Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ
ବୁଧ ଗ୍ରହ ରାଶିରେ ଥିବାରୁ ଆତ୍ମୀୟଙ୍କ ସହଯୋଗରେ କାମ ହାସଲ କରିବେ। ନିଜର ପ୍ରାପ୍ୟ ହାସଲରେ ବାଧା ଉପୁଜିବା କାରଣକୁ ନେଇ ମାନସିକ ଅସ୍ଥିରତା ଦେଖାଦେଇପାରେ। ଯାତ୍ରା, ବାଣିଜ୍ୟ, ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ପ୍ରାୟତଃ ଭଲ ରହିବ। ବାରମ୍ବାର ଭ୍ରମଣ ହେତୁକ ଶାରୀରିକ ଅସୁସ୍ଥତା ହେବାର ସୂଚନା ରହିଛି।
ବୃଷ
ବୃଷ
ଉଚ୍ଚସ୍ଥ ରାଶ୍ୟାଧିପତି ସଫଳତା ପ୍ରଦାନରେ ସହାୟକ ହେବ। ଆର୍ଥିକ ସମସ୍ୟା ଦୂର ହେବ, କିନ୍ତୁ ଧନାଧିପ ବ୍ୟୟଭାବସ୍ଥ ଯୋଗୁ ଖର୍ଚ୍ଚ ପରିମାଣ ବଢ଼ି ବଢ଼ି ଚାଲିବ। କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପ୍ରିୟଜନମାନଙ୍କ ସହ ଆଜି ସକାଳୁ ସକାଳୁ ସୁଖଭ୍ରମଣ ଯୋଗ ରହିଛି।
ମିଥୁନ
ମିଥୁନ
ଶନିଦୃଷ୍ଟ ରାଶ୍ୟାଧିପତିଙ୍କ ଯୋଗୁ ଶାରୀରିକ ଅସୁସ୍ଥତା ସାଙ୍ଗକୁ ମାନସିକ ଅସ୍ଥିରତା ପରିଲକ୍ଷିତ ହେବ। ଆବଶ୍ୟକ ମନେକରୁଥିବା ଅର୍ଥ ଯଥା ସମୟରେ ପାଇବେ। ଉପରିସ୍ଥଙ୍କ ଆଦେଶ୍‌ପ୍ରାପ୍ତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ। ଈର୍ଷା ଓ ଅସୂୟାଭାବ ପୋଷଣ କରି ଜଣେ ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉଠାଇପାରନ୍ତି।
କର୍କଟ
କର୍କଟ
ସପ୍ତମସ୍ଥ ଚନ୍ଦ୍ର ଯୋଗୁ ଆଜି କାମର ଚାପ ଏତେଦୂର ବୃଦ୍ଧି ପାଇବ ଯେ ସ୍ଥିରଭାବେ ରହିପାରିବେ ନାହିଁ। ଆଜିର ଯାତ୍ରା ସମୟରେ କିମ୍ବା ପ୍ରବାସରେ ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ସାଧାରଣ କଥାକୁ କେନ୍ଦ୍ରକରି କଳହ ସୂଚନା ରହିଛି। ପରିସ୍ଥିତି ଯାହାହେଉନା କାହିଁକି ନିଜକୁ ନିୟନ୍ତ୍ରଣରେ ରଖିବା ପାଇଁ ସମର୍ଥ ହେବେ।
ସି˚ହ
ସି˚ହ
ବୃହସ୍ପତିଙ୍କ ଶୁଭଦୃଷ୍ଟି ଫଳରେ ଶିକ୍ଷା, ସନ୍ତାନ, ଆଲୋଚନା, ଲେଖାପଢ଼ା କ୍ଷେତ୍ରରୁ ସନ୍ତୋଷଜନକ ଫଳ ପାଇବେ। ବନ୍ଧୁଙ୍କ ସହ ଭାଙ୍ଗିପଡ଼ିଥିବା ସମ୍ପର୍କ ଯୋଡ଼ି ହୋଇଯିବ। ପାରିବାରିକ କ୍ଷେତ୍ର ପୂର୍ବପରି ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବନାହିଁ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବା ହେତୁ ଆଶ୍ୱସ୍ତି ଲାଭ କରିବେ।
କନ୍ୟା
ଦୁଃସ୍ଥାନସ୍ଥ ରାଶ୍ୟାଧିପ ଯୋଗୁ ଆଜି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଏକାଧିକ କାମରେ ଅନୁପ୍ରବେଶ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ବନ୍ଧୁମିଳନ ସାଙ୍ଗକୁ ମତାନ୍ତରଜନିତ ଅଶାନ୍ତି ଆଶଙ୍କା ରହିଛି। ସାମାଜିକ, ଧାର୍ମିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା, ସଙ୍ଗୀତ ଆସର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
ତୁଳା
ତୁଳା
କର୍ମାଧିପତି କର୍ମଭାବକୁ ଅବଲୋକନ କରୁଥିବାରୁ କର୍ମକ୍ଷେତ୍ରରେ ଗୌରବାନ୍ବିତ ହେବେ। ଗତ କାଲିଠାରୁ ଅଟକି ରହିଥିବା କାମଟିକୁ ଆଜି ପୂର୍ଣ୍ଣାଙ୍ଗ କରିବାରେ ଅନୁକୂଳ ପରିବେଶ ସୃଷ୍ଟିହେବ। ବନ୍ଧୁମାନେ କାମକୁ ବିଗାଡ଼ିଦେବାର ଅପଚେଷ୍ଟା କରିପାରନ୍ତି। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‌ ହେବନାହିଁ।
ବିଛା
ବିଛା
ଭାଗ୍ୟସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟିଜନିତ ବନ୍ଧୁଙ୍କ ସମ୍ମୁଖରେ ସମସ୍ୟା ପ୍ରକାଶକରି ସାହାଯ୍ୟ ଲୋଡ଼ିପାରନ୍ତି। ପଦସ୍ଥଙ୍କ ପରାମର୍ଶ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧିରେ ସହାୟକ ହେବ। ବାଣିଜ୍ୟ, ପରିବହନରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ରଚନାମତ୍କ କାର୍ଯ୍ୟ, ସଭାସମିତି, ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସଫଳତା ପାଇପାରନ୍ତି।
ଧନୁ
ଧନୁ
ପାପଗ୍ରହ ମଧ୍ୟସ୍ଥ ରାଶ୍ୟାଧିପତି ହେତୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ପୂର୍ବ ଯୋଜନାକୁ ସାକାର କରିବା ପାଇଁ ପରିବାରରୁ ସହଯୋଗ ପାଇବେ। ବାଣିଜ୍ୟ, କଚେରି ମାମଲା, ଜମିଜମା, ପ୍ରଶାସନ କ୍ଷେତ୍ର ଭଲ ରହିବ। ରାଜନୀତି, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ବିବାଦୀୟ ସ୍ଥିତିର ସମ୍ମୁଖୀନ ହୋଇପାରନ୍ତି।
ମକର
ମକର
ସପ୍ତମାଧିପ ରାଶିସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ, ସହଯୋଗ ପାଇ କାର୍ଯ୍ୟ ହାସଲ କରିବେ। ଅର୍ଥର ଅଭାବକୁ ନେଇ ଦୁଶ୍ଚିନ୍ତା ବଢ଼ିବ କିନ୍ତୁ ପରକ୍ଷଣରେ ସବୁ ଠିକ୍‌ ହୋଇଯିବ। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ। ଶ୍ରବଣା ନକ୍ଷତ୍ରର ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ରରେ ପ୍ରଗତି ହେବ।
କୁମ୍ଭ
କୁମ୍ଭ
ଅତୀତରେ ଯେଉଁ କଥାକୁ ଡରୁଥିଲେ ସେହି ପରିସ୍ଥିତିର ସାମ୍ନା କରିବାକୁ ବାଧ୍ୟହେବେ। ରାଶିରେ ତୃତୀୟାଧିପ ଥିବାରୁ ବନ୍ଧୁଙ୍କ ଉପସ୍ଥିତି ଏବଂ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସାଙ୍ଗକୁ ମନୋବଳ କ୍ରମଶଃ ବୃଦ୍ଧି ପାଇବ।
ମୀନମୀନ

ଆଜିର ଆର୍ଥିକ ସ୍ଥିତି ଓ ମାନସିକ ପରିସ୍ଥିତି ପ୍ରାୟତଃ ଭଲ ରହିବ। କଠୋର ପରିଶ୍ରମ ସାଙ୍ଗକୁ ଅତ୍ୟଧିକ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ରାଶି ଓ କର୍ମାଧିପ ଏକତ୍ର ଯୋଗୁ ଏକାଧିକ କାମରେ ହାତଦେଇ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ଉପରିସ୍ଥଙ୍କ ଆଦେଶ ମୁତାବକ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟାଧିପତି ବୃହସ୍ପତିଙ୍କ ଦୃଷ୍ଟିରେ ଥିବାରୁ ନୂତନ ଯୋଜନାରମ୍ଭ କରିବାକୁ ମନ ବଳାଇପାରନ୍ତି। ଆତ୍ମୀୟଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟ ସକାଶେ ପୂର୍ବ ପ୍ରସ୍ତୁତି ଶେଷ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟରେ ଉନ୍ନତି ହେବ ଏବଂ ଅଭିଳାଷ ମଧ୍ୟ ପୂର୍ଣ୍ଣ ହୋଇଯିବ। ପାରିବାରିକ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହି ନ ପାରେ। ଅର୍ଥ…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ସମ୍ପର୍କ ସୃଷ୍ଟି ହୋଇପାରିବ। ଶନିଙ୍କ ଦୃଷ୍ଟି ପଥାରୁଢ ହେତୁ ଉପରିସ୍ଥଙ୍କ ଦାୟିତ୍ୱପୂର୍ଣ୍ଣ କାମଟି ପୂର୍ଣ୍ଣାଙ୍ଗ ନହୋଇପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ…

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ…

ରାଶିଫଳ: ଶନିବାର, ଫେବୃଆରୀ ୨୮ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଆର୍ଥିକ ଅଭିବୃଦ୍ଧିଜନିତ ମାନସିକ ସ୍ଥିତି ଭଲ ରହିବ। ସହକର୍ମୀଙ୍କ ପରୋକ୍ଷ ଶତ୍ରୁତାଜନିତ କାର୍ଯ୍ୟହାନି ଘଟିପାରେ । କୃତ୍ତିକା ନକ୍ଷତ୍ର ସକାଶେ ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri