Posted inRasifala

ରାଶିଫଳ: ଶୁକ୍ରବାର, ମେ ୨୬ ତାରିଖ – Daily Horoscope

ମେଷ
ଆଜି କଲ୍ୟାଣ ଚନ୍ଦ୍ର ହେତୁ ଯାହା କରିବେ ନିର୍ବିଘ୍ନରେ ଫଳପ୍ରଦ ହେବ। କିନ୍ତୁ ଚୁ -ନାମାକ୍ଷର ବ୍ୟକ୍ତିଙ୍କ ମାନସିକ ସ୍ଥିତି ଦୁର୍ବଳ ରହିବ। ପାରିବାରିକ ସମସ୍ୟା,ପରିବହନରେ ଝଗଡ଼ା, ଯାନବାହନରେ କ୍ଷତିର ସମ୍ଭାବନା ହେତୁ ସତର୍କତା ରକ୍ଷା କରିବା ଭଲ। କର୍ମକ୍ଷେତ୍ରସ୍ଥ ବିଶୃଙ୍ଖଳିତ ପରିସ୍ଥିତିରେ ପଡି ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ।
ବୃଷ
ବୃଷ
ଶ୍ରୀଚନ୍ଦ୍ର ବୈଷୟିକ ଅଭିବୃଦ୍ଧିରେ ସହାୟକ ହେବା ସହ ଅତ୍ୟଧିକ ଭାବପ୍ରବଣତା କ୍ଷତି ସାଧନ କରିପାରେ। ଓ -ନାମାକ୍ଷର ବିବାଦୀୟ ସ୍ଥିତିରେ ନିଜର ପ୍ରାମାଣସିଦ୍ଧ ଯୁକ୍ତି ବଳରେ ସମସ୍ୟାର ସମାଧାନ କରିବେ। ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ। ଶିଳ୍ପ, ବ୍ୟବସାୟ ଓ କର୍ମକ୍ଷେତ୍ର ସମସ୍ୟାବହୁଳ ହେବାର ଆଶଙ୍କା ରହିଛି।
ମିଥୁନ
ମିଥୁନ
ରାଶିରେ ଶୁକ୍ର ଏକାଧାରରେ ସୁଖ, ସମ୍ପଦ କରିବାରେ ସମର୍ଥ ହୋଇପାରିବ। ଘ-ନାମାକ୍ଷର ରାହୁଙ୍କ କୁପ୍ରଭାବରେ ସମସ୍ୟାଦେଇ ଚଳିବାକୁ ବାଧ୍ୟହେବେ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବା ସାଙ୍ଗକୁ ବନ୍ଧୁଙ୍କ ସାହାଯ୍ୟ ହେତୁ ପରିସ୍ଥିତିରେ ଉନ୍ନତି ଘଟିବ। ପ୍ରଶାସନ, ରାଜନୀତି ତଥା ଗଠନମୂଳକ କାର୍ଯ୍ୟରେ ଉତ୍ସାହିତ ହେବେ।
କର୍କଟ
କର୍କଟ
ଡ-ନାମାକ୍ଷର ବ୍ୟକ୍ତିଙ୍କ ସକାଶେ ଆଜି ଦିନ ଭିତରେ ବିଶେଷ କିଛି ଅସୁବିଧା ହେବନି। ଅସୁସ୍ଥତାବଶତଃ ଅଶ୍ଳେଷା ନକ୍ଷତ୍ରର କେତେକ କାମ ସ୍ଥଗିତ ରହିଯାଇପାରେ। ପରିସ୍ଥିତିକୁ ସାମନା କରିବାକୁ ଯାଇ ଗତକାଲିର ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବାକୁ ପଡିବ। ବନ୍ଧୁ୍‌ଙ୍କ ସହ ଦେଖା କରିବାର ସୁଯୋଗ ପାଇବେ।
ସି˚ହ
ସି˚ହ
ମଘା ନକ୍ଷତ୍ର ବ୍ୟକ୍ତିଙ୍କର କର୍ମକ୍ଷେତ୍ରରେ ବିଭିନ୍ନ ଅଭିଯୋଗ ଆସିପାରେ କିନ୍ତୁ ନିଜର ପ୍ରାଧାନ୍ୟତା ପୂର୍ବପରି ଅକ୍ଷୁଣ୍ଣ ରହିବ। ଦାୟିତ୍ୱହୀନ ଭାବରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଅବହେଳା କରି ସମାଲୋଚିତ ହୋଇପାରନ୍ତି। ପ୍ଲଟିଂ କାରବାର,ପରିବହନ, ପ୍ରଶାସନ, ମାଲିମକଦ୍ଦମା କ୍ଷେତ୍ର ଉନ୍ନତ ରହିବ।
କନ୍ୟା
ଆଜି ସକାଳୁ ବିଭିନ୍ନ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ପୂ-ନାମାକ୍ଷର ବ୍ୟକ୍ତିଙ୍କ ସକାଶେ ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢ଼ାଇ ଦେବ। ଯାନ୍ତ୍ରିକ ତଥାପି କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ନିଜ ପରିସରର ବ୍ୟକ୍ତିଙ୍କ ଅନୁରୋଧରେ ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି।
ତୁଳା
ତୁଳା
ସକାଳୁ ସକାଳୁ ଶୁଭ ଖବର ପାଇ ମନ ଏକ ପ୍ରକାର ଖୁସି ହୋଇଯିବ। ତ-ନାମାକ୍ଷର ବ୍ୟକ୍ତିମାନଙ୍କ ସବୁ କାମ ବହୁ ଡେରିରେ ହେଉଥିବାରୁ ମନଟା ଭଲ ଲାଗିବ ନାହିଁ। ଖଳ ଲୋକମାନଙ୍କ କଥାକୁ ବିଶ୍ୱାସ କରି ନିଜର ଅତି ବିଶ୍ୱସ୍ତ କର୍ମଚାରୀଟିର ମନୋଭାବ ବଦଳିଯିବ। ଗୁରୁଜନମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହୋଇପାରନ୍ତି।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ଅସ୍ଥିର ଫଳ ପାଇବା କାରଣରୁ ମନ ବିଚଳିତ ରହିବ। ମାତ୍ର, ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରି ମାମଲ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ନୀ-ନାମାକ୍ଷର ବ୍ୟକ୍ତିମାନେ ଯାତ୍ରାରେ ଅଜଣା ଅଶୁଣା ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ। ପାରିବାରିକ କ୍ଷେତ୍ରରେ ଛୋଟ ମୋଟ ସମସ୍ୟାକୁ ନେଇ ବିଶେଷ ବ୍ୟସ୍ତ ହୋଇପାରନ୍ତି।
ଧନୁ
ଧନୁ
ବିଭିନ୍ନ ସମସ୍ୟା ସାଙ୍ଗକୁ ଖର୍ଚ୍ଚ ବଢ଼ିବା କାରଣରୁ ମାନସିକ ସ୍ଥିତି ବିଗିଡି ଯିବ। ଭି-ନାମାକ୍ଷର ବ୍ୟକ୍ତିଙ୍କ ପାଇଁ ନିଜର ଲୋକଟି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ସେହି ବ୍ୟକ୍ତି କାମ କରିବେ ନାହିଁ। ପରିବହନରେ ସମସ୍ୟାକୁ ଅତି ଚତୁରତାର ସହ ସମାଧାନ କରିବେ। ବନ୍ଧୁଙ୍କ ମନୋରଞ୍ଜନ କାର୍ଯ୍ୟରେ ଅନୁରୋଧରେ ଅଂଶଗ୍ରହଣ କରିପାରନ୍ତି।
ମକର
ମକର
ଆଜି ସକାଳୁ ସକାଳୁ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ବନ୍ଧୁଙ୍କ ରୁଗ୍‌ଣ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଖ-ନାମାକ୍ଷର ବ୍ୟକ୍ତିମାନଙ୍କୁ ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡ଼ିପାରେ। ଉଚ୍ଚବର୍ଗଙ୍କ ସହାୟତା ପାଇବା ସହ କର୍ମକ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ।
କୁମ୍ଭ
କୁମ୍ଭ
ଆଜି ବିନା ଆହ୍ବାନରେ ଅନ୍ୟ ସକାଶେ ମଧ୍ୟସ୍ଥତା କରିବାକୁ ଯାଇ ଅପଦସ୍ଥ ହେବେ। ଯାତ୍ରା ଅଧାରୁ ଫେରି ଆସିବାକୁ ପଡ଼ିପାରେ। ଶିକ୍ଷା, ଗବେଷଣା, ବିଦେଶ ଯାତ୍ରା, କଳା, ସାହିତ୍ୟ, ସଙ୍ଗୀତ ଓ ଆଲୋଚନା କ୍ଷେତ୍ର ପ୍ରଶସ୍ତ ରହିବ। ଘଟଣା ଚକ୍ରରେ ପଡି ମିଥ୍ୟା କହିବାକୁ ବାଧ୍ୟ ହେବେ ଓ ସମାଲୋଚିତ ହୋଇପାରନ୍ତି।
ମୀନମୀନ
ଚ-ନାମାକ୍ଷର ବ୍ୟକ୍ତିଙ୍କ ସକାଶେ ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବିବାଦ ବଢ଼ିପାରେ। ଅବଶ୍ୟ ବନ୍ଧୁଙ୍କଠାରୁ ଅଯାଚିତ ଭାବେ ସହାୟତା ପାଇ ସମସ୍ୟାର ମୁକାବିଲା କରିପାରିବେ। ଅଧସ୍ତନ କର୍ମଚାରୀଙ୍କୁ ଅସହ୍ୟ କଟୁକଥା ପ୍ରୟୋଗ କଲେ ନିଜକୁ ହିଁ ଅପମାନିତ ହେବାକୁ ପଡ଼ିବ। ଜମିଜମା କିମ୍ବା ପିଲାଙ୍କ ସମ୍ବନ୍ଧୀୟ ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଫେବୃଆରୀ ୧୯ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ ନାହିଁ। ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବନ୍ଧୁଙ୍କୁ…

ରାଶିଫଳ: ବୁଧବାର, ଫେବୃଆରୀ ୧୮ ତାରିଖ – Daily Horoscope

ମେଷ ଏକାଦଶ ସ୍ଥାନରେ ପଞ୍ଚଗ୍ରହକୂଟ କୋଣଭାବକୁ ପ୍ରଭାବିତ କରି ଶିକ୍ଷା, ସନ୍ତାନ, ବନ୍ଧୁସମ୍ପର୍କ ଏବଂ ଆଲୋଚନାରେ ସମସ୍ୟା ସୃଷ୍ଟି କରିପାରନ୍ତି। ଶନିଙ୍କ ଦୃଷ୍ଟି ଦ୍ୱିତୀୟଭାବକୁ ରହିଥିବାରୁ ଧନହାନି…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri