Posted inRasifala

ରାଶିଫଳ: ରବିବାର, ଜୁନ୍ ୨୬ ତାରିଖ – Daily Horoscope

ମେଷ
ସହକର୍ମୀଙ୍କ ସହାୟତାରେ ଗତକାଲିର ସମସ୍ୟା ଆଜି ସମାଧାନ ହୋଇଯିବ। ଶ୍ରମିକ କିମ୍ବା କଞ୍ଚାମାଲ ଅଭାବ କାରଣରୁ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ଅଶ୍ୱିନୀ ନକ୍ଷତ୍ରର ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବାର ଆଶଙ୍କା ରହିଛି।
ବୃଷ
ବୃଷ
ବୈର ମନୋଭାବ, ଜମିଜମା କାରବାରରେ କଳହ ଏବଂ ତର୍କ ବିତର୍କର ସମ୍ମୁଖୀନ ହେବେ। ପ୍ରତିଦ୍ୱନ୍ଦ୍ୱିତା ହେତୁ ବ୍ୟବସାୟ ଓ ପରିବହନରେ ସାମାନ୍ୟ ସମସ୍ୟା ଦେଖାଦେବ। ରୋହିଣୀ ନକ୍ଷତ୍ରର ବିଶେଷ ଭ୍ରମଣ ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ରୋହିଣୀ ନକ୍ଷତ୍ରର ହାତକୁ ନେଇଥିବା କାର୍ଯ୍ୟ ସକାଶେ ତପତ୍ରତା ବଢ଼ିପାରେ।
ମିଥୁନ
ମିଥୁନ
ମୃଗଶିରା ସକାଶେ ନିଜ ପରିସରର ଲୋକଙ୍କ ସାହାଯ୍ୟରୁ କୌଣସି କାମ ଅଟକିବ ନାହିଁ। ଗୃହସୀମାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ। ଗବେଷଣା, ସଭାସମିତି, କଳା, ସାହିତ୍ୟ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ମୂଲ୍ୟବାନ ଦ୍ରବ୍ୟ ଲାଭ କରି ଖୁସି ରହିବେ।
କର୍କଟ
କର୍କଟ
ଆଜି ମଉଜ ମଜଲିସ୍‌ ସକାଶେ ମନ ବଳାଇବେ। କର୍ମକ୍ଷେତ୍ରରେ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ। ଅତୀତ ଘଟଣାର ସମୀକ୍ଷା କରିବେ ଓ ନୂତନ ସିଦ୍ଧାନ୍ତ ନେବେ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ପୁଷ୍ୟା ନକ୍ଷତ୍ର ଋଣ ସୂତ୍ରରେ ଅର୍ଥଲାଭ କରିବେ ଓ ବ୍ୟବସାୟ, ବାଣିଜ୍ୟରେ ଉନ୍ନତି ଘଟିବ।
ସି˚ହ
ସି˚ହ
ପାରିବାରିକ ସମସ୍ୟା କ୍ରମଶଃ ଜଟିଳ ହେବା କାରଣରୁ ମନ ଭଲ ରହିବ ନାହିଁ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ଏବଂ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। ଅଫିସରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ମଘା ନକ୍ଷତ୍ରର ବିବାଦୀୟ ଘଟଣାରେ ବିଜୟ ଲାଭ ଅବଶ୍ୟମ୍ଭାବୀ।
କନ୍ୟା
କୌଣସି କଥାକୁ ଠିକ୍‌ ଭାବେ ବିଚାର ନକରି ଓ ଭୁଲ୍‌ ନିଷ୍ପତ୍ତି ନେଇ ପରେ ଅନୁତାପ କରିପାରନ୍ତି। ଶତ୍ରୁତା କାରଣରୁ ଖଳ ଲୋକମାନଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ହସ୍ତା ନକ୍ଷତ୍ରର ମତାନ୍ତର ଜନିତ ସାୟାହ୍ନେ ପାରିବାରିକ ସଦ୍ଭାବ ରହିବ ନାହିଁ। ବନ୍ଧୁ ପ୍ରତିଶ୍ରୁତି ରକ୍ଷା କରି ଠିକ୍‌ ସମୟରେ ଆସିବାରେ ହେଳା କରିବେ।
ତୁଳା
ତୁଳା
ସ୍ବାତୀ ନକ୍ଷତ୍ର ସକାଶେ ଆଜି ବିଭିନ୍ନ କ୍ଷେତ୍ରରେ ପ୍ରତିରୋଧର ସାମ୍ନା କରିବାକୁ ପଡ଼ିବ। କୌଣସି ନୀଚଜନ ସହ ସମ୍ପର୍କ ବୃଦ୍ଧିକୁ ସନ୍ଦେହ କରି ଘରେ ବିଭିନ୍ନ ପ୍ରକାରର କଥା ଶୁଣିବାକୁ ପଡ଼ିପାରେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସହଯୋଗରୁ ଉପକୃତ ହେବ। ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ କମିଯିବା ଅନୁଭବ କରିବେ।
ବିଛା
ବିଛା
ସମ୍ପର୍କୀୟମାନେ ଈର୍ଷା ପରାୟଣ ହୋଇ ପଛରୁ ଗୋଡ଼ ଟାଣିପାରନ୍ତି। ଅନୁରାଧା ନକ୍ଷତ୍ର ପରିବାରରେ ଯୋଜନାଗୁଡ଼ିକ ଠିକ୍‌ ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ଆଶା କରୁଥିବା ଦିଗରୁ ଅର୍ଥ ପାଇବା କଷ୍ଟକର ହୋଇ ପଡ଼ିବ। ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ନିର୍ମାଣ, ପରିବହନ, ମରାମତି, ଜମିଜମା କାମରେ ସାହାଯ୍ୟ ଅବଶ୍ୟ ପାଇବେ।
ଧନୁ
ଧନୁ
ପୂର୍ବାଷାଢ଼ା ନକ୍ଷତ୍ର ସକାଶେ ସହଯୋଗ ଆଶା ଭଣ୍ଡୁର ହୋଇଯିବ। କର୍ମକ୍ଷେତ୍ରରେ ଅଚାନକ ଆଶା ପୂରଣରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ନିଜର କେତେକ ବ୍ୟକ୍ତିଗତ କାରଣରୁ ପାରିବାରିକ କ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ପୂର୍ବ ଶତ୍ରୁତାକୁ ନେଇ ପାଖ, ପଡ଼ୋଶୀମାନେ ଅସୁବିଧା ସମୟରେ ପାଖ ମାଡ଼ିବେ ନାହିଁ।
ମକର
ମକର
କର୍ମକ୍ଷେତ୍ରରେ ତରବରିଆ ଭାବେ କୌଣସି କାମ କଲେ ଓଲଟା ଫଳ ପାଇବେ। ଧନିଷ୍ଠା ନକ୍ଷତ୍ରର ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ। ଗୁରୁତ୍ୱପୂର୍ଣ୍ଣ କାମରେ ଯାଇଥିବା ବନ୍ଧୁଙ୍କ ଫେରିବା ବିଳମ୍ବତାକୁ ଲକ୍ଷ୍ୟ କରି ବ୍ୟସ୍ତ ହୋଇପାରନ୍ତି। କେତେକ ମନଗଢ଼ା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିବେ।
କୁମ୍ଭ
କୁମ୍ଭ
ଆଜି ଦିନଟିରେ କର୍ମ କ୍ଷେତ୍ରରେ, ପରିବାରରେ ତଥା ପ୍ରତ୍ୟେକ ଦିଗରୁ ଅସୁବିଧା ଭିତରେ କାମ ହାସଲ କରିବେ। ସାହାଯ୍ୟ ପରିପ୍ରେକ୍ଷୀରେ ବନ୍ଧୁଙ୍କ ସକାଶେ ଅଯଥା କଷ୍ଟ ଅନୁଭବ କରିବାକୁ ପଡ଼ିପାରେ। ଶତଭିଷା ନକ୍ଷତ୍ର ପରିବାରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ। ଯେତେ ଚେଷ୍ଟା କଲେ ସୁଦ୍ଧା ଲକ୍ଷ୍ୟ ହାସଲରେ ସମର୍ଥ ହେବେ ନାହିଁ।
ମୀନମୀନ
ଆଜିର ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ରହିବ ନାହିଁ। ପୂର୍ବଭାଦ୍ରବ ନକ୍ଷତ୍ର ପରିବାରରେ ଅପ୍ରିୟ ସତ କଥା କହି ବିରୋଧୀ ହୋଇ ପାରନ୍ତି। ଆର୍ଥିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ଋଣ ପରିଶୋଧ କରିବା ସକାଶେ ଚିନ୍ତିତ ରହିପାରନ୍ତି। ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଅନୁଭବ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri