Posted inRasifala

ରାଶିଫଳ: ଗୁରୁବାର, ମେ ୨୬ ତାରିଖ – Daily Horoscope

ମେଷ
ଆଜି କୃଷ୍ଣପକ୍ଷର ଦ୍ୱାଦଶ ଚନ୍ଦ୍ର କଲ୍ୟାଣକାରକ ହେତୁ ଯାହା କରିବେ ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ସମସ୍ୟା, ପରିବହନରେ ଝଗଡ଼ା, ଯାନବାହନରେ କ୍ଷତିର ଆଶଙ୍କା ହେତୁ ସତର୍କତା ଭଲ। କର୍ମକ୍ଷେତ୍ରସ୍ଥ ବିଶୃଙ୍ଖଳିତ ପରିସ୍ଥିତିରେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ। ସହକର୍ମୀଙ୍କ ଦୌରାତ୍ମ୍ୟରୁ ବିବ୍ରତବୋଧ କରିପାରନ୍ତି।
ବୃଷ
ବୃଷ
ସାଧାରଣ କଥାରେ ଉତ୍ତେଜିତ ହେବା ନିଜର ହିଁ କ୍ଷତି ସାଧନ କରିବ। ରବି ବୁଧଜନିତ ସାମୟିକ ଆଲୋଚନାରୁ ପ୍ରମାଣସିଦ୍ଧ ଯୁକ୍ତି ବଳରେ ସମସ୍ୟାର ସମାଧାନ କରିବେ। ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ, କିନ୍ତୁ ସକାଳେ ମନଟା ବିଗିଡ଼ି ଯାଇପାରେ। ଆର୍ଥିକ ସ୍ଥିତି ଅଭାବନୀୟ ପରିସ୍ଥିତି ସୃଷ୍ଟି କରିବାର ସୂଚନା ରହିଛି।
ମିଥୁନ
ମିଥୁନ
ଏକାଧିକ ଗ୍ରହ କର୍ମସ୍ଥ ହେତୁ ବିଭିନ୍ନ ପ୍ରକାର କାର୍ଯ୍ୟବ୍ୟସ୍ତତା ଲାଗି ରହିବ। କଠିନ ଶ୍ରମ ହେତୁ ସ୍ବାସ୍ଥ୍ୟ ପ୍ରତି ସତର୍କ ରହି କାମ କରିବା ଭଲ ହେବ। ବନ୍ଧୁଙ୍କ ସାହାଯ୍ୟ କାରଣରୁ ଆର୍ଥିକ ପରିସ୍ଥିତିରେ ଉନ୍ନତି ଘଟିବ। ମାଲିମକଦ୍ଦମା, ପ୍ରଶାସନ, ରାଜନୀତି ତଥା ଗଠନମୂଳକ କାର୍ଯ୍ୟରେ ଉତ୍ସାହିତ ହେବେ।
କର୍କଟ
କର୍କଟ
ଆଜି ଭାଗ୍ୟ ଭାବରେ ଚନ୍ଦ୍ର, ମଙ୍ଗଳ ଓ ବୃହସ୍ପତି ଥିବାରୁ କର୍ମାରମ୍ଭ କରି କୃତକାର୍ଯ୍ୟ ହେବେ। କିନ୍ତୁ ସାମୟିକ ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯିବାର ଆଶଙ୍କା ଉପୁଜିବ। ଗତକାଲିର ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ବହୁଦିନରୁ ଆଶା କରୁଥିବା ବନ୍ଧୁଙ୍କ ସହ ଦେଖା କରିବାର ସୁଯୋଗ ପାଇ ଖୁସି ହେବେ।
ସି˚ହ
ସି˚ହ
ଅବହେଳାଜନିତ କର୍ମକ୍ଷେତ୍ରରେ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ। ପ୍ଲଟିଂ କାରବାର, ପରିବହନ, ପ୍ରଶାସନ, ମାଲିମକଦ୍ଦମା ଚିନ୍ତାଜନକ ରହିବ। ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ରର ଦ୍ରୁତୋନ୍ନତି ପରିଲକ୍ଷିତ ହେବା ସାଙ୍ଗକୁ ବ୍ୟବସାୟ ଓ ବାଣିଜ୍ୟରେ ସମସ୍ୟା ଦୂର ହୋଇପାରେ। ପଡ଼ୋଶୀଙ୍କ ସହ କଳହର ଆଶଙ୍କା ରହିଛି।
କନ୍ୟା
ଆଜି ସକାଳୁ ସକାଳୁ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଦୀର୍ଘଦିନାନ୍ତେ ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢ଼ାଇ ଦେବ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୂରଯାତ୍ରାରେ ବିଳମ୍ବ ଘଟିପାରେ। ହସ୍ତା ନକ୍ଷତ୍ର କିନ୍ତୁ କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ।
ତୁଳା
ତୁଳା
ସକାଳୁ ସକାଳୁ ଶୁଭ ଖବର ପାଇ ମନ ଏକପ୍ରକାର ଖୁସୀ ହୋଇଯିବ। ଖଳ ଲୋକମାନଙ୍କ କଥାକୁ ବିଶ୍ୱାସ କରି ନିଜର ଅତି ବିଶ୍ୱସ୍ତ କର୍ମଚାରୀଟିର ମନୋଭାବ ବଦଳି ଯାଇପାରେ। ଚିତ୍ରା ନକ୍ଷତ୍ର ଗୁରୁଜନମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ବନ୍ଧୁଙ୍କ ସହାୟତାରେ ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ।
ବିଛା
ବିଛା
ପ୍ରତି କ୍ଷେତ୍ରରେ ଅସ୍ଥିରତା ଲାଗି ରହିବାରୁ ବିଭିନ୍ନ ଦୁଃଭାବନାରେ ମନ ବିଚଳିତ ରହିବ। ଅନୁରାଧା ନକ୍ଷତ୍ର ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଯାତ୍ରା ସମୟରେ ଅଜଣା ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ। ପାରିବାରିକ କ୍ଷେତ୍ରରେ ଛୋଟ ସମସ୍ୟାକୁ ନେଇ ବ୍ୟସ୍ତ ହୋଇପାରନ୍ତି।
ଧନୁ
ଧନୁ
ବିଭିନ୍ନ ସମସ୍ୟା ସାଙ୍ଗକୁ ଖର୍ଚ୍ଚ ବଢ଼ିଯିବା କାରଣରୁ ମାନସିକ ସ୍ଥିତି ବିଗିଡ଼ି ଯାଇପାରେ। ଅତି ନିଜର ଲୋକଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ମଧ୍ୟ ସେହି ବ୍ୟକ୍ତି କାମ କରିବେ ନାହିଁ। ଘର କଥା କହି ମୂଳା ନକ୍ଷତ୍ର ପରିବହନରେ ଆକସ୍ମିକ ସମସ୍ୟାକୁ ଅତି ଚତୁରତାର ସହ ସମାଧାନ କରିବେ। ବନ୍ଧୁଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି।
ମକର
ମକର
ଆଜି ସକାଳୁ ସକାଳୁ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ବନ୍ଧୁଙ୍କ ରୁଗ୍‌ଣ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଭୁଲ୍‌ ବୁଝାମଣା କାରଣରୁ ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ। ଆର୍ଥତ୍କ ଅନଟନର ସମ୍ମୁଖୀନ ହେବାକୁ ପଡ଼ିପାରେ।
କୁମ୍ଭ
କୁମ୍ଭ
ବିନା ଆହ୍ବାନରେ ଅନ୍ୟର ଭଲ କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ଶତଭିଷା ନକ୍ଷତ୍ର ବିନା କାରଣରେ କଳହକୁ ନିମନ୍ତ୍ରଣ କରିପାରନ୍ତି। ହଠାତ୍‌ ଯାତ୍ରା କରିବାକୁ ମନସ୍ଥ କରି ବାଟରୁ ଫେରି ଆସିବାକୁ ପଡ଼ିପାରେ। ଶିକ୍ଷା, ଗବେଷଣା, ବିଦେଶ ଯାତ୍ରା, କଳା, ସାହିତ୍ୟ, ସଙ୍ଗୀତ ଓ ଆଲୋଚନା କ୍ଷେତ୍ର ପ୍ରଶସ୍ତ ରହିବ।
ମୀନମୀନ
ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବିବାଦ ବଢ଼ିପାରେ। ଅଧସ୍ଥନ କର୍ମଚାରୀଙ୍କୁ ଅସହ୍ୟ କଟୁକଥା ପ୍ରୟୋଗ କଲେ ନିଜକୁ ହିଁ ଅପମାନିତ ହେବାକୁ ପଡ଼ିବ। ଅନ୍ୟମାନେ ଖାଲରେ ପକାଇବାକୁ ଚେଷ୍ଟା କଲେ ମଧ୍ୟ ସଫଳ ହେବେନାହିଁ। ଉତ୍ତର ଭାଦ୍ରବ ନକ୍ଷତ୍ର କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri