Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୨୯ ତାରିଖ – Daily Horoscope

ମେଷ
ଆଜି ଦ୍ୱିଜା ନକ୍ଷତ୍ର ପାରିବାରିକ ସ୍ନେହ ଶ୍ରଦ୍ଧା ଓ ଆଦର ମଧ୍ୟରେ ନିଜକୁ ହଜାଇ ଦେଇପାରନ୍ତି। କୌଣସି ନୂତନ କାମ ଆରମ୍ଭ ସକାଶେ ବ୍ୟୟ ଅଟକଳ କରିପାରନ୍ତି। ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ, ଛୋଟ ଦୋକାନରୁ ସୁଫଳ ମିଳିବ। ଆନୁଷ୍ଠାନିକ କାମରେ ପ୍ରସ୍ତୁତି ସରିବ ଓ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ।
ବୃଷ
ବୃଷ
ରୋହିଣୀ ନକ୍ଷତ୍ରର ଆକସ୍ମିକ ଦୂରଯାତ୍ରା ସାଙ୍ଗକୁ ବ୍ୟୟବହୁଳତା ମାନସିକ ଯନ୍ତ୍ରଣାର କାରଣ ହେବ। କୌଣସି କାମ ସୁବିଧାରେ ନ ହେବାରୁ ମନ ଭଲ ରହିବ ନାହିଁ। ସଭା ସମିତି, କଚେରି ମାମଲା, ଚୁକ୍ତିପତ୍ର ଓ କଳା ସାହିତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମରୁ ପ୍ରଶଂସିତ ହେବେ। କୌଣସି ଦ୍ରବ୍ୟପ୍ରାପ୍ତିରେ ଜଣେ ବ୍ୟକ୍ତି ଅସହଯୋଗ କରିପାରେ।
ମିଥୁନ
ମିଥୁନ
ମୃଗଶିରା ନକ୍ଷତ୍ରର ପାରିବାରିକ ଦ୍ୱନ୍ଦ୍ୱର ଅବସାନ ଘଟିବା ବଦଳରେ ବୃଦ୍ଧି ପାଇବ। ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରି ସ୍ଥଗିତ କାମ ତ୍ୱରାନ୍ବିତ କରିପାରନ୍ତି। ବସ୍ତ୍ର, ଅଳଙ୍କାର, ଔଷଧପତ୍ର କିମ୍ବା ସୌଖୀନ ଦ୍ରବ୍ୟ କ୍ରୟ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବାର ସମ୍ଭାବନା ରହିଛି।
କର୍କଟ
କର୍କଟ
ପୁନର୍ବସୁ ନକ୍ଷତ୍ରର ଘରୋଇ କାମ ସାଙ୍ଗକୁ ଅଫିସ କାମର ଜଞ୍ଜାଳ ବଢ଼ିଯିବ। ତଥାପି ବହୁତ ଦିନରୁ ଭାଙ୍ଗିଯାଇଥିବା ସମ୍ପର୍କଟି ପୁନଃ ପ୍ରତିଷ୍ଠା ହୋଇପାରେ। ସାମାଜିକ ସ୍ତରରେ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇ କାମ ହାସଲ କରିପାରନ୍ତି।
ସି˚ହ
ସି˚ହ
ମଘା ନକ୍ଷତ୍ର ଦୂର ସ୍ଥାନକୁ ଯିବା ପାଇଁ ସକାଳୁ ଅତ୍ୟାବଶ୍ୟକ କାର୍ଯ୍ୟ ସମାପନ କରିବାକୁ ବାଧ୍ୟ ହେବେ। ବ୍ୟବସାୟିକ ସ୍ଥିତିର ଶୁଭତ୍ୱ ହେତୁ ଆର୍ଥିକ ଉନ୍ନତି ଓ କାର୍ଯ୍ୟ ହାସଲରୁ ଖୁସି ରହିବେ। ଦିନ ଭିତରେ ଅନ୍ୟମାନଙ୍କଠାରୁ କିଛି ଖବର ଶୁଣି କିମ୍ବା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ସାମାଜିକ ସ୍ତରରେ ବନ୍ଧୁମିଳନରୁ ଖୁସି ହେବେ।
କନ୍ୟା
ଆଜିର ସାଂସ୍କୃତିକ, ସାମାଜିକ ଅନୁଷ୍ଠାନରେ ମନ ଖୁସି ହେଲା ଭଳି କଥା କହି ଅନ୍ୟମାନଙ୍କର ପ୍ରିୟଭାଜନ ହେବେ। ହସ୍ତା ନକ୍ଷତ୍ର ବାଣିଜ୍ୟ ଓ ସାମ୍ବାଦିକତା ତଥା ଏଜେନ୍ସିପରୁ ଖୁସି ରହିବେ। ଯେକୌଣସି ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ଅବଶ୍ୟମ୍ଭାବୀ। କର୍ମକ୍ଷେତ୍ରରେ ଅନ୍ୟାୟ ବିରୋଧରେ ଲଢ଼ିଲେ ମଧ୍ୟ ସମର୍ଥନ ପାଇବେ ନାହିଁ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଅର୍ଥ, ସମ୍ମାନ, ପ୍ରଶଂସା ମଧ୍ୟ ପାଇ ଖୁସି ହେବେ। ଚିତ୍ରା ନକ୍ଷତ୍ରର ଘରୋଇ ସମସ୍ୟା ସମାଧାନ ହୋଇଯିବ, କିନ୍ତୁ ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ କିଛି ନୂତନ କାମ ସୃଷ୍ଟି କରିବା ସକଶେ ଚିନ୍ତା କରି ପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ ଏବଂ କଳା, ସାହିତ୍ୟ, ସଭାସମିତିରେ ଯୋଗ ଦେଇପାରନ୍ତି।
ବିଛା
ବିଛା
ଚେଷ୍ଟା ଅବ୍ୟାହତ ରଖନ୍ତୁ ଲକ୍ଷ୍ୟପ୍ରାପ୍ତି ଅବଶ୍ୟ ଘଟିବ। ଖର୍ଚ୍ଚର ପରିମାଣ ବୃଦ୍ଧି ପାଇଲେ ମଧ୍ୟ ବିଭିନ୍ନ ଦିଗରୁ ରୋଜଗାର କିଛି କମ୍‌ ହେବନି। ଅନୁରାଧା ନକ୍ଷତ୍ର ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। ନିଜ ଲୋକମାନେ କାମରେ ଅବହେଳା କରିବା କାରଣରୁ ମନରେ ବିରକ୍ତିଭାବ ସୃଷ୍ଟି ହେବ।
ଧନୁ
ଧନୁ
ଆଜି ଦିନଟି ଆପଣଙ୍କ ସକାଶେ ଅନୁକୂଳ ପରିବେଶ ଓ ପରିସ୍ଥିତି ସୃଷ୍ଟି କରିବାରେ ସହାୟକ ହେବ। ବିନୟଭାବ ପୋଷଣ କଲେ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ମୂଳା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ପ୍ରତିବେଶୀଙ୍କ ସାହାଯ୍ୟରେ କାମ ସୁବିଧାରେ ହେବାର ସୂଚନା ରହିଛି।
ମକର
ମକର
ଆପଣଙ୍କ ମଧୁର କଥାରେ ଅନ୍ୟମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ଆନୁଷ୍ଠାନିକ କାମରେ ସଫଳତା ଦିଗକୁ ମନ ବଳାଇପାରନ୍ତି। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ନିନ୍ଦା ଶୁଣିବାର ସୂଚନା ରହିଛି। ଶ୍ରବଣା ନକ୍ଷତ୍ର କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ପ୍ରଶାସନ, ପ୍ରକାଶନ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ।
କୁମ୍ଭ
କୁମ୍ଭ
ଆଜି ଶତଭିଷା ନକ୍ଷତ୍ର ମଜା ମଉଜ ମଧ୍ୟରେ ସମୟ ଅତିବାହିତ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ମନ୍ଦ ନ ହେଲେ ମଧ୍ୟ ସନ୍ତୋଷଜନକ ନ ହୋଇପାରେ। କଳହ ଆଶଙ୍କା କରି ପାରିବାରିକ କ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେଇପାରନ୍ତି। ପ୍ରତ୍ୟୁଷ ଯାତ୍ରାରେ ବିଭିନ୍ନ ପ୍ରତିବନ୍ଧକର ସାମନା କରିବାକୁ ପଡ଼ିପାରେ।
ମୀନମୀନ

ଆଜି ଘରକାମକୁ ପଛରେ ପକାଇ ବନ୍ଧୁ ମେଳରେ ଅଧିକାଂଶ ସମୟ ଅତିବାହିତ କରିବାକୁ ପଡ଼ିପାରେ। ରାଜନୀତି କ୍ଷେତ୍ରରେ, ପ୍ରଶାସନିକ ସ୍ତରରେ, ସାହିତ୍ୟ, ସାମ୍ବାଦିକତାରେ ଲକ୍ଷ୍ୟ ହାସଲ କରିବେ। ସନ୍ତାନଙ୍କ ଦାବିକୁ ଅଗ୍ରାହ୍ୟ କରି ପରିବାରରେ କଳହ ଲାଗିବ। ଉତ୍ତରଭାଦ୍ରପଦ ନକ୍ଷତ୍ର ସାମାଜିକ ସ୍ତରରେ ସ୍ନେହ, ଶ୍ରଦ୍ଧା ଓ ଆଦର ମଧ୍ୟରେ ନିଜକୁ ହଜାଇ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri