Posted inRasifala

ରାଶିଫଳ: ବୁଧବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ
ରାହୁଜନିତ ସମସ୍ୟା ମଧ୍ୟରେ ଚଳିବା କାରଣରୁ ଅନେକ ମାନସିକ ଦ୍ୱନ୍ଦ୍ୱ ମଧ୍ୟଦେଇ ଗତି କରିବାକୁ ପଡ଼ିବ। ଶନିଙ୍କ ପ୍ରଭାବରୁ ପ୍ରତ୍ୟେକ କାମ ବିଳମ୍ବ ହେବାରୁ ବ୍ୟସ୍ତତା ଅନୁଭବ କରିବେ। ଆଲୋଚନା ଓ ସମାଲୋଚନା ଭିତରେ ପରିବାରରେ ଶାନ୍ତି ଫେରି ଆସିବ। ଅସାବଧାନତା ହେତୁ ଦ୍ରବ୍ୟନଷ୍ଟ ହୋଇପାରେ।
ବୃଷ
ବୃଷ
ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ସମ୍ପର୍କୀୟଙ୍କୁ ନିଜ ସପକ୍ଷରେ ନେଇ କାମ ହାସଲ କରିବେ। ପ୍ରକାଶନ, ପ୍ରଶାସନ, କ୍ରୀଡ଼ା, ଚଳଚ୍ଚିତ୍ର ସାହିତ୍ୟ କ୍ଷେତ୍ର ବିଶେଷ ମନ୍ଦ ହେବନି। ସାଙ୍ଗସାଥୀ କିମ୍ବା ବନ୍ଧୁ ହୁଅନ୍ତୁ, ସେମାନେ କହିବେ ବହୁତ କିନ୍ତୁ କାମ କଲା ବେଳକୁ ଜିରୋ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଲାଭବାନ ହେବେ।
ମିଥୁନ
ମିଥୁନ
ଶନିଙ୍କ ଦୃଷ୍ଟିରେ ଶୁକ୍ର ଯୋଗୁ ସନ୍ତାନଙ୍କ କୌଣସି ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ। କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। ପରିବହନ, ବ୍ୟବସାୟ, ସଭାସମିତି, ଜମିଜମା କାରବାର କ୍ଷେତ୍ରରେ ଉନ୍ନତ ମାନର ଫଳ ମିଳିବ। ଆଜି ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟରୁ ମନ ଖୁସି ରହିବ।
କର୍କଟ
କର୍କଟ
ଏକାଦଶସ୍ଥ ତିନୋଟିଗ୍ରହ ପ୍ରଭାବରୁ ଅନୁକୂଳ ବାତାବରଣ ମଧ୍ୟରେ କାର୍ଯ୍ୟ ହାସଲ କରିପାରିବେ। ବନ୍ଧୁଙ୍କ ନିକଟରୁ ବକେୟା ଅର୍ଥ ପାଇବା ପାଇଁ ଯୁକ୍ତିତର୍କ କରିବାକୁ ପଡ଼ିପାରେ। ପାପଗ୍ରହ ଦୃଷ୍ଟ ପଞ୍ଚମଭାବ ହେତୁ ପ୍ରତ୍ୟେକ କ୍ଷେତ୍ରରେ ଠିକ୍‌ ସିଦ୍ଧାନ୍ତ ନେଇପାରିବେ ନାହିଁ। ପରିବାର ଲୋକଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ସି˚ହ
ସି˚ହ
ଆଜିର ପରିସ୍ଥିତି ଓ ରହୁଥିବା ପରିବେଶରେ କୌଣସି ଅଶାନ୍ତ ସ୍ଥିତି ଉପତ୍ନ୍ନ ହୋଇପାରେ। କର୍ମ କ୍ଷେତ୍ରରେ ବାଧା ଉପୁଜିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ଅନାବଶ୍ୟକ ଭାବରେ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହି ନ ପାରେ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।
କନ୍ୟା
ଦୀର୍ଘଦିନର ଚେଷ୍ଟା ପରେ ଋଣ ସୂତ୍ରରେ ଆଜି ହିଁ ଅର୍ଥଲାଭର ସମ୍ଭାବନା ରହିଛି। ଚନ୍ଦ୍ର ସହ ମଙ୍ଗଳଙ୍କ ସଂଯୋଗରୁ କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଓ ଯାତ୍ରାରେ ଦୁଶ୍ଚିନ୍ତା ବଢିବ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ। ସହକର୍ମୀଙ୍କ ସହଯୋଗ ଫଳରେ ମାନସିକ ଦ୍ୱନ୍ଦର ଅବସାନ ଘଟିବ।
ତୁଳା
ତୁଳା
ଅବହେଳା ସଙ୍ଗକୁ କାଳ କ୍ଷେପଣ ନୀତି ହେତୁ ସଫଳତା ପାଇବା କଷ୍ଟକର ହେବ। ନିଜର କାମରେ ମନଦେଇ କାମଟିକୁ ପୂରା ନ କରିବା ଯାଏଁ ଛାଡିବେ ନାହିଁ। ଆପଣଙ୍କ ଅତି ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।
ବିଛା
ବିଛା
ଭୁଲ୍‌ ବୁଝାମଣାରୁ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ବନ୍ଧୁମାନଙ୍କ ସହ କୌଣସି ସାଧାରଣ ଘଟଣାରେ ଉଚ୍ଚବାଚ ଘଟିପାରେ। ଅବଶ୍ୟ ଜ୍ୟେଷ୍ଠା ନକ୍ଷତ୍ର ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ଆପଣ ବିଜୟୀ ହେବେ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।
ଧନୁ
ଧନୁ
ବିବାଦ କାରଣରୁ ଉନ୍ନୟନ କାମ ବାଧାପ୍ରାପ୍ତ ହୋଇପାରେ। ଶାରୀରିକ ସୁସ୍ଥତା ଫେରିପାଇବାରୁ ଆଶ୍ୱସ୍ତି ଲଭିବେ। ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ପାରିବାରିକ, ପରିବହନ, ଛୋଟ ଦୋକାନ, ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବ। କୌଣସି ଆଗନ୍ତୁକଙ୍କ ସକାଶେ ମୁଣ୍ଡବ୍ୟଥା ହୋଇପାରେ।
ମକର
ମକର
ପରିବାରରେ ଭୁଲ୍‌ ବୁଝାମଣାଜନିତ ଅଶାନ୍ତି ସୃଷ୍ଟି ହେବା ସୂଚନା ରହିଛି। ଆକସ୍ମିକ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। କାର୍ଯ୍ୟ ଦକ୍ଷତା କାରଣରୁ ପଡ଼ୋଶୀମାନେ ଭୁରିଭୁରି ପ୍ରଶଂସା କରିପାରନ୍ତି।
କୁମ୍ଭ
କୁମ୍ଭ
କଠିନଶ୍ରମ ଓ ବିଶେଷ ଭ୍ରମଣ କାରଣରୁ ସାମୟିକ ସ୍ବାସ୍ଥ୍ୟହାନି କାମକୁ ପ୍ରତିରୋଧ କରିବ। ନିଜର ଲୋକମାନଙ୍କ କାର୍ଯ୍ୟ କଳାପ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ଭାଇଙ୍କ ସ୍ବାସ୍ଥ୍ୟ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ସକାଳ ସମୟରେ କୌଣସି ଶୁଭ ଖବର ପାଇପାରନ୍ତି।
ମୀନମୀନ
ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ହିତୈଷୀଙ୍କ ପରାମର୍ଶରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। ଆର୍ଥିକ ସ୍ବଚ୍ଛଳତା ଆସିବ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri