Posted inRasifala

ରାଶିଫଳ: ସୋମବାର, ମେ ୩୦ ତାରିଖ – Daily Horoscope

ମେଷ
କର୍ମାଧିପ ଏକାଦଶସ୍ଥ ହେତୁ କର୍ମକ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ପାଇବେ। ଅତି ନିକଟତର ବନ୍ଧୁଙ୍କ ସହ ଆପଣଙ୍କର ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିପାରନ୍ତି। କଥା କହିବାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବାକୁ ପଡିବ। ଆଲୋଚନା କ୍ଷେତ୍ରରେ ଛୋଟ ଛୋଟ କଥାରେ ଚିହ୍ନା ପଡ଼ିଲେ ଅପଦସ୍ଥ ହେବେ।
ବୃଷ
ବୃଷ
ଦ୍ୱାଦଶ ସ୍ଥାନରେ ରାହୁ ଯୁକ୍ତ ଶୁକ୍ରଙ୍କ ସଂଯୋଗ ପାରିବାରିକ ଅଶାନ୍ତିର କାରଣ ହୋଇପାରେ। ସହକର୍ମୀ ସୁଯୋଗ ଉଣ୍ଡି ଅସୁବିଧାର ସମ୍ମୁଖୀନ କରାଇ ପାରନ୍ତି। କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘର ପାଇଁ ସମୟ ପାଇବେ ନାହିଁ। ବନ୍ଧୁବର୍ଗଙ୍କ ସହାନୁଭୂତି ଲାଭ କରି କାମ ହାସଲ କରିବାର ସୁଯୋଗ ଲାଭ କରିବେ।
ମିଥୁନ
ମିଥୁନ
ବନ୍ଧୁମିଳନ ସାଙ୍ଗକୁ ଦୂରଯାତ୍ରା, ସତ୍‌ସଙ୍ଗ, ପରିଭ୍ରମଣର ସୁଯୋଗ ପାଇପାରିବେ। ରାହୁଙ୍କ କୁପ୍ରଭାବରେ ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାରେ ବନ୍ଧୁ ବିରକ୍ତ ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ଦୃଢ଼ ମନୋବଳ ଯୋଗୁ ବହୁ ବିପଦରୁ ରକ୍ଷା ପାଇବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନମନାନ୍ତର ଦେଖା ଦେଇପାରେ।
କର୍କଟ
କର୍କଟ
ରାଶ୍ୟାଧିପଙ୍କ ଶୁଭ ସଂସ୍ଥାନରୁ ତଥା ସହଯୋଗ ମନୋଭାବରୁ ସମସ୍ତଙ୍କର ଆଦରଣୀୟ ହେବେ। ଗତକାଲିଠାରୁ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ସଫଳତା ଆଶା ରହିଛି। ପରିବହନ, ଶିଳ୍ପ, ବାଣିଜ୍ୟରେ ଆଶାଜନକ ଲାଭ ମିଳିବ। ଅଫିସ୍‌ କାମରେ ଆପଣଙ୍କର ସହକର୍ମୀମାନେ ସହଯୋଗର ହାତ ବଢ଼ାଇପାରନ୍ତି।
ସି˚ହ
ସି˚ହ
ସକାଳୁ ସକାଳୁ କୌଣସି ଶୁଭାକାଂକ୍ଷୀଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ। କୌଣସି ପ୍ରମାଣ ନ ଥାଇ ପଡ଼ୋଶୀଙ୍କଠାରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ। ରାଜନୀତି ତଥା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ପରିବାରରେ ସନ୍ତାନ ହେତୁକ ପୀଡ଼ା ଅନୁଭବ କରିବେ।
କନ୍ୟା
କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିବେ। ଭୁଲ୍‌ ବୁଝାମଣାରୁ ସୁସମ୍ପର୍କ କ୍ଷୁଣ୍ଣ ହେବା କାରଣରୁ ଆମତ୍ୀୟସ୍ବଜନଙ୍କ ପାଇଁ ଚିନ୍ତା ବଢ଼ିପାରେ। ଚିତ୍ରା ନକ୍ଷତ୍ର ପୁରାତନ ରୋଗରେ ପୀଡ଼ା ପାଇବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। ଆନୁଷ୍ଠାନିକ କାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସା ଓ ପ୍ରତିଷ୍ଠା ପାଇପାରିବେ। କେତେକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବା ହେତୁ ମନ ଖୁସି ରହିବ।
ବିଛା
ବିଛା
ଅନ୍ୟମାନଙ୍କ କଥା ପ୍ରତି ଧ୍ୟାନ ନ ଦେଇ କାମ କଲେ ଉପକୃତ ହେବେ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ପାଇଁ ଅନୁକୂଳତା ଅନୁଭବ କରିବେ। ସନ୍ତାନଙ୍କ ବୈବାହିକ କର୍ମ ସମ୍ପାଦନ କ୍ଷେତ୍ରରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ନୀଚ ମନୋଭାବ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।
ଧନୁ
ଧନୁ
ଯେଉଁ କାମ ପାଇଁ ମନସ୍ଥ କରିଛନ୍ତି ତାହା ଆଜି ହିଁ ପୂର୍ଣ୍ଣତା ଲାଭ କରିବ। ପାରିବାରିକ କ୍ଷେତ୍ରରେ ପଛକଥା ପଛକୁ ପକାଇ କାମ କରି ଚାଲନ୍ତୁ ଭଲ ହେବ। କର୍ମଜଞ୍ଜାଳ ବୃଦ୍ଧି ପାଇପାରେ ା ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି।
ମକର
ମକର
ବିଭିନ୍ନ ପ୍ରକାର ସମସ୍ୟା ଓ ଦ୍ୱନ୍ଦ୍ୱ ଭିତରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ। ପାରିବାରିକ କ୍ଷେତ୍ରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଦେଖା ଦେବାର ଆଶଙ୍କା ରହିଛି। ପଡ଼ୋଶୀ କେହି ପ୍ରତିବାଦ କରିପାରନ୍ତି, ଯାହାକି ଆପଣଙ୍କ କାମ ପାଇଁ ବାଧକ ସାଜିବ। ଆଜିର ପ୍ରାତଃଭ୍ରମଣ ଓ ମନୋରଞ୍ଜନ ପ୍ରୀତିପ୍ରଦ ହୋଇ ନ ପାରେ।
କୁମ୍ଭ
କୁମ୍ଭ
ବନ୍ଧୁ ପରିଜନଙ୍କ ସହିତ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ଅବଶ୍ୟ ପାଇବେ। କର୍ମକ୍ଷେତ୍ରରେ ଓ ନିଜ ପରିବେଶରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଦୀର୍ଘପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ସହକର୍ମୀଙ୍କ ସହଯୋଗରେ ବ୍ୟବସାୟ, ବାଣିଜ୍ୟ, ପରିବହନ ମାନ୍ଦା ହେବ ନାହିଁ।
ମୀନମୀନ
କର୍ମକ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁଣ୍ଣ ଥିଲେ ମଧ୍ୟ ପାରିବାରିକ କନ୍ଦଳ ହେତୁ ନିରୁତ୍ସାହିତ ରହିବେ। ସାମାଜିକ ସ୍ତରରେ ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ଶିଳ୍ପ, ବାଣିଜ୍ୟ, ନିର୍ମାଣ, ପରିବହନରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri