Posted inRasifala

ରାଶିଫଳ: ଗୁରୁବାର, ଜାନୁୟାରୀ ୨୭ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ଉତ୍ସାହିତ ହେବା ସଙ୍ଗକୁ ପାରିବାରିକ ଜୀବନରେ ହସର ଫୁଆରା ସୃଷ୍ଟି କରିବ। ବନ୍ଧୁଙ୍କୁ ଦେଖିବା ପାଇଁ ମନ ଛଟପଟ ହେବାର ସୂଚନା ରହିଛି। ନିଜର ଅବହେଳାରୁ ହାତ ମୁଠାରୁ କେତେକ ସୁଯୋଗ ଖସିଯାଇପାରେ। ପ୍ରକାଶନ, ପ୍ରଶାସନ, ସଭାସମିତି, ନିର୍ମାଣ, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇବେ।
ବୃଷ
ବୃଷ
ଗତକାଲିର ବାକି ପଡିଥିବା କାମକୁ ଆଜି ପୁରାଦମରେ କରିବା ସକାଶେ ନିଷ୍ପତି ନେବେ। ପାରିବାରିକ ଅସ୍ଥିରତା ଲାଗିରହିବା କାରଣରୁ ମନରେ ସରସତା ରହିବ ନାହିଁ। ଅଶ୍ୱିନି ନକ୍ଷତ୍ର ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ। ନିର୍ମାଣ କାର୍ଯ୍ୟ, ଶିଳ୍ପ ଓ ବାଣିଜ୍ୟ,ବ୍ୟବସାୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି।
ମିଥୁନ
ମିଥୁନ
ଅନ୍ୟ ସହ ସମ୍ପର୍କ ସ୍ଥାପନକୁ ପରିବାରର ଭୂଲ୍‌ ବୁଝାମଣା ଦାମ୍ପତ୍ୟ ଜୀବନରେ ତିକ୍ତତା ସୃଷ୍ଟି କରିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗୀତା ହେତୁ ମାନସିକ ସ୍ଥିତି ଠିକ୍‌ ରହିବ। ଅବଶ୍ୟ ଆରଦ୍ରା ନକ୍ଷତ୍ର ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଆଗାମୀ ମାଙ୍ଗଳିକ ଉସତ୍ବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ।
କର୍କଟ
କର୍କଟ
ଆଜି ଶାରୀରିକ ସୁସ୍ଥତା ସହ ଆର୍ଥିକ ଉନ୍ନତି ସୁସ୍ଥ ମାନସିକତାରୁ ଆନନ୍ଦ ପ୍ରାପ୍ତି କରାଇବ। ପରକଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ। ପରିବହନ ଓ ବ୍ୟବସାୟ,ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ନିଜେ ସମସ୍ୟା ଭିତରକୁ ଟାଣି ହୋଇ ଯିବାକୁ ପଡିପାରେ।
ସି˚ହ
ସି˚ହ
ଆଜି ଆପଣଙ୍କୁ ଭ୍ରମଣସୁଖ,ଅପବ୍ୟୟ,ନିଦ୍ରାହୀନତା ଓ ଶତ୍ରୁ ମାନଙ୍କ ସହ ଲଢୁଆ ମନୋବୃତି ଜାଗ୍ରତ ହୋଇପାରେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ଅପରାହ୍ନ ସମୟରେ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। କଳା, ସଙ୍ଗୀତ, କ୍ରୀଡା, ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।
କନ୍ୟା
କର୍ମକ୍ଷେତ୍ରର ଅସଜଡା କାମକୁ ଆଜିହିଁ ସଜାଡି ନେବାକୁ ଚେଷ୍ଟା କରିବେ। ସଭାସମିତି, ଆନୁଷ୍ଠାନିକ କାମ, ଅଫିସିଆଲି ଆଲୋଚନାରେ ସମୟ କଟାଇବାକୁ ପଡିପାରେ। ଅର୍ଥ ସଂଗ୍ରହରେ ତପତ୍ରତା କିମ୍ବା ତିର୍ଥାଟନ ଚିନ୍ତା କରିପାରନ୍ତି। ଉଚ୍ଚଶିକ୍ଷା, ବିଦେଶ ଯାତ୍ରା କିମ୍ବା ଗବେଷଣା କ୍ଷେତ୍ରରେ ଅଟକି ରହିଥିବା କାମ ସକାଶେ ଦୁର୍ଭାବନା ବଢ଼ିଚାଲିବ।
ତୁଳା
ତୁଳା
ନୁଆ ଆଶା ଓ ପୁରୁଣା ସମସ୍ୟାର ତୁଳନାମତ୍କ ବିଚାର କରି କର୍ମାରମ୍ଭକୁ ମନ ବଳାଇବେ। ମନେ ମନେ ଭାବୁଥିବା କୌଣସି ଦ୍ରବ୍ୟଲାଭରୁ ଖୁସି ହେବେ। ନିଜ ଲୋକଙ୍କ ବିଶ୍ୱାସଘାତକତାରୁ ବିଚଳତ ହୋଇପାରନ୍ତି। ଫାଇଲ୍‌ କାମ, ସଂଗଠନ, ରାଜନୀତି, ଓ ମାଲିମକଦ୍ଦମା କ୍ଷେତ୍ରରେ ସଫଳତା ଅର୍ଜନ କରିବେ।
ବିଛା
ବିଛା
ଆଜି ନିର୍ଦ୍ଦିଷ୍ଟ ସମୟରେ କାମଟି ପୂର୍ଣ୍ଣାଙ୍ଗ ନହେଲେ ମଧ୍ୟ କିଛି ଅଂଶରେ ଆଗକୁ ବଢି ଚାଲିବ। ବ୍ୟବସାୟ କ୍ଷେତ୍ରରେ ଦୃଢ ମନୋବଳ ନେଇ କାମ କରି ଲକ୍ଷ୍ୟ ହାସଲ କରିବେ। ବନ୍ଧୁମାନଙ୍କ ସହାୟତାରେ ଆର୍ଥିକ ପରିସ୍ଥିତିରେ ସୁଧାର ଆସିପାରେ। ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।
ଧନୁ
ଧନୁ
ସ୍ବାସ୍ଥ୍ୟରେ ଉନ୍ନତି ସହ ରାଜନୈତିକ ସ୍ତରରେ, ସାଂଗଠନିକ କ୍ଷେତ୍ରରେ ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ବିଭିନ୍ନ ଯୋଜନାର ପରିକଳ୍ପନା ଧିମା ହେବ। ଅପ୍ରିୟ ସତ୍ୟ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ କିନ୍ତୁ ଯୋଜନା ବିଗିଡି ଯିବାର ଆଶଙ୍କା ରହିଛି।
ମକର
ମକର
ଖର୍ଚ୍ଚ ପରିମାଣ ବୃଦ୍ଧିକୁ ଚାହିଁଲେ ମଧ୍ୟ ତାହାକୁ ରୋକି ପାରିବେ ନାହିଁ। ସହନଶୀଳତା ଗୁଣର ଅଭାବ କିମ୍ବା ସନ୍ଦହ ଓ ଭୁଲ୍‌ ବୁଝାମଣା ଅଶାନ୍ତିର କାରଣ ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ବିଶିଷ୍ଟ ବ୍ୟକ୍ତିମାନଙ୍କ ସହାୟତାରେ ସଭା ସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ଆପଣଙ୍କ ବହୁତ ଦିନର ଅଭିଳାଷ ଅପରାହ୍ନ ସମୟରେ ପୂରଣ ହୋଇଯିବ। ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ,ଅନ୍ୟଥା ଠିକଣା ସମୟରେ କିଛି କରି ପାରିବେ ନାହିଁ। ଅଫିସ୍‌ରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ବ୍ୟୟ ବୃଦ୍ଧି ଯୋଗଁୁ କିମ୍ବା ପରିବହନରେ ସମସ୍ୟ ଯୋଗୁ ବ୍ୟସ୍ତ ହେବେ।
ମୀନମୀନ
ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ ସଙ୍ଗକୁ ନିଜ ଲୋକଙ୍କୁ ଅତି ନିକଟରେ ପାଇ ସବୁ ଦୁଖଃ ଭୁଲିଯିବେ। ପୁରାତନ ରୋଗରେ କଷ୍ଟ ପାଇପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାର୍ଯ୍ୟହାସଲ କରିପାରନ୍ତି। ପରିବାରର ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ ଯାହାକି ସାମୟିକ ମନକୁ ଭାରାକ୍ରାନ୍ତ କରି ରଖିବ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri