Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ
ଆପଣଙ୍କ ଅପ୍ରିୟ ମିଶ୍ରିତ ମଧୁର ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା କଠିନ ହୋଇପାରେ। ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। ନିଜ ପରିବେଶରେ ସହମତି ମାଧ୍ୟମରେ କାର୍ଯ୍ୟକଲେ ସଫଳତା ପାଇବେ।
ବୃଷ
ବୃଷ
କର୍ମ କ୍ଷେତ୍ରରେ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ବନ୍ଧୁମାନଙ୍କ ଜରିଆରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବାଣିଜ୍ୟ ଓ ପରିବହନରେ କ୍ଷତିର ଆଶଙ୍କା ରହିଛି। ଆଗାମୀ ମାଙ୍ଗଳିକ କାମ ସକାଶେ ତପ୍ତରତା ଦେଖା ଦେଇପାରେ।
ମିଥୁନ
ମିଥୁନ
ମନ ବୁଝିଲାଭଳି କଥା କହି ବନ୍ଧୁଙ୍କୁ ଆପଣେଇବାରେ ସମର୍ଥ ହେବେ। ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ସାଧାରଣ କଥାକୁ କେନ୍ଦ୍ର କରି ପରିବାର ଭିତରେ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରି ପାରନ୍ତି । ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତା, କଳା, ସାହିତ୍ୟ, ଚଳଚ୍ଚିତ ତଥା ପ୍ରଶାସନିକ କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ।
କର୍କଟ
କର୍କଟ
ଆଶା ଓ ନିରାଶାର ଦୋଛକିରେ ରହି ସମୟକୁ ପ୍ରତୀକ୍ଷା କରିବାକୁ ପଡ଼ିପାରେ। ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ ପରିବାର ମଧ୍ୟରେ ପୂର୍ବ ସମସ୍ୟା ସମାଧାନ ହେବ। ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହୋଇ ନ ପାରେ। ବନ୍ଧୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ କିମ୍ବା ସାମାଜିକ କ୍ଷେତ୍ରରେ ସତକଥା କହି ବିବାଦ ଘେରରେ ପଡ଼ିପାରନ୍ତି। ସାହିତ୍ୟ, କଳା, କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତି ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍‌ କୌଣସି ଘଟଣାରେ ଭାଙ୍ଗି ପଡ଼ନ୍ତୁ ନାହିଁ। ଦୀର୍ଘଦିନରୁ ଲାଗି ରହିଥିବା ଶତ୍ରୁତା, ଅଶାନ୍ତି ଓ ଋଣଭାର କ୍ରମଶଃ ହ୍ରାସ ପାଇବ।
କନ୍ୟା
କାର୍ଯ୍ୟଦକ୍ଷତା ହେତୁ ଆଜିର କର୍ମକ୍ଷେତ୍ରରେ ଆବଶ୍ୟକ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ପଇସା ଦେବା ନେବାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ ।
ତୁଳା
ତୁଳା
ଜଣେ ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଶିଳ୍ପ, ବାଣିଜ୍ୟ, ପରିବହନ, ସଭାସମିତି, ରାଜନୀତି, ସଂଗଠନ,ଗବେଷଣା ଓ ପ୍ରତିଯୋଗିତା କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ।
ବିଛା
ବିଛା
ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିବାକୁ ଚେଷ୍ଟା କରିବା ଭଲ । ଆଲୋଚନା କାଳରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । ବିଗତ ଦିନର କୌଣସି ଘଟଣା ସକାଶେ ଟେନ୍‌ସନ୍‌ ବଢ଼ିପାରେ। ମାଲିମକଦ୍ଦମା, ଜମିଜମା, ନିର୍ମାଣ, ମାଙ୍ଗଳିକ କାମ ପ୍ରସ୍ତୁତି କ୍ଷେତ୍ରରେ ସୁଫଳ ପାଇବେ।
ଧନୁ
ଧନୁ
ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବାରେ ପ୍ରତିବନ୍ଧକ ଦୂରେଇଯିବ । ପାରିପାର୍ଶ୍ୱିକ ପରିସ୍ଥିତି ଭଲ ନ ଥିଲେ ମଧ୍ୟ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ବନ୍ଧୁଙ୍କ ସହ ନୂତନ ସ୍ଥାନ ଭ୍ରମଣ ସୁଯୋଗ ଜୁଟିବ।
ମକର
ମକର
ନିକଟ ସମ୍ପର୍କୀୟଙ୍କ ସହ ସୁସମ୍ପର୍କକୁ କେନ୍ଦ୍ର କରି ସମସ୍ୟା ଦେଖାଦେବ। ପାରିବାରିକ କ୍ଷେତ୍ରରେ ଦୁଶ୍ଚିନ୍ତା କାରଣରୁ ରକ୍ତଚାପ ମଧ୍ୟ ବଢ଼ିଯାଇପାରେ। କାଳେ ଦେବାକୁ ପଡ଼ିବ ଏହି କଥା ଚିନ୍ତା କରି ନିକଟ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ବନ୍ଧୁ ଗହଣରେ ପରିହାସ ଯୁକ୍ତ କଥା ସମସ୍ୟା ସୃଷ୍ଟି କରିପାରେ।
କୁମ୍ଭ
କୁମ୍ଭ
ଆଜି ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳିବ । ବିବାଦୀୟ ପରିସ୍ଥିତିରେ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ। କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ, ଯାହାକି ଅନର୍ଥର କାରଣ ହୋଇପାରେ । ଦୂରଯାତ୍ରାରେ ଆଶା ପୂରଣ ହେବାର ସମ୍ଭାବନା ରହିଛି ।
ମୀନମୀନ
ଆଜି ବନ୍ଧୁଙ୍କ ଆଲୋଚନାନ୍ତେ ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରିପାରନ୍ତି। ପଡ଼ୋଶୀଙ୍କ ସହାୟତାରେ ବାକି ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ବାକ୍‌ ସଂଯମତା ଅଭାବରୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri