Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୨ ତାରିଖ – Daily Horoscope

ମେଷ
ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ। ଅର୍ଥ ସମ୍ପର୍କୀୟ ସମସ୍ୟାକୁ ସୁଧାରି ନେବାର ପ୍ରଯନତ୍ କରିବା ଦିଗରେ ସଫଳତା ପାଇବେ। ସାମାଜିକ କାମରେ ସହଯୋଗ କରିବାକୁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି। ମଙ୍ଗଳଙ୍କ ବଳହୀନତାରୁ ଶାରୀରିକ କ୍ଲାନ୍ତି ଓ ଅବସାଦ ସ୍ବାସ୍ଥ୍ୟ ପ୍ରତି ପ୍ରତିକୂଳ ପ୍ରଭାବ ସୃଷ୍ଟିକରିବ।
ବୃଷ
ବୃଷ
ରବି ଓ ବୁଧଙ୍କ ଯୋଗୁ ପ୍ରଭାବଶାଳୀ ପ୍ରକାଶଭଙ୍ଗୀ ପରିଚାଳନା ଦକ୍ଷତାକୁ ବୃଦ୍ଧି କରିବ। ପରିବାରରେ, କର୍ମକ୍ଷେତ୍ରରେ, ସଂଗଠନରେ, ସଭାସମିତିରେ ବହୁ ଚର୍ଚ୍ଚିତ ହୋଇପାରନ୍ତି। ଆସନ୍ତାକାଲିର ଆନୁଷ୍ଠାନିକ କାମ ସକାଶେ ଧାଁ ଦଉଡ଼ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ।
ମିଥୁନ
ମିଥୁନ
ବୁଧାଦିତ୍ୟ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେବେ। ବିବାଦୀୟ ସ୍ଥିତି, ମାଲିମକଦ୍ଦମା, ସଙ୍ଗଠନ, ପରିଜନଙ୍କ ସହ ଯାତ୍ରା କ୍ଷେତ୍ରରେ ସଫଳତା ନିଶ୍ଚିତ। ଜମିଜମା କିମ୍ବା ଗୃହ ସମ୍ପର୍କୀୟ ସମସ୍ୟାର ସମାଧାନ ଦିଗରେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସମସ୍ୟା ଆସିପାରେ ।
କର୍କଟ
କର୍କଟ
କର୍ମାଧିପ ଧନସ୍ଥାନରେ ଥିବାରୁ କର୍ମମୁଖର କରାଇ ଅବସର ଦେଇ ନ ପାରନ୍ତି। କାର୍ଯ୍ୟବ୍ୟସ୍ତତା କାରଣରୁ କଥାବାର୍ତ୍ତା ଓ ବ୍ୟବହାରରେ ରୁକ୍ଷତା ବନ୍ଧୁଙ୍କୁ ଦୁଃଖ ଦେବ। ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କୀୟ ଦୁଶ୍ଚିନ୍ତା ସାୟାହ୍ନେ ଦୂର ହେବ। ଆଜିର ଫେରନ୍ତା ବାଟରେ କୌଣସି ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛି।
ସି˚ହ
ସି˚ହ
ଆଜିର ଅନୁକୂଳ ଗ୍ରହସ୍ଥିତି ସୁସ୍ଥ ବାତାବରଣ ସୃଷ୍ଟିକରି ବନ୍ଧୁପ୍ରିୟ କରାଇବ। ଆବଶ୍ୟକତା ପୂରଣ ସକାଶେ ଟଙ୍କାପଇସା ଯୋଗାଡ଼ କରିବା ସକାଶେ ଫନ୍ଦି ଫିକର କରି ସଫଳତା ପାଇବେ। ଶିଳ୍ପ, ବାଣିଜ୍ୟ, ପରିବହନ, ଏଜେନ୍ସି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ଅପରାହ୍ନରେ ଭ୍ରମଣରେ ଯିବାକୁ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ନ ପାରନ୍ତି।
କନ୍ୟା
ଦଶମସ୍ଥାନସ୍ଥ ଗ୍ରହ କର୍ମକ୍ଷେତ୍ରକୁ ଚଳଞ୍ଚଳନ କରାଇବେ। ବୃହସ୍ପତିଙ୍କ ଦୃଷ୍ଟିଫଳରେ ପରିବାର, ବନ୍ଧୁମିଳନ, ଆନୁଷ୍ଠାନିକ କାମକୁ ସମ୍ପନ୍ନ କରିବାରେ ସମର୍ଥ ହେବେ। କୌଣସି କଥାକୁ ଭଲ ରୂପେ ବିଚାର ନ କଲେ ସମସ୍ୟା ଭିତରକୁ ଟାଣି ହୋଇଯିବେ। ସ୍ବାର୍ଥସାଧନର ବଶବର୍ତ୍ତୀ ହୋଇ ଆମତ୍ୀୟମାନେ ଶତ୍ରୁତା କରିପାରନ୍ତି।
ତୁଳା
ତୁଳା
ଆଜିର ଗ୍ରହସ୍ଥିତି ଆପଣଙ୍କୁ ଧନ, ସମ୍ମାନ, ଉଚ୍ଚ ପଦବୀ ଓ ବିଶିଷ୍ଟବନ୍ଧୁମାନଙ୍କ ସଙ୍ଗଲାଭ କରାଇପାରନ୍ତି। କୌଣସି ଜିନିଷ କ୍ରୟ କରିବା ସକାଶେ ଅର୍ଥର ଆବଶ୍ୟକତା ପାଇଁ ଚିନ୍ତା କରିବାକୁ ପଡ଼ିବନାହିଁ। ଅବଶ୍ୟ ପରିବାରରେ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବାର ଆଶା ରହିଛି।
ବିଛା
ବିଛା
ରାଶ୍ୟାଧିପତିଙ୍କ କୁପ୍ରଭାବରୁ ସ୍ବାସ୍ଥ୍ୟ ଖରାପ ଲାଗି ଚିନ୍ତିତ ହେବେ। ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରିବ। ପାରିବାରିିକ ପ୍ରତିରୋଧ ଆପଣଙ୍କ କାମକୁ ଦୀର୍ଘସମୟଧରି ବିଶେଷ ବିଶୃଙ୍ଖଳିତ କରି ରଖିବନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟିର କାରଣ ହୋଇପାରେ।
ଧନୁ
ଧନୁ
ସପ୍ତମ କେନ୍ଦ୍ରସ୍ଥ ଗ୍ରହ ଯାତ୍ରାରେ ଦ୍ୱନ୍ଦ୍ୱ, ବିବାଦରେ ପରାଜୟ, ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନିଜନିତ ଚିନ୍ତା ସୃଷ୍ଟିକରେ। ବନ୍ଧୁଙ୍କ ଅପମାନଜନକ ବ୍ୟବହାର ଆଘାତ ଦେବ। ପରିବାର ଆବଶ୍ୟକତାକୁ ଉପଲବ୍ଧି କରି ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କ୍ରୀଡା, ସାହିତ୍ୟ ଓ ରଚନାମତ୍କ କାର୍ଯ୍ୟରେ ସମସ୍ୟା ସମାଧାନ କରିପାରିବେ।
ମକର
ମକର
ଅଷ୍ଟମସ୍ଥ ଗ୍ରହଜନିତ ପରୋକ୍ଷ ଶତ୍ରୁତା, ସ୍ବାସ୍ଥ୍ୟହାନି ଓ ଅର୍ଥସଂକଟ ମାନସିକ ସ୍ଥିତିକୁ ବିପନ୍ନ କରିବ। ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମ ସୁବିଧାରେ ସମ୍ପନ୍ନ ହେବ । ପଡ଼ୋଶୀଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି। ସାହିତ୍ୟ, ସଭାସମିତି, ଆନୁଷ୍ଠାନିକ କାମ ଓ ରାଜନୀତିରେ ଟେନ୍ସନ ଲାଗି ରହିବ ।
କୁମ୍ଭ
କୁମ୍ଭ
ଆଜିର ଗ୍ରହପ୍ରଭାବରେ ଯେକୌଣସି କ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ନେବା କଷ୍ଟକର ହେବ। ତଥାପି ବିଭିନ୍ନ ବ୍ୟତିକ୍ରମ ମଧ୍ୟରେ କର୍ମକ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ସମର୍ଥ ହେବେ। ନିଜ ଲୋକ ଯେତେ ସମସ୍ୟା ସୃଷ୍ଟି କଲେ କୌଣସି ଅସୁବିଧା ହେବ ନାହିଁ। ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ିହେବାରେ ଜଣେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।
ମୀନମୀନ

ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିଲେ ମଧ୍ୟ ଚନ୍ଦ୍ରଙ୍କ ଅଶୁଭତ୍ୱ ଯୋଗୁ ମାନସିକ ସୁସ୍ଥତା ରହି ନ ପାରେ। ପରିବାରରେ ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ସମସ୍ୟାର କାରଣ ହେବ। ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବାର ଆଶଙ୍କା ରହିଛି। ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପ୍ରତ୍ୟେକ ଅସୁବିଧାକୁ ସୁଧାରି ନେବାରେ ସମର୍ଥ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri