Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୨ ତାରିଖ – Daily Horoscope

ମେଷ
ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ। ଅର୍ଥ ସମ୍ପର୍କୀୟ ସମସ୍ୟାକୁ ସୁଧାରି ନେବାର ପ୍ରଯନତ୍ କରିବା ଦିଗରେ ସଫଳତା ପାଇବେ। ସାମାଜିକ କାମରେ ସହଯୋଗ କରିବାକୁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି। ମଙ୍ଗଳଙ୍କ ବଳହୀନତାରୁ ଶାରୀରିକ କ୍ଲାନ୍ତି ଓ ଅବସାଦ ସ୍ବାସ୍ଥ୍ୟ ପ୍ରତି ପ୍ରତିକୂଳ ପ୍ରଭାବ ସୃଷ୍ଟିକରିବ।
ବୃଷ
ବୃଷ
ରବି ଓ ବୁଧଙ୍କ ଯୋଗୁ ପ୍ରଭାବଶାଳୀ ପ୍ରକାଶଭଙ୍ଗୀ ପରିଚାଳନା ଦକ୍ଷତାକୁ ବୃଦ୍ଧି କରିବ। ପରିବାରରେ, କର୍ମକ୍ଷେତ୍ରରେ, ସଂଗଠନରେ, ସଭାସମିତିରେ ବହୁ ଚର୍ଚ୍ଚିତ ହୋଇପାରନ୍ତି। ଆସନ୍ତାକାଲିର ଆନୁଷ୍ଠାନିକ କାମ ସକାଶେ ଧାଁ ଦଉଡ଼ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ।
ମିଥୁନ
ମିଥୁନ
ବୁଧାଦିତ୍ୟ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେବେ। ବିବାଦୀୟ ସ୍ଥିତି, ମାଲିମକଦ୍ଦମା, ସଙ୍ଗଠନ, ପରିଜନଙ୍କ ସହ ଯାତ୍ରା କ୍ଷେତ୍ରରେ ସଫଳତା ନିଶ୍ଚିତ। ଜମିଜମା କିମ୍ବା ଗୃହ ସମ୍ପର୍କୀୟ ସମସ୍ୟାର ସମାଧାନ ଦିଗରେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସମସ୍ୟା ଆସିପାରେ ।
କର୍କଟ
କର୍କଟ
କର୍ମାଧିପ ଧନସ୍ଥାନରେ ଥିବାରୁ କର୍ମମୁଖର କରାଇ ଅବସର ଦେଇ ନ ପାରନ୍ତି। କାର୍ଯ୍ୟବ୍ୟସ୍ତତା କାରଣରୁ କଥାବାର୍ତ୍ତା ଓ ବ୍ୟବହାରରେ ରୁକ୍ଷତା ବନ୍ଧୁଙ୍କୁ ଦୁଃଖ ଦେବ। ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କୀୟ ଦୁଶ୍ଚିନ୍ତା ସାୟାହ୍ନେ ଦୂର ହେବ। ଆଜିର ଫେରନ୍ତା ବାଟରେ କୌଣସି ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛି।
ସି˚ହ
ସି˚ହ
ଆଜିର ଅନୁକୂଳ ଗ୍ରହସ୍ଥିତି ସୁସ୍ଥ ବାତାବରଣ ସୃଷ୍ଟିକରି ବନ୍ଧୁପ୍ରିୟ କରାଇବ। ଆବଶ୍ୟକତା ପୂରଣ ସକାଶେ ଟଙ୍କାପଇସା ଯୋଗାଡ଼ କରିବା ସକାଶେ ଫନ୍ଦି ଫିକର କରି ସଫଳତା ପାଇବେ। ଶିଳ୍ପ, ବାଣିଜ୍ୟ, ପରିବହନ, ଏଜେନ୍ସି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ଅପରାହ୍ନରେ ଭ୍ରମଣରେ ଯିବାକୁ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ନ ପାରନ୍ତି।
କନ୍ୟା
ଦଶମସ୍ଥାନସ୍ଥ ଗ୍ରହ କର୍ମକ୍ଷେତ୍ରକୁ ଚଳଞ୍ଚଳନ କରାଇବେ। ବୃହସ୍ପତିଙ୍କ ଦୃଷ୍ଟିଫଳରେ ପରିବାର, ବନ୍ଧୁମିଳନ, ଆନୁଷ୍ଠାନିକ କାମକୁ ସମ୍ପନ୍ନ କରିବାରେ ସମର୍ଥ ହେବେ। କୌଣସି କଥାକୁ ଭଲ ରୂପେ ବିଚାର ନ କଲେ ସମସ୍ୟା ଭିତରକୁ ଟାଣି ହୋଇଯିବେ। ସ୍ବାର୍ଥସାଧନର ବଶବର୍ତ୍ତୀ ହୋଇ ଆମତ୍ୀୟମାନେ ଶତ୍ରୁତା କରିପାରନ୍ତି।
ତୁଳା
ତୁଳା
ଆଜିର ଗ୍ରହସ୍ଥିତି ଆପଣଙ୍କୁ ଧନ, ସମ୍ମାନ, ଉଚ୍ଚ ପଦବୀ ଓ ବିଶିଷ୍ଟବନ୍ଧୁମାନଙ୍କ ସଙ୍ଗଲାଭ କରାଇପାରନ୍ତି। କୌଣସି ଜିନିଷ କ୍ରୟ କରିବା ସକାଶେ ଅର୍ଥର ଆବଶ୍ୟକତା ପାଇଁ ଚିନ୍ତା କରିବାକୁ ପଡ଼ିବନାହିଁ। ଅବଶ୍ୟ ପରିବାରରେ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବାର ଆଶା ରହିଛି।
ବିଛା
ବିଛା
ରାଶ୍ୟାଧିପତିଙ୍କ କୁପ୍ରଭାବରୁ ସ୍ବାସ୍ଥ୍ୟ ଖରାପ ଲାଗି ଚିନ୍ତିତ ହେବେ। ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରିବ। ପାରିବାରିିକ ପ୍ରତିରୋଧ ଆପଣଙ୍କ କାମକୁ ଦୀର୍ଘସମୟଧରି ବିଶେଷ ବିଶୃଙ୍ଖଳିତ କରି ରଖିବନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟିର କାରଣ ହୋଇପାରେ।
ଧନୁ
ଧନୁ
ସପ୍ତମ କେନ୍ଦ୍ରସ୍ଥ ଗ୍ରହ ଯାତ୍ରାରେ ଦ୍ୱନ୍ଦ୍ୱ, ବିବାଦରେ ପରାଜୟ, ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନିଜନିତ ଚିନ୍ତା ସୃଷ୍ଟିକରେ। ବନ୍ଧୁଙ୍କ ଅପମାନଜନକ ବ୍ୟବହାର ଆଘାତ ଦେବ। ପରିବାର ଆବଶ୍ୟକତାକୁ ଉପଲବ୍ଧି କରି ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କ୍ରୀଡା, ସାହିତ୍ୟ ଓ ରଚନାମତ୍କ କାର୍ଯ୍ୟରେ ସମସ୍ୟା ସମାଧାନ କରିପାରିବେ।
ମକର
ମକର
ଅଷ୍ଟମସ୍ଥ ଗ୍ରହଜନିତ ପରୋକ୍ଷ ଶତ୍ରୁତା, ସ୍ବାସ୍ଥ୍ୟହାନି ଓ ଅର୍ଥସଂକଟ ମାନସିକ ସ୍ଥିତିକୁ ବିପନ୍ନ କରିବ। ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମ ସୁବିଧାରେ ସମ୍ପନ୍ନ ହେବ । ପଡ଼ୋଶୀଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି। ସାହିତ୍ୟ, ସଭାସମିତି, ଆନୁଷ୍ଠାନିକ କାମ ଓ ରାଜନୀତିରେ ଟେନ୍ସନ ଲାଗି ରହିବ ।
କୁମ୍ଭ
କୁମ୍ଭ
ଆଜିର ଗ୍ରହପ୍ରଭାବରେ ଯେକୌଣସି କ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ନେବା କଷ୍ଟକର ହେବ। ତଥାପି ବିଭିନ୍ନ ବ୍ୟତିକ୍ରମ ମଧ୍ୟରେ କର୍ମକ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ସମର୍ଥ ହେବେ। ନିଜ ଲୋକ ଯେତେ ସମସ୍ୟା ସୃଷ୍ଟି କଲେ କୌଣସି ଅସୁବିଧା ହେବ ନାହିଁ। ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ିହେବାରେ ଜଣେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।
ମୀନମୀନ

ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିଲେ ମଧ୍ୟ ଚନ୍ଦ୍ରଙ୍କ ଅଶୁଭତ୍ୱ ଯୋଗୁ ମାନସିକ ସୁସ୍ଥତା ରହି ନ ପାରେ। ପରିବାରରେ ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ସମସ୍ୟାର କାରଣ ହେବ। ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବାର ଆଶଙ୍କା ରହିଛି। ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପ୍ରତ୍ୟେକ ଅସୁବିଧାକୁ ସୁଧାରି ନେବାରେ ସମର୍ଥ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri