Posted inRasifala

ରାଶିଫଳ: ରବିବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ
ଆଜିର ଗ୍ରହସ୍ଥିତି କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ସରଳ ଭାବରେ ବିଶ୍ୱାସ କରି ଅସୁବିଧାରେ ପଡ଼ିପାରନ୍ତି। ତଥାପି ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ପାଇବେ। ସଭାସମିତିରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହୋଇପାରନ୍ତି।
ବୃଷ
ବୃଷ
ଧନାଧିପତିଙ୍କ ଦୁର୍ବଳତା କାରଣରୁ ସେ ଆପଣଙ୍କୁ ଶୁଭଫଳ ଦେବାର ସାମର୍ଥ୍ୟ ହରାଇପାରନ୍ତି। ବନ୍ଧୁଙ୍କ ସହ ଥଟ୍ଟାମଜା କଥା ଅଶାନ୍ତିର କେନ୍ଦ୍ରବିନ୍ଦୁ ପାଲଟି ଯାଇପାରେ। ରାହୁଯୁକ୍ତ ଶୁକ୍ର ଓ ଚନ୍ଦ୍ର ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଭଲହେବ। କୌଣସି ବିଜାତୀୟ ବ୍ୟକ୍ତିଙ୍କ ସାହାଯ୍ୟ ନେଇ ବ୍ୟବସାୟକୁ ବଢ଼ାଇପାରନ୍ତି।
ମିଥୁନ
ମିଥୁନ
ରାଶି ଓ କର୍ମାଧିପ ବୁଧ ନୀଚ ଭାବରେ ଅବସ୍ଥାନ କରିଥିଲେ ମଧ୍ୟ ଉଚ୍ଚସ୍ଥାନକୁ ଦୃଷ୍ଟିଦେଇ ସାମାଜିକ ସ୍ତରରେ ପ୍ରତିଷ୍ଠିତ କରାଇପାରନ୍ତି। ବନ୍ଧୁଙ୍କ ସାହାଯ୍ୟରୁ ପ୍ରତ୍ୟେକ କ୍ଷେତ୍ରରେ ସୁବିଧା ସୁଯୋଗ ଲାଭ କରିବେ। କର୍ମାରମ୍ଭ ସହ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ। ଆଲୋଚନା କ୍ଷେତ୍ରରେ ସତ୍ୟ ପ୍ରକାଶ କରି ବିବାଦଗ୍ରସ୍ତ ହୋଇପାରନ୍ତି।
କର୍କଟ
କର୍କଟ
କେନ୍ଦ୍ରକୋଣାଧିପ ମଙ୍ଗଳ ଦ୍ୱାଦଶ ଭାବସ୍ଥ ଯୋଗୁ ପାରିବାରିକ ଜୀବନରେ ମତାନ୍ତର ଘଟିପାରେ। ଅବଶ୍ୟ କର୍ମକ୍ଷେତ୍ରରୁ ଉଚ୍ଚ ସମ୍ମାନ ପ୍ରତିଷ୍ଠା ପାଇବାରେ ବନ୍ଧୁମାନେ ସାହାଯ୍ୟ କରିବେ। ଦୀର୍ଘ ଦିନରୁ ରହି ଆସିଥିବା ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି।
ସି˚ହ
ସି˚ହ
ରାଶ୍ୟାଧିପ ସପ୍ତମ ଭାବସ୍ଥ ହୋଇ ଶନିଯୁକ୍ତ କାରଣରୁ ଯାତ୍ରାରେ ବିଳମ୍ବରେ ଲକ୍ଷ୍ୟ ପୂରଣ ହେବ। ଶିଳ୍ପ, ବାଣିଜ୍ୟ, ଆଇନ, ଅଦାଲତ ଓ ପ୍ରତିଯୋଗିତାରେ ସୁଫଳ ପାଇବେ। ବହୁତ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କଲେ ମଧ୍ୟ ବିଫଳ ହେବେ। ପଡ଼ୋଶୀଙ୍କ ଦୁଃଖଦ ପରିସ୍ଥିତିକୁ ନେଇ ମାନସିକ ବ୍ୟଥା ଅନୁଭବ କରିବେ।
କନ୍ୟା
ବୁଧଙ୍କ ଦୃଷ୍ଟିରୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା ସହ ବନ୍ଧୁଙ୍କ ସହାନୁଭୂତି ଲାଭ କରିବେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ କୌଣସି କାର୍ଯ୍ୟ ସକାଶେ ସମ୍ମତି ପ୍ରଦାନ କରିପାରନ୍ତି। ଶନିଙ୍କ କୁପ୍ରଭାବରୁ ପିଲାଙ୍କ କଳହକୁ କେନ୍ଦ୍ର କରି ଦୁଶ୍ଚିନ୍ତା ବୃଦ୍ଧି ପାଇବ। ଆଜିର ଯାତ୍ରା, ବାଣିଜ୍ୟ ଓ ପରିବହନରେ ସମସ୍ୟା ଦୂର ହେବାର ସୂଚନା ରହିଛି।
ତୁଳା
ତୁଳା
ରାହୁ ଓ ଚନ୍ଦ୍ରଙ୍କ ସ୍ଥିତିଜନିତ ଆପଣଙ୍କ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ବେସାହାରା ହୋଇପାରେ। ଭୁଲ୍‌ ବୁଝାମଣାରୁ ଆତ୍ମୀୟଙ୍କ ସହ ସୁସମ୍ପର୍କ ରହି ନ ପାରେ। ଅବଶ୍ୟ ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମତାନ୍ତର କମ୍‌ ସମୟ ମଧ୍ୟରେ ଦୂରୀଭୂତ ହୋଇଯିବ।
ବିଛା
ବିଛା
ପାପଗ୍ରହ ମଧ୍ୟ ବୃହସ୍ପତି ଆପଣଙ୍କ ଉନ୍ନତ ଚିନ୍ତା ଓ ଯୋଜନାକୁ ଲକ୍ଷ୍ୟଭ୍ରଷ୍ଟ କରାଇପାରନ୍ତି। ଅବଶ୍ୟ ଶିକ୍ଷା, ସନ୍ତାନ, ମନ୍ତ୍ରଣା, ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାଜନକ ସୁଫଳ ପାଇବେ। ଅଯଥା କାମରେ ବ୍ୟୟାଧିକ୍ୟଜନିତ ପଶ୍ଚାନ୍ତେ ମନସ୍ତାପ କରିପାରନ୍ତି। ଭୁଲ୍‌ ବୁଝାମଣା କାରଣରୁ ସମ୍ପର୍କୀୟଙ୍କ ସହଯୋଗ ପାଇବେ ନାହିଁ।
ଧନୁ
ଧନୁ
କେନ୍ଦ୍ରସ୍ଥ ରାଜଯୋଗଜନିତ ଉତ୍ତମ ବନ୍ଧୁସମ୍ପର୍କ ସ୍ଥାପିତ ହେବ। ପାରିବାରିକ ସଦ୍ଭାବ, ନୂତନ ଗୃହ, ଯାନବାହନ, ବସ୍ତ୍ର ଆଭୂଷଣାଦି ଲାଭ ହେବ। ପୂର୍ବାଷାଢ଼ା ନକ୍ଷତ୍ର ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି, ତାହା ବିଳମ୍ବରେ ପାଇବେ। ଆଜିର ଯାତ୍ରା, ବାଣିଜ୍ୟ, ସଭାସମିତି ଓ ଆନୁଷ୍ଠାନିକ କାମରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ।
ମକର
ମକର
ଆଜି ମନ ଅନୁଯାୟୀ କାର୍ଯ୍ୟହାସଲ ଓ ଅଭିଳସିତ ଜିନିଷ ପାଇବେ। ସଭାସମିତି କିମ୍ବା ବନ୍ଧୁମିଳନ ଭିତରେ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ସ୍ବଗୃହୀ ଶନିଙ୍କ ପ୍ରଭାବଜନିତ ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ। ନୂତନ କର୍ମାରମ୍ଭ, ଭ୍ରମଣ ରାଜନୀତି, ପ୍ରଶାସନ ପାଇଁ ଦିନଟି ଭଲ।
କୁମ୍ଭ
କୁମ୍ଭ
ରବିଙ୍କ ସହ ଶନିଙ୍କ ସଂଯୋଗ ହେତୁ ସରକାରୀ ସହାୟତା ସାଙ୍ଗକୁ ସ୍ଥଗିତ କାର୍ଯ୍ୟ ହାସଲରେ ପଛେଇ ଯିବେ। ପ୍ରତିପକ୍ଷ ମିତ୍ରତାର ହାତ ବଢ଼ାଇବା ସହିତ ବିଭିନ୍ନ ଦିଗରୁ ସହଯୋଗ ପାଇବେ। ଅସୁବିଧାଜନକ ପରିସ୍ଥିତି ଦୂରେଇ ଯିବା ସହ ବନ୍ଧୁଙ୍କ ଆତିଥ୍ୟରୁ ଖୁସି ରହିବେ। ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇ ଯାଇପାରେ।
ମୀନମୀନ

ରାଶିରେ ଏକାଧିକ ଗ୍ରହ ରହିଥିବାରୁ ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ସାମାଜିକ ସ୍ତରରେ ତ୍ୟାଗ, ସହନଶୀଳତା ଓ ଉଦାରତା ଗୁଣରୁ ପ୍ରଶଂସିତ ହେବେ। ବନ୍ଧୁମିଳନ ସାଙ୍ଗକୁ ସତ୍‌ସଙ୍ଗ ଓ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ। ପ୍ରଶାସନିକ ସ୍ତରରେ, ରାଜନୀତିରେ, ସଭାସମିତିରେ ଓ ବ୍ୟବସାୟରେ ସୁଫଳ ଆଶା କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମେ ୭ ତାରିଖ – Daily Horoscope

ମେଷ ଆଜି ଯାତ୍ରା, ବ୍ୟବସାୟ, ପରିବହନ, ରାଜନୀତି ପାଇଁ ବହୁତ ଭଲ। ମାତ୍ର କର୍ମ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗି ରହିବା କାରଣରୁ ଟେନ୍ସନ ପିଛା ଛାଡିବ…

ରାଶିଫଳ: ବୁଧବାର, ମେ ୬ ତାରିଖ – Daily Horoscope

ମେଷ ବୁଧାଦିତ୍ୟ ଯୋଗ ପ୍ରଭାବରୁ ବ୍ୟକ୍ତିତ୍ୱର ପରିପ୍ରକାଶ ସାମାଜିକ ସ୍ତରରେ ସମ୍ମାନଜନକ ସ୍ଥିତି ପ୍ରଦାନ କରିବ। ପାରିବାରିକ, ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା…

ରାଶିଫଳ: ମଙ୍ଗଳବାର, ମେ ୫ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଓ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ। କର୍ମକ୍ଷେତ୍ରରେ ଅତ୍ୟଧିକ ଯୁକ୍ତିତର୍କ କରିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। କୃତ୍ତିକା ନକ୍ଷତ୍ର ସକାଶେ…

ରାଶିଫଳ: ସୋମବାର, ମେ ୪ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ପ୍ରଭାବରେ ଯାତ୍ରା, ବିବାଦ ପ୍ରଭୃତିରୁ ଦୂରେଇ ରହିବା ଭଲ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି। ପରୋକ୍ଷ…

ରାଶିଫଳ: ରବିବାର, ମେ ୩ ତାରିଖ – Daily Horoscope

ମେଷ ଆଜି ସାମାଜିକ ସ୍ତରରେ ବନ୍ଧୁମିଳନ ସହିତ ଖୁସିର ଆସର ଜମିପାରେ। ହାତରେ ଥିବା କାମକୁ ଶୀଘ୍ର ଶେଷ କରିବା ପାଇଁ ବ୍ୟସ୍ତ ହୋଇପାରନ୍ତି। ପ୍ରଶାସନ, ରାଜନୀତି…

ରାଶିଫଳ: ଶନିବାର, ମେ ୨ ତାରିଖ – Daily Horoscope

ମେଷ ନିକଟ ଅତୀତ ଘଟଣା ଗୁଡିକର ସମୀକ୍ଷା କରିପାରନ୍ତି। ମଙ୍ଗଳଙ୍କ କୁପ୍ରଭାବ ସ୍ୱରୂପ ସ୍ୱାସ୍ଥ୍ୟ ସମସ୍ୟା ଓ ଆକସ୍ମିକ କଳହ ପ୍ରତି ସଜାଗ ରହିବା ଭଲ ହେବ।…

ରାଶିଫଳ: ଶୁକ୍ରବାର, ମେ ୧ ତାରିଖ – Daily Horoscope

ମେଷ ଆପଣ ଯେମିତି ଉଚ୍ଚମନା, ଆପଣଙ୍କ କାମଗୁଡିକ ମଧ୍ୟ ସରସ, ସୁନ୍ଦର ରହିବ। ଶୁକ୍ରଙ୍କ ସ୍ଥିତି ଜନିତ ଅଭାବ ରହିବନି ଏବଂ ପାରିବାରିକ ସ୍ଥିତି ମଧ୍ୟ ମନ୍ଦ…

ରାଶିଫଳ: ଗୁରୁବାର, ଏପ୍ରିଲ ୩୦ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ସକାଶେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। କୌଣସି ଖବର ଶୁଣିବା ପରେ ଏକ ଅଜଣା ଆବେଗରେ ମନ ଉଦ୍‌ବେଳିତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri