Posted inRasifala

ରାଶିଫଳ: ରବିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ
ଦ୍ୱିଜା ନକ୍ଷତ୍ର ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ, ଟେନସନ୍‌ କିଛି ମାତ୍ରାରେ କମିଯିବ। ନିଜ ଲୋକମାନଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ସୂଚନା ପାଇପାରନ୍ତି। ସଭାସମିତି, ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଉନ୍ନତ ମାନର ସୁଫଳ ପାଇବେ। ଆଲୋଚନା ପରିସରରେ ବୃଥା ତର୍କ ନ କରି ଯୁକ୍ତି ବିବାଦଠାରୁ ଦୂରେଇ ରହିବା ଭଲ।
ବୃଷ
ବୃଷ
କୃତ୍ତିକା ନକ୍ଷତ୍ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ସୁଫଳ ପାଇବେ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ଆଜି ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ବିବାଦୀୟ ପାରିବାରିକ ଜଞ୍ଜାଳ କିମ୍ବା ବ୍ୟବସାୟିକ ସମସ୍ୟା ବୃଦ୍ଧି ପାଇପାରେ।
ମିଥୁନ
ମିଥୁନ
ଚନ୍ଦ୍ରଙ୍କ ପ୍ରଭାବରୁ ମିଠା କଥା କହି ପରିସ୍ଥିତି ନିୟନ୍ତ୍ରଣ କରିବାରେ ସମର୍ଥ ହେବେ। ବ୍ୟବସାୟରେ ଉନ୍ନତି କରିବେ। ଋଣ ପରିଶୋଧର ମାର୍ଗ ଉନ୍ମୁକ୍ତ ନୁହେଁ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଙ୍ଗୀତ କ୍ଷେତ୍ରରେ ସମସ୍ୟା ସମାଧାନରେ ସଫଳହେବେ। ଦୂରାଗତ ବନ୍ଧୁଙ୍କ ସହାୟତାରେ ମୂଲ୍ୟବାନ୍‌ ଦ୍ରବ୍ୟ ପାଇପାରନ୍ତି।
କର୍କଟ
କର୍କଟ
ଚନ୍ଦ୍ର ହେତୁ ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବ, କିନ୍ତୁ ମଙ୍ଗଳ ପ୍ରଭାବରେ କର୍ମକ୍ଷେତ୍ର ସନ୍ତୋଷଜନକ ରହିନପାରେ। ଭୁଲ୍‌ ବୁଝାମଣା ହେତୁ ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ଶୀଘ୍ର କାମ ସମ୍ପନ୍ନ ସକାଶେ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ପଡ଼ୋଶୀଙ୍କ ସାଧାରଣ କଥାକୁ କେନ୍ଦ୍ର କରି ବିବ୍ରତ ଅନୁଭବ କରିବେ।
ସି˚ହ
ସି˚ହ
ଆର୍ଥିକ ସ୍ବଚ୍ଛଳତା ନ ରହିବା କାରଣରୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ରରେ ଯାହା କଲେ ମଧ୍ୟ ସୁଫଳ ମିଳିବ ନାହିଁ ବରଂ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ମଘାର ବ୍ୟବସାୟ ବହୁମୁଖୀ ଆକାର ଧାରଣ କରିବ, କିନ୍ତୁ ଲାଭର ମାତ୍ରା ବଢ଼ିବ ନାହିଁ। ହିତୈଷୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
କନ୍ୟା
ପାରିବାରିକ ଜୀବନରେ ଉପଯୁକ୍ତ ବୁଝାମଣା ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ବନ୍ଧୁମାନେ ସହଯୋଗର ପ୍ରତିଶ୍ରୁତି ଦେଇ ଠିକ୍‌ ସମୟରେ ଦୂରେଇଯିବେ। ଚିତ୍ରା ନକ୍ଷତ୍ରର ଆମତ୍ୀୟସ୍ବଜନଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତା ବଢ଼ିପାରେ, ଅବଶ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। ଆଇନ ଅଦାଲତରୁ ସୁଫଳ ପାଇ ସମସ୍ୟା ସମାଧାନ ହୋଇଯିବ।
ତୁଳା
ତୁଳା
ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି। ସ୍ବାତୀ ନକ୍ଷତ୍ର ସଭାସମିତିରେ ଯୋଗ ଦେଇ ପ୍ରଶଂସା ପାଇବା ସହ ଲାଭବାନ୍‌ ହେବେ। ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମି ଯାଇପାରେ। ଆକସ୍ମିକ ଆବଶ୍ୟକତା କାରଣରୁ ହଠାତ୍‌ ଅନେକ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ।
ବିଛା
ବିଛା
ଅଧିକାଂଶ ସମୟ ଭୁଲ୍‌ ବୁଝାମଣା ଓ ଲଘୁ କ୍ରୋଧ କାରଣରୁ ସୁଯୋଗ ହାତମୁଠାରୁ ଖସିଯାଇପାରେ। ମନକଥା ମନରେ ମାରି ରହିବେ ସିନା, ମୁହଁ ଖୋଲିବାର ରାସ୍ତା ପାଇବେ ନାହିଁ। ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ଅନୁରାଧା ନକ୍ଷତ୍ର ସ୍ବାସ୍ଥ୍ୟ ପ୍ରତି ଅବହେଳା ଦୁଶ୍ଚିନ୍ତାକୁ ବୃଦ୍ଧି କରିବ।
ଧନୁ
ଧନୁ
ଆଜି ସହକର୍ମୀଙ୍କ ସହଯୋଗ ଲାଭକରି ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବେ। ପାରିବାରିିକ ଜଞ୍ଜାଳ ବୃଦ୍ଧି ପାଇପାରେ, ତଥାପି ପଛକୁ ଫେରିବାର ଉପାୟ ନଥିବ। ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦେହ ଭଲ ରହିଲେ ମଧ୍ୟ ରକ୍ତଚାପ କିମ୍ବା ଡାଇବେଟିସ୍‌ ରୋଗରେ କଷ୍ଟ ପାଇପାରନ୍ତି।
ମକର
ମକର
ଯେତେ ସୁବିଧାରେ ଚଳିବା ପାଇଁ ଚେଷ୍ଟା କଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଅନୁଭବ କରିବେ। ପରୋକ୍ଷ ଶତ୍ରୁତା ଯୋଗୁ କର୍ମକ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେବ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ରହିବ। ମନୋରଞ୍ଜନ ପାଇଁ ମନ ଥିଲେ ମଧ୍ୟ ଆର୍ଥିକ ଅବସ୍ଥା ଯୋଗୁ ହୋଇପାରିବ ନାହଁ।
କୁମ୍ଭ
କୁମ୍ଭ
ସାହାଯ୍ୟ ସହଯୋଗ ଅଭାବରୁ ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବାର ସୁଯୋଗ ଜୁଟିବ, ତଥାପି ନିକଟସ୍ଥ ବନ୍ଧୁମାନେ ଖୁସି ହେବେନାହିଁ। ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ।
ମୀନମୀନ
ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ପଡ଼ୋଶୀଙ୍କ ସହାୟତାରେ ହଜି ଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି। ଅର୍ଥାଭାବ ଓ ପାରିବାରିକ ସମସ୍ୟା ହେତୁ ଉଦାସୀନ ରହିବେ। ଜମିଜମା କାରବାର, ଆଲୋଚନା, ସଭାସମିତି, କଳା, ସାହିତ୍ୟାଦି କ୍ଷେତ୍ରରେ ସୁଫଳ ପାଇବାର ଆଶା ରହିଛି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri