Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୩୧ ତାରିଖ – Daily Horoscope

ମେଷ
ଆଜି ଶିଳ୍ପ, ବ୍ୟବସାୟ ତଥା ପ୍ରତିଯୋଗିତା ପାଇଁ ଅନୁକୂଳ ପ୍ରଭାବ ହେତୁ ଶୁଭଫଳ ପାଇବେ। କୌଣସି ଅପୂରଣୀୟ ଇଚ୍ଛା ମନକୁ ବିଚଳିତ କରିବ। ନୂତନ ସ୍ଥାନ ବୁଲିଯିବା ସୁଯୋଗ ମିଳିବ ଓ ବନ୍ଧୁଙ୍କ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଅଶ୍ୱିନୀ ନକ୍ଷତ୍ରର ବିବାଦ ପରିପ୍ରେକ୍ଷୀରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ।
ବୃଷ
ବୃଷ
ପଛରେ ଅନେକ କଥା କହୁଥିବା ବ୍ୟକ୍ତି ମୁହଁ ସାମ୍ନାରେ ନିଜର ଭଳି ଆଚରଣ କରିବେ। ବିଳମ୍ବ ହେଲେ ମଧ୍ୟ କାମଗୁଡ଼ିକ ସମ୍ପନ୍ନ ହେବାରେ ଅସୁବିଧା ରହିବ ନାହିଁ। ଅର୍ଥ କିମ୍ବା ଦରକାରୀ ଜିନିଷ ପାଇବାକୁ ନେଇ ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହୋଇପାରନ୍ତି। ଶିଳ୍ପ, କାରିଗରି, ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ମିଥୁନ
ମିଥୁନ
ଆଜି ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ନିୟନ୍ତ୍ରଣରେ ରହିବ। କୌଣସି ମୂଲ୍ୟବାନ ଜିନିଷ କ୍ରୟ ସକାଶେ ଆର୍ଥିକ ଅନଟନ ମୁଖ୍ୟ ସମସ୍ୟା ହେବ। ଯାହା କିଛି କହିବେ ଭାବିଚିନ୍ତି କହନ୍ତୁ, ନତୁବା ଭଲ ବଦଳରେ ମନ୍ଦ ଫଳ ଭୋଗିବାକୁ ପଡ଼ିପାରେ। ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ ନ ହେବା କାରଣରୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କର୍କଟ
କର୍କଟ
କାର୍ଯ୍ୟବ୍ୟସ୍ତତା ହେତୁ ଖାଇବା ପିଇବାରେ ଅବହେଳା କରି ସ୍ବାସ୍ଥ୍ୟ ପାଇଁ ନିଜେ ହିଁ ବାଧକ ସାଜିବେ। ଅର୍ଥର ଅଭାବ ନ ଥିଲେ ମଧ୍ୟ ଖର୍ଚ୍ଚ ପ୍ରତି ସଜାଗ ରହିବା ଭଲ। ନିଜ ଲୋକଙ୍କୁ ଭୁଲ୍‌ ବୁଝି ପରକଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ଯାତ୍ରା, ଆଲୋଚନା କ୍ଷେତ୍ରରେ ମହିଳାମାନେ ସୁଫଳ ପାଇବେ।
ସି˚ହ
ସି˚ହ
ଆଜି ଆକସ୍ମିକ ଯାତ୍ରା କରିବା ସହିତ ପରିବାରର ଆବଶ୍ୟକତା ପୂରଣ ଦିଗରେ ଖର୍ଚ୍ଚାନ୍ତ ହେବେ। ନିଜକୁ ନିୟନ୍ତ୍ରଣରେ ରଖିବା ପାଇଁ ଅସମର୍ଥ ହୋଇପାରନ୍ତି। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସ୍ବାସ୍ଥ୍ୟ ବ୍ୟାହତ ଆଶଙ୍କା ଉପୁଜିପାରେ। ହଠାତ୍‌ ଜଣେ ବନ୍ଧୁ ଆର୍ଥିକ ସହାୟତାରେ କାମ ହାସଲ କରିପାରିବେ।
କନ୍ୟା
ବିଭିନ୍ନ ଦିଗରୁ ଅର୍ଥାଗମ ସହ ପାର୍ଟିରେ ବନ୍ଧୁମିଳନ ଓ ସୁସ୍ବାଦୁ ଭୋଜନର ଯୋଗ ରହିଛି। ସ୍ଥଗିତ କାମକୁ ତ୍ୱରିତ ପଦକ୍ଷେପ ନେଇ ସମ୍ପନ୍ନ କରିବେ। ଲାଗି ରହିଥିବା ଘରୋଇ ସମସ୍ୟାର ସମାଧାନ ସକାଶେ ଜଣେ ଆତ୍ମୀୟ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ତୁଳା
ତୁଳା
ଦିନଟିରେ କିଛି ଅସୁବିଧା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ ଟେନ୍ସନ ଲାଗିରହିବ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧା ଭୋଗିବେ। ହଠାତ୍‌ ଜଣେ ବନ୍ଧୁଙ୍କ କାମରେ ଯୋଗଦେବା ପାଇଁ ମନ ଛଟପଟ ହେବ। କଳା, ସାହିତ୍ୟ, ରାଜନୀତି, ସାମ୍ବାଦିକତା ଆଇନ ଓ ଅଦାଲତ ତଥା ଲେଖାପଢ଼ାରୁ ଶୁଭଫଳ ପାଇବେ।
ବିଛା
ବିଛା
ଭୁଲ୍‌ ବୁଝାମଣା ହେତୁ ପାରିବାରିକ ଜୀବନରେ କିଛିଟା ବ୍ୟତିକ୍ରମଜନିତ ଅଶାନ୍ତି ସୃଷ୍ଟି କରିବେ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। କର୍ମକ୍ଷେତ୍ରରେ ସହମତି ଭିତ୍ତିରେ କିମ୍ବା ସ୍ତ୍ରୀଙ୍କ ପ୍ରେରଣା ଲାଭକରି ଉପକୃତ ହେବେ। ରାଜନୀତି, ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ।
ଧନୁ
ଧନୁ
ଆଜି ସମସ୍ୟା ମଧ୍ୟରେ ଲକ୍ଷ୍ୟ ସାଧନ ଦିଗରେ ଅଗ୍ରସର ହୋଇ କୃତକାର୍ଯ୍ୟ ହେବେ। ପାରିବାରିକ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମରେ ଅବହେଳା କରିପାରିବେ ନାହିଁ। ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ତାଙ୍କ ସଙ୍ଗରେ ଯିବାକୁ ବାଧ୍ୟ ହେବେ। ବନ୍ଧୁଙ୍କ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ମକର
ମକର
ଆଜି ଅନ୍ୟମନସ୍କ କିମ୍ବା ସତର୍କତା ଅଭାବରୁ ଧନହାନି ଘଟିପାରେ। କୌଣସି ବିବାଦୀୟ ମନ୍ତବ୍ୟ ଦେଇ ବନ୍ଧୁମାନଙ୍କ ଅପ୍ରିୟଭାଜନ ହୋଇପାରନ୍ତି। ଯେଉଁ କାମଟିକୁ ଆରମ୍ଭ କରିବେ ତାହା ନିଶ୍ଚିତ ଭାବରେ ସଫଳତାର ଶୀର୍ଷକୁ ଛୁଇଁବ। ଭଲ ସମ୍ପର୍କ ରଖିଥିବା ନିଜ ଲୋକମାନେ ସ୍ବାର୍ଥହାନି ଆଶଙ୍କାରେ ବିଶ୍ୱାସଘାତକତା କରିପାରନ୍ତି।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେବା ହେତୁ ପରିବାରରେ ସୁଖ ଶାନ୍ତି ଫେରି ଆସିବ। ପଡ଼ୋଶୀ ସାଧାରଣ କଥାକୁ ଅତିରଞ୍ଜିତ କରି କଳହ କରିପାରନ୍ତି । କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମକୁ ଲକ୍ଷ୍ୟ କରି ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ। ଆଶା କରୁଥିବା ଜିନିଷ ନ ପାଇବା କାରଣରୁ ମନରେ ଅସନ୍ତୋଷ ଭରି ରହିପାରେ।
ମୀନମୀନ

ସମସ୍ୟାର ସମାଧାନ କରି ନ ପାରିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହେବ। ନିକଟ ଅତୀତରେ ଗୁଡ଼ାଏ ଟଙ୍କା ଖର୍ଚ୍ଚ କରିଥିବା କାରଣରୁ ଆବଶ୍ୟକତା ପୂରଣ ସକାଶେ ଧାର କରିବାକୁ ପଡ଼ିପାରେ। କାମର ଚାପ ବଢ଼ିବା କାରଣରୁ ପରିଶ୍ରମଜନିତ କ୍ଲାନ୍ତି ଅନୁଭବ କରିବେ। ଘରୋଇ ବାଦବିବାଦ କିମ୍ବା ଜମିଜମା ବିଷୟ କ୍ରମେ ଜଟିଳ ହେବ କିନ୍ତୁ ଆପଣ ସଫଳତା ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri