରାପ୍ତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ। ଈର୍ଷା ଓ ଅସୂୟାଭାବ ପୋଷଣ କରି ଜଣେ ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉଠାଇପାରନ୍ତି।
କର୍କଟ
କର୍କଟ
ସପ୍ତମସ୍ଥ ଚନ୍ଦ୍ର ଯୋଗୁ ଆଜି କାମର ଚାପ ଏତେଦୂର ବୃଦ୍ଧି ପାଇବ ଯେ ସ୍ଥିରଭାବେ ରହିପାରିବେ ନାହିଁ। ଆଜିର ଯାତ୍ରା ସମୟରେ କିମ୍ବା ପ୍ରବାସରେ ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ସାଧାରଣ କଥାକୁ କେନ୍ଦ୍ରକରି କଳହ ସୂଚନା ରହିଛି। ପରିସ୍ଥିତି ଯାହାହେଉନା କାହିଁକି ନିଜକୁ ନିୟନ୍ତ୍ରଣରେ ରଖିବା ପାଇଁ ସମର୍ଥ ହେବେ।
ସି˚ହ
ସି˚ହ
ବୃହସ୍ପତିଙ୍କ ଶୁଭଦୃଷ୍ଟି ଫଳରେ ଶିକ୍ଷା, ସନ୍ତାନ, ଆଲୋଚନା, ଲେଖାପଢ଼ା କ୍ଷେତ୍ରରୁ ସନ୍ତୋଷଜନକ ଫଳ ପାଇବେ। ବନ୍ଧୁଙ୍କ ସହ ଭାଙ୍ଗିପଡ଼ିଥିବା ସମ୍ପର୍କ ଯୋଡ଼ି ହୋଇଯିବ। ପାରିବାରିକ କ୍ଷେତ୍ର ପୂର୍ବପରି ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବନାହିଁ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବା ହେତୁ ଆଶ୍ୱସ୍ତି ଲାଭ କରିବେ।
କନ୍ୟା
ଦୁଃସ୍ଥାନସ୍ଥ ରାଶ୍ୟାଧିପ ଯୋଗୁ ଆଜି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଏକାଧିକ କାମରେ ଅନୁପ୍ରବେଶ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ବନ୍ଧୁମିଳନ ସାଙ୍ଗକୁ ମତାନ୍ତରଜନିତ ଅଶାନ୍ତି ଆଶଙ୍କା ରହିଛି। ସାମାଜିକ, ଧାର୍ମିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା, ସଙ୍ଗୀତ ଆସର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
ତୁଳା
ତୁଳା
କର୍ମାଧିପତି କର୍ମଭାବକୁ ଅବଲୋକନ କରୁଥିବାରୁ କର୍ମକ୍ଷେତ୍ରରେ ଗୌରବାନ୍ବିତ ହେବେ। ଗତ କାଲିଠାରୁ ଅଟକି ରହିଥିବା କାମଟିକୁ ଆଜି ପୂର୍ଣ୍ଣାଙ୍ଗ କରିବାରେ ଅନୁକୂଳ ପରିବେଶ ସୃଷ୍ଟିହେବ। ବନ୍ଧୁମାନେ କାମକୁ ବିଗାଡ଼ିଦେବାର ଅପଚେଷ୍ଟା କରିପାରନ୍ତି। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‌ ହେବନାହିଁ।
ବିଛା
ବିଛା
ଭାଗ୍ୟସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟିଜନିତ ବନ୍ଧୁଙ୍କ ସମ୍ମୁଖରେ ସମସ୍ୟା ପ୍ରକାଶକରି ସାହାଯ୍ୟ ଲୋଡ଼ିପାରନ୍ତି। ପଦସ୍ଥଙ୍କ ପରାମର୍ଶ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧିରେ ସହାୟକ ହେବ। ବାଣିଜ୍ୟ, ପରିବହନରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ରଚନାମତ୍କ କାର୍ଯ୍ୟ, ସଭାସମିତି, ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସଫଳତା ପାଇପାରନ୍ତି।
ଧନୁ
ଧନୁ
ପାପଗ୍ରହ ମଧ୍ୟସ୍ଥ ରାଶ୍ୟାଧିପତି ହେତୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ପୂର୍ବ ଯୋଜନାକୁ ସାକାର କରିବା ପାଇଁ ପରିବାରରୁ ସହଯୋଗ ପାଇବେ। ବାଣିଜ୍ୟ, କଚେରି ମାମଲା, ଜମିଜମା, ପ୍ରଶାସନ କ୍ଷେତ୍ର ଭଲ ରହିବ। ରାଜନୀତି, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ବିବାଦୀୟ ସ୍ଥିତିର ସମ୍ମୁଖୀନ ହୋଇପାରନ୍ତି।
ମକର
ମକର
ସପ୍ତମାଧିପ ରାଶିସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ, ସହଯୋଗ ପାଇ କାର୍ଯ୍ୟ ହାସଲ କରିବେ। ଅର୍ଥର ଅଭାବକୁ ନେଇ ଦୁଶ୍ଚିନ୍ତା ବଢ଼ିବ କିନ୍ତୁ ପରକ୍ଷଣରେ ସବୁ ଠିକ୍‌ ହୋଇଯିବ। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ। ଶ୍ରବଣା ନକ୍ଷତ୍ରର ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ରରେ ପ୍ରଗତି ହେବ।
କୁମ୍ଭ
କୁମ୍ଭ
ଅତୀତରେ ଯେଉଁ କଥାକୁ ଡରୁଥିଲେ ସେହି ପରିସ୍ଥିତିର ସାମ୍ନା କରିବାକୁ ବାଧ୍ୟହେବେ। ରାଶିରେ ତୃତୀୟାଧିପ ଥିବାରୁ ବନ୍ଧୁଙ୍କ ଉପସ୍ଥିତି ଏବଂ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସାଙ୍ଗକୁ ମନୋବଳ କ୍ରମଶଃ ବୃଦ୍ଧି ପାଇବ।
ମୀନମୀନ

ଆଜିର ଆର୍ଥିକ ସ୍ଥିତି ଓ ମାନସିକ ପରିସ୍ଥିତି ପ୍ରାୟତଃ ଭଲ ରହିବ। କଠୋର ପରିଶ୍ରମ ସାଙ୍ଗକୁ ଅତ୍ୟଧିକ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ରାଶି ଓ କର୍ମାଧିପ ଏକତ୍ର ଯୋଗୁ ଏକାଧିକ କାମରେ ହାତଦେଇ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ଉପରିସ୍ଥଙ୍କ ଆଦେଶ ମୁତାବକ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୦ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହ ପ୍ରଭାବରୁ ସ୍ଥଗିତ କାର୍ଯ୍ୟାରମ୍ଭ, ଆର୍ଥିକ ଉନ୍ନତି, ସାମାଜିକ ସ୍ତରରେ ସମ୍ମାନିତ ହେବେ। ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ ଏବଂ...

ରାଶିଫଳ: ସୋମବାର, ଜାନୁଆରୀ ୧୯ ତାରିଖ – Daily Horoscope

ମେଷ ଆଜି କର୍ମସ୍ଥାନରେ ପଞ୍ଚଗ୍ରହକୂଟ ସଂଘଟିତ ହେଉଥିବାରୁ କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଭୁଲ୍‌ ବୁଝାମଣାରୁ ଲୋକସମ୍ପର୍କ କ୍ଷୁଣ୍ଣ ହେବ। ଦ୍ୱିଜା ନକ୍ଷତ୍ର...

ରାଶିଫଳ: ରବିବାର, ଜାନୁଆରୀ ୧୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ଚତୁଃଗ୍ରହ ଯୋଗଜନିତ ଉଚ୍ଚ ସମ୍ମାନ ସହ ପାରିବାରିକ ସୁଖସ୍ବାଚ୍ଛନ୍ଦ୍ୟ ପ୍ରାପ୍ତ ହେବ। ମୁଣ୍ଡ ଉପରେ ବୋଝ ଭଳି ରହିଥିବା ସମସ୍ୟା ସମାଧାନ...

ରାଶିଫଳ: ଶନିବାର, ଜାନୁଆରୀ ୧୭ ତାରିଖ – Daily Horoscope

ମେଷ ଗଜକେଶରୀ ଯୋଗ ପ୍ରଭାବରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ଲାଗିରହିଥିବାରୁ ନୂତନ ଯୋଜନା ସ୍ଥଗିତ ରହିଯାଇପାରେ। ବନ୍ଧୁଙ୍କ...

ରାଶିଫଳ: ଶୁକ୍ରବାର, ଜାନୁଆରୀ ୧୬ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସାହାଯ୍ୟ, ସହଯୋଗ ପାଇ ଅଟକିଥିବା କାମକୁ ସମ୍ପୂର୍ଣ୍ଣ କରିବା ନିଷ୍ପତ୍ତି ନେବେ। ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯାଇଥିଲେ ମଧ୍ୟ ମାନସିକ ଅସ୍ଥିରତା...

ରାଶିଫଳ: ଗୁରୁବାର, ଜାନୁଆରୀ ୧୫ ତାରିଖ – Daily Horoscope

ମେଷ ଆଜି ଦୂରଯାତ୍ରା, ବିବାଦୀୟ କ୍ଷେତ୍ର, ପ୍ରତିଦ୍ୱନ୍ଦ୍ୱିତା ନିକଟରୁ ଦୂରେଇ ରହିବା ଭଲ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କରି ଅନୁତପ୍ତ ହୋଇପାରନ୍ତି। କର୍ମକ୍ଷେତ୍ର ଗତାନୁଗତି...

ରାଶିଫଳ: ବୁଧବାର, ଜାନୁଆରୀ ୧୪ ତାରିଖ – Daily Horoscope

ମେଷ ଅଷ୍ଟମସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ଆପଣଙ୍କ ମାନସିକ ସ୍ଥିତି ଭଲ ନ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ଊଣା ହେବନାହିଁ। ଦୀର୍ଘଦିନରୁ ଭଲ ସମ୍ପର୍କ ଥାଇ...

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ବୃଥା ବିବାଦ, କଥା କଟାକଟି, ଟଣାଓଟରା ମଧ୍ୟରେ ଠିକ୍‍ ନିଷ୍ପତ୍ତିରେ ଉପନୀତ ହୋଇପାରିବେ ନାହିଁ। କିନ୍ତୁ ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri