Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୨୬ ତାରିଖ – Daily Horoscope

ମେଷ
ଆଜି ପାପଗ୍ରହଯୁକ୍ତ ସପ୍ତମଚନ୍ଦ୍ର ହେତୁ ଅର୍ଥଲାଭ ହେଲେ ମଧ୍ୟ ସମସ୍ୟା ମଧ୍ୟରେ ଚଳିବାକୁ ପଡ଼ିବ। ଭୋଗବିଳାସରେ ବାଧାବିଘ୍ନ ଘଟିଲେ ମଧ୍ୟ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ ରହିଛି। ମନ ବୁଝିଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣେଇ ନେବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ସୁବିଧାବାଦୀ ଭଳି କାମ କରିବେ।
ବୃଷ
ବୃଷ
ରବିଙ୍କ ସୁପ୍ରଭାବରେ ସୁଯୋଗ ଆପଣା ଛାଏ ଆସିବା ସଙ୍ଗକୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ତଥାପି ସାମାଜିକ ସ୍ତରରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି। ଆଲୋଚନା ସମୟରେ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ପାରିବାରିକ କ୍ଷେତ୍ରରେ ସନ୍ତାନ ହେତୁକ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ କିଛିଟା ବ୍ୟତିକ୍ରମକୁ ନେଇ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ। ଏଣେ ମାନସିକ ଅସ୍ଥିରତା ହେତୁ ପରିବାରରେ ମଧ୍ୟ ବିରକ୍ତିଭାବ ସୃଷ୍ଟି ହେବ। କଳା, ସାହିତ୍ୟ ଓ ସଂଗୀତ ସମାରୋହ, ପ୍ରବଚନ, କ୍ରୀଡ଼ାକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ହେତୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସୁଯୋଗର ସଦ୍‌ ବ୍ୟବହାର କରି ଅଭିଳଷିତ କାମ ହାସଲ କରିପାରିବେ। ପରିବାର ସଦସ୍ୟଙ୍କ ଅନୁରୋଧ ରକ୍ଷା କରି ମନୋରଞ୍ଜନ ଜିନିଷ କ୍ରୟ କରିପାରନ୍ତି। ଭାବପ୍ରବଣତାବଶତଃ ବନ୍ଧୁଙ୍କ ନିକଟରେ ପ୍ରକାଶ କରି ସମସ୍ୟାକୁ ନିମନ୍ତ୍ରଣ କରିବେ। କୌଣସି ଘଟଣାକୁ ନେଇ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ।
ସି˚ହ
ସି˚ହ
କୌଣସି କାର୍ଯ୍ୟାରମ୍ଭ ପୂର୍ବରୁ ଭଲଭାବରେ ଚିନ୍ତାକରି କାମ କଲେ ଉପକୃତ ହେବେ। ବନ୍ଧୁଙ୍କ ଦୋଷ, ଦୁର୍ବଳତାକୁ ଘୋଡ଼ାଇବାକୁ ଯାଇ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ। ଶେଷ ମୁହୂର୍ତ୍ତରେ କର୍ମକ୍ଷେତ୍ରରେ କୌଣସି ସୁଯୋଗ ହାତ ମୁଠାରୁ ଖସିଯାଇପାରେ। ପାରିବାରିକ ସମସ୍ୟାରେ ଚିନ୍ତିତ ହେବା ଜଣାଯାଏ।
କନ୍ୟା
କର୍ମକ୍ଷେତ୍ରରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବେ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ ଓ ବ୍ୟବସାୟିକ ଦିଗରୁ ଉପକୃତ ହେବେ। ପରିସ୍ଥିତି ଯାହା ହେଉନା କାହିଁକି ଆପଣ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇ ନେବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ବ୍ୟସ୍ତତା ଅନୁଭବ କରିବେ। କୌଣସି କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ରରେ ଆମତ୍ନିର୍ଭରଶୀଳ ହୋଇପାରନ୍ତି। ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି।
ବିଛା
ବିଛା
ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଦୂରେଇ ଯାଉଥିବାର ଅନୁଭବ କରିବେ। ପରିବାରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। କର୍ମକ୍ଷେତ୍ରରେ ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି। ବ୍ୟବସାୟ ଓ ପରିବହନର ସମସ୍ୟା ଲାଗି ବ୍ୟସ୍ତ ରହିବେ।
ଧନୁ
ଧନୁ
ବହୁ ଦିନର ଅଭିଳାଷକୁ ପୂରଣ କରିବାକୁ ଯାଇ ନୂତନ ଗୃହୋପକରଣ କ୍ରୟ କରିପାରନ୍ତି। ପ୍ରତିଟି କ୍ଷେତ୍ରରେ ସହମତି ଭିତ୍ତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ଆଜିର କାମ ସକାଶେ ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ।
ମକର
ମକର
କର୍ମକ୍ଷେତ୍ରରେ ଠିକ୍‌ କଥା କହିବା କାରଣରୁ ସହକର୍ମୀଙ୍କ ସହ ସମ୍ପର୍କ ହାନି ଘଟିପାରେ। ବିବାଦୀୟ କ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ବନ୍ଧୁମାନଙ୍କ ସାହଚର୍ଯ୍ୟରେ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବା ସକାଶେ ଆଲୋଚନା କରିପାରନ୍ତି।
କୁମ୍ଭ
କୁମ୍ଭ
ପରିବାରରେ ପିଲାମାନଙ୍କୁ କେନ୍ଦ୍ରକରି ସମସ୍ୟାବିଷୟରେ ମନ ଭାରାକ୍ରାନ୍ତ ରହିପାରେ। ଅତ୍ୟାବଶ୍ୟକ ଜିନିଷଟି ସକାଶେ ଅନ୍ୟମାନଙ୍କ ସହ ତର୍କ ଓ ବିବାଦ ବଢ଼ିବ। ସତର୍କତା ଅଭାବରୁ ଟଙ୍କା ପଇସା ହଜାଇ ଧାର କରଜ କରି ଫେରିବାକୁ ପଡ଼ିବ।
ମୀନମୀନ

ପାରିବାରିକ ଶୃଙ୍ଖଳା ରକ୍ଷା କରି ସମସ୍ୟା ସମାଧାନରେ ସଫଳତା ଅର୍ଜନ କରିବେ। ଶେଷ ସମୟରେ ସମସ୍ୟା ସମାଧାନ ହେବା ସହ ବିଦେଶ ଯାତ୍ରା ଯୋଗର ସୁଯୋଗ ମିଳିବ। ଆନୁଷ୍ଠାନିକ କ୍ଷେତ୍ରରେ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କୃତକାର୍ଯ୍ୟ ହେବେ। ଉପରିସ୍ଥ ଅଧିକାରୀଙ୍କ ସହାୟତାରୁ ପ୍ରତିକୂଳ ପରିସ୍ଥିତିକୁ ସୁଧାରି ନେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri