Posted inRasifala

ରାଶିଫଳ: ଶନିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ
ଆଜି ନୀଚସ୍ଥ ଚନ୍ଦ୍ର ଷଷ୍ଠାଧିପ ଯୁକ୍ତ କାରଣରୁ ପାରିବାରିକ କ୍ଷେତ୍ର ଅଶାନ୍ତ ରହିପାରେ। ସମ୍ପର୍କୀୟଙ୍କ ଦ୍ୱାରା କୌଣସି ସମସ୍ୟା ବିଷୟରେ ଚିନ୍ତିତ ରହିପାରନ୍ତି। ବନ୍ଧୁ ଦେଇଥିବା ପ୍ରତିଶ୍ରୁତି ଉପରେ ପୂର୍ଣ୍ଣ ଭରସା କରି ମନସ୍ତାପ କରିବାକୁ ପଡ଼ିପାରେ। ଶାରୀରିକ ଓ ମାନସିକ ସୁସ୍ଥତା ପ୍ରାୟତଃ ପୂର୍ବଭଳି ଅକ୍ଷୁଣ୍ଣ ରହିବ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ ରହିଯାଇଥିବା କାର୍ଯ୍ୟ ସକାଶେ ଅନୁତାପ କରିବେ। ସ୍ବାର୍ଥ ହାସଲ ସକାଶେ ନିକଟରେ ରହୁଥିବା କୌଣସି ବିଜାତୀୟ ବ୍ୟକ୍ତି ଅସୁବିଧାରେ ପକାଇପାରନ୍ତି। ବୃହସ୍ପତିଙ୍କ ପ୍ରଭାବରେ ଆନୁଷ୍ଠାନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କଳା, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ।
ମିଥୁନ
ମିଥୁନ
ଆଳସ୍ୟ ଓ ଅବହେଳାଜନିତ କର୍ମକ୍ଷେତ୍ର ପ୍ରତି ଉଦାସୀନ ହେତୁ ସମସ୍ୟା ବଢ଼ିପାରେ। କେତେକ କ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ବିଚଳିତ ରହିପାରନ୍ତି। ଆକସ୍ମିକ ଭାବରେ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ସାୟାହ୍ନେ ବନ୍ଧୁଙ୍କ ନିକଟରୁ ଅର୍ଥ କିମ୍ବା ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି।
କର୍କଟ
କର୍କଟ
ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ ସୁଧୁରିବା ହେତୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଅସଫଳତା ଜନିିତ ଅତ୍ୟଧିକ ଟେନ୍‌ସନ୍‌ ହେତୁ ରକ୍ତଚାପ ମଧ୍ୟ ବଢ଼ିପାରେ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। କାର୍ଯ୍ୟ ହାସଲ କରିବା ସକାଶେ ଅନ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ।
ସି˚ହ
ସି˚ହ
ଉଚ୍ଚାରୋହୀ ତୃତୀୟାଧିପତିଙ୍କ ହେତୁ ସମ୍ପର୍କୀୟମାନଙ୍କ ସହାୟତାରେ ଅସ୍ଥିରତା ଦୂରୀଭୂତ ହୋଇଯିବ। ତଥାପି ଖଳ ଲୋକମାନଙ୍କ କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରେ ଆଖିଦୃଶିଆ ସଫଳତା ହାସଲ କରିପାରିବେ ନାହିଁ। ଲକ୍ଷ୍ୟସାଧନ ଉଦ୍ଦେଶ୍ୟରେ ଆଜିର ଫେରିବା ବାଟରେ ବନ୍ଧୁଙ୍କୁ ଭେଟିପାରନ୍ତି।
କନ୍ୟା
ବୁଧ ଓ ଚନ୍ଦ୍ରଙ୍କ ସଂଯୋଗରୁ କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଇଚ୍ଛା ନଥିଲେ ମଧ୍ୟ ଆକସ୍ମିକ ଭାବେ ଗୁଡିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ। ପ୍ରବାସୀମାନେ ପରିବାରକୁ ମନେ ପକାଇ ନିଃସଙ୍ଗତା ବୋଧ କରିପାରନ୍ତି। ବାଣିଜ୍ୟ ବ୍ୟବସାୟରେ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ସମୟ ଅତିବାହିତ କରିବେ।
ତୁଳା
ତୁଳା
ଆପଣ ପ୍ରତ୍ୟେକ କ୍ଷେତ୍ରରେ ଏତେଟା ଚିନ୍ତା କରି ଅଯଥା ଭାବପ୍ରବଣ ହେବା ଠିକ୍‌ ହେବନି। ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତ୍ୟୁଷ ଯାତ୍ରା ସମୟରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ମତପାର୍ଥକ୍ୟଜନିତ ନିଜର ଭାଇଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହେବେ।
ବିଛା
ବିଛା
ଗୁରୁ ଅଷ୍ଟମାଧିପତି ଦୃଷ୍ଟିରେ ଥିବାରୁ ପୂର୍ବପରିକଳ୍ପିତ ଯୋଜନାଗୁଡ଼ିକ ବିଗିଡ଼ି ଯାଇପାରେ। ବାରମ୍ବାର ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ହେଉଥିବା ଯୋଗୁ ମନ ଅଶାନ୍ତ ରହିବ। ପଡ଼ୋଶୀଙ୍କ ମାଧ୍ୟମରେ ଦୀର୍ଘ ଦିନରୁ ଆଶା କରୁଥିବା ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। କୌଶଳରେ ବନ୍ଧୁଙ୍କ ନିକଟରୁ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
ଧନୁ
ଧନୁ
କୌଣସି ନିକଟତମ ବ୍ୟକ୍ତିଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବା ସକାଶେ ଚେଷ୍ଟା କରିପାରନ୍ତି। ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହି ସମସ୍ୟା ସୃଷ୍ଟି କରିପାରନ୍ତି। ରାଶିରେ ରବିଥିବାରୁ ଅଫିସରେ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ।
ମକର
ମକର
ଦ୍ୱାଦଶାଧିପଙ୍କ ଦୃଷ୍ଟି ପ୍ରଭାବରେ ବାରମ୍ବାର ଭ୍ରମଣ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସମ୍ମୁଖରେ ମନ କଥାକୁ ଲୁଚାଇ ରଖି ସୌଜନ୍ୟମୂଳକ ସାକ୍ଷାତ କରିପାରନ୍ତି। ଆର୍ଥିକ ସ୍ଥିତି ସେତେଟା ଭଲ ରହିବ ନାହିଁ, ଫଳରେ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ଆଗରୁ ଦେଖାଶୁଣା ନଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଏକାଦଶସ୍ଥ ସପ୍ତମାଧିପତିଙ୍କ ଯୋଗୁ ପରିବାରରେ ସ୍ତ୍ରୀଙ୍କ ପରାମର୍ଶ ଗ୍ରହଣଯୋଗ୍ୟ ହୋଇପାରେ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। କ୍ରନିକ୍‌ ରୋଗ ପୀଡ଼ା ଯୋଗୁ ମନ ବିଚଳିତ ହୋଇପାରେ। କର୍ମକ୍ଷେତ୍ରରେ ସୁଯୋଗ ଆପଣା ଛାଏଁ ଆସିବ ଓ କାମ ସମ୍ପନ୍ନ ହେବ।
ମୀନମୀନ

କର୍ମକ୍ଷେତ୍ରରେ ଆନୁଷଙ୍ଗିକ ସୁବିଧା ସୁଯୋଗ ହେତୁ ନିର୍ମାଣ କାମ ତ୍ୱରାନ୍ବିତ ହେବ। ଷଷ୍ଠାଧିପ କର୍ମସ୍ଥ ହେତୁ ଶ୍ରମଜନିତ କ୍ଳାନ୍ତିବୋଧ କରିବେ ଏବଂ କୌଣସି କାମ ଶୃଙ୍ଖଳିତ ହେବନାହିଁ। ପାଖ ପଡ଼ୋଶୀଙ୍କ ଅଭିଯୋଗ ଅମୂଳକ ନୁହେଁ, ଏହାକୁ ଗୁରୁତ୍ୱର ସହ ବିଚାରକୁ ନେବା ଭଲ ହେବ। ବନ୍ଧୁଙ୍କ ସାହାଯ୍ୟରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ପରିବାର ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗର ପୀଡ଼ା ଏବଂ ପୂର୍ବ ଶତ୍ରୁତାରୁ ଚିନ୍ତିତ ରହିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ଅସୁବିଧା ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ହେବ। ଅସହିଷ୍ଣୁ ମନୋଭାବରୁ ଟିକିଏ କଥାରେ ବନ୍ଧୁଙ୍କ ସହ କଳହ ଲାଗିପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri