Posted inRasifala

ରାଶିଫଳ: ଶନିବାର, ଫେବୃୟାରୀ ୨୬ ତାରିଖ – Daily Horoscope

ମେଷ
ଆନୁଷଙ୍ଗିକ ସୁବିଧାସୁଯୋଗ ପାଇ କାମ ହାସଲ କଲେ ମଧ୍ୟ ମାନସିକ ସ୍ଥିତି ଭଲ ରହିବନାହିଁ। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବାକୁ ପଡ଼ିପାରେ। ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତା, କଳା, ସଙ୍ଗୀତ ଓ କ୍ରୀଡ଼ା କ୍ଷେତ୍ରରୁ ସୁଫଳ ମିଳିବ। ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଓ ଏକଜିଦିଆ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି।
ବୃଷ
ବୃଷ
କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ। ଅପରାହ୍ନରେ ବନ୍ଧୁଙ୍କ ଜରିଆରେ ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସମ୍ଭାବନା ରହିଛି। ଆର୍ଥିକ ଓ ସାମାଜିକ ସ୍ଥିତି ବହୁତ ଭଲ ରହିବ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହେବ ଓ ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯାଇପାରେ।
ମିଥୁନ
ମିଥୁନ
କାମଗୁଡ଼ିକ ଶୃଙ୍ଖଳିତ ହେବାରେ କେତେକ ପ୍ରତିବନ୍ଧକ ସୃଷ୍ଟି ହେବାର ସମ୍ଭାବନା ରହିଛି। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ସାମୟିକ ମାନସିକ ସୁସ୍ଥତା ବ୍ୟାହତ ହେବାର ସୂଚନା ମଧ୍ୟ ରହିଛି। ଅସୁସ୍ଥ ମାନସିକତା କାରଣରୁ ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ନିଜ ଲୋକଙ୍କ ଉପରୁ ଆସ୍ଥା ହରାଇବା ସହ ଆତ୍ମବିଶ୍ୱାସର ଅଭିବୃଦ୍ଧି ଘଟିବ।
କର୍କଟ
କର୍କଟ
ଜୀବନଚର୍ଯ୍ୟାର ପ୍ରତ୍ୟେକ ଦିଗ ଠିକ୍‌ ଥିଲେ ମଧ୍ୟ ବାକ୍‌ ସଂଯମର ଅଭାବ ସମସ୍ୟାକୁ ଆମନ୍ତ୍ରଣ କରିବ। ବାକି ପଡ଼ିଥିବା ଅର୍ଥ ଆଦାୟରେ ସକ୍ଷମ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଓ ଆଶା ପୂରଣ ହୋଇଯିବ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବାରେ ଆପଣଙ୍କ କୌଶଳପୂର୍ଣ୍ଣ କାର୍ଯ୍ୟକଳାପ ସହାୟକ ହୋଇପାରେ।
ସି˚ହ
ସି˚ହ
ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବେ। କର୍ମକ୍ଷେତ୍ରରେ ସମସ୍ୟାବହୁଳ ପରିସ୍ଥିତି ଲାଗି ରହିଥିଲେ ମଧ୍ୟ କୌଶଳ ପ୍ରୟୋଗ କରି ସୁଧାରି ନେବେ। ବିଭିନ୍ନ ସମସ୍ୟାକୁ ମନ ଭିତରେ ସାଇତି ରଖି କଥା ଓ କାମକୁ ଠିକ୍‌ କରି ଚାଲିବାରେ ଅସୁବିଧା ନାହିଁ। ବ୍ୟବସାୟରେ ନୂତନ ଦିଗନ୍ତ ସୃଷ୍ଟି ହେବ।
କନ୍ୟା
ଆଜିର ଖର୍ଚ୍ଚ ସୀମା ଟପିଯିବ। ଚେଷ୍ଟା କରି ମଧ୍ୟ ପାଇ ପାରୁନଥିବା ଜିନିଷଟି ଆଜି ପାଇବେ। ପାରିବାରିକ ସମସ୍ୟା ସମାଧାନ କରିବା ସକାଶେ ବ୍ୟସ୍ତ ହୋଇ ପଡ଼ିବେ। ଅଫିସରେ ଥିବା ସମୟରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ।
ତୁଳା
ତୁଳା
ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିବା ସୂଚନା ରହିଛି। ବାଧ୍ୟବାଧକତାରେ ଅସ୍ଥିରତାଯୁକ୍ତ କାମଟିରେ ସଫଳ ହେବା କଷ୍ଟକର ହୋଇପାରେ। ପରିସ୍ଥିତିବଶତଃ ଆଶଙ୍କା କରୁଥିବା ଅଫିସିଆଲି କ୍ଷେତ୍ରରେ ସେମିତି କିଛି ଅସୁବିଧା ହେବ ନାହିଁ। ପାରିବାରିକ ସମାଧାନ ପାଇଁ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିପାରେ।
ବିଛା
ବିଛା
କଳା, ସାହିତ୍ୟ ଓ ବାଣିଜ୍ୟ, ପରିବହନ, ପ୍ରଶାସନ, ଏଜେନ୍ସିପ୍‌ରେ ସୁଫଳ ପାଇବେ। ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟା ସମାଧାନ ହେବ। ସରକାରୀ ସ୍ତରରୁ ଆଶା କରୁଥିବା ଖବରଟି ଆଜି ପାଇପାରନ୍ତି। ରାଜନୈତିକ କ୍ଷେତ୍ର, ମାଲିମକଦ୍ଦମା, ଚୁକ୍ତିପତ୍ରରେ, ସଭାସମିତିର ଆଲୋଚନାରେ ଦ୍ୱନ୍ଦ୍ୱ ଦୂର ହେବ।
ଧନୁ
ଧନୁ
କେତେକ କ୍ଷେତ୍ରରେ ନିଜେ କିଛି କରି ନ ପାରିବା ସହିତ ଅଟକିଥିବା କାମଗୁଡ଼ିକ ଯୋଗୁ ବ୍ୟସ୍ତ ହୋଇପାରନ୍ତି। ପାରିବାରିକ ମତାନ୍ତରରୁ ବିତର୍କ ସୃଷ୍ଟି ହୋଇପାରେ। ରୋଗ, ଋଣ ଓ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ସକାଶେ ଦୁଶ୍ଚିନ୍ତା ସୃଷ୍ଟି ହେବ। ଅଧ୍ୟୟନ, ଅଧ୍ୟାପନା, ଗବେଷଣା କ୍ଷେତ୍ରରେ ଏକାଗ୍ରତା ଆଣିପାରିବେ।
ମକର
ମକର
ଆଗାମୀ ମାଙ୍ଗଳିକ କାମ ସକାଶେ ଆଗ୍ରହ ବଢ଼ିପାରେ। ବାରମ୍ବାର ଅସଫଳ ହେତୁ ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ। ଅଭାବ ନ ଥିଲେ ମଧ୍ୟ ସମସ୍ୟାର ଅଡୁଆ ସୂତାକୁ ସଜାଡ଼ିବା କଷ୍ଟକର ହୋଇପଡ଼ିବ। ଆକସ୍ମିକ ଭାବରେ ବନ୍ଧୁଙ୍କ କାମ ସକାଶେ ବାହାରକୁ ଯିବାକୁ ପଡ଼ିବ।
କୁମ୍ଭ
କୁମ୍ଭ
 ଶିଳ୍ପ, ବାଣିଜ୍ୟ, ସଭାସମିତିରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଅଶାନ୍ତ ରହିବେ। ପରିସ୍ଥିତିରେ ପଡ଼ି କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ଅତୀତ କଥାକୁ କେନ୍ଦ୍ରକରି ଆତ୍ମୀୟଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ଆପଣଙ୍କ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟକୁ ଆକର୍ଷିତ କରିବ।
ମୀନମୀନ
ସ୍ବାର୍ଥହାନି ଆଶଙ୍କାରେ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି। ସକାଳୁ ସକାଳୁ ଆକସ୍ମିକ ଭାବରେ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ ରହିଛି। କର୍ମକ୍ଷେତ୍ରରେ ଅନ୍ୟ ଦ୍ୱାରା ପ୍ରରୋଚିତ ହୋଇ କାମ କଲେ ଅପଦସ୍ତ ହେବେ। ପାରିବାରିକ କ୍ଷେତ୍ର ସମ୍ପୂର୍ଣ୍ଣ ନିରାମୟ ରହି ନ ପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri